ଓଡିଶା

ପାହାଡ଼ ଉପରେ ଗୁଳିବିନିମୟ: ସୁରକ୍ଷାବାହିନୀର ଗୁଳିରେ ୨ ମହିଳା ସମେତ ୩ ମାଓବାଦୀ ନିପାତ – bajravana

[ad_1]

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ମାଓବାଦୀମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ପାହାଡ଼ ଉପରେ ହୋଇଥିବା ଏହି ଗୁଳିବିନିମୟରେ ସିଆରପିଏଫ୍‌ ଯବାନଙ୍କ ଗୁଳିରେ ୨ ମହିଳାଙ୍କ ସମେତ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ପୁଲିସ ଅଧିକାରୀମାନେ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ, ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅଧୀନ ବଲମ ନେଡ୍ରା ଗାଁ ନିକଟ ବେଲମ ଗୁଟ୍ଟା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମହିଳାଙ୍କ ସମେତ ‌ମୋଟ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ବଲମ ନେଡ୍ରା ଗାଁର ଜଙ୍ଗଲରେ ମଦ୍ଦେଡ ଏରିଆ କମିଟିର ନକ୍ସଲ ବିନୋଦ କର୍ମା, ରାଜୁ ପୁନେମ, ବିଶ୍ବନାଥ ଗୁଡ୍ଡୁ ତେଲାମ ସମେତ ପାଖାପାଖି ୨୫ ଜଣ ନକ୍ସଲଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇ ବିଜାପୁର ଡିଆରଜି ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍‌)ର କୋବରା ବାଟାଲିୟନ ଶୁକ୍ରବାର ଦିନ ସର୍ଚ୍ଚ ଅପରେସନରେ ବାହାରି ଥିଲେ।

ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳୁ ସୁରକ୍ଷାବାହିନୀର ଯବାନମାନେ ବେଲମ ଗୁଟ୍ଟା ପାହାଡ଼ ନିକଟରେ ଥିଲେ। ପ୍ରାୟ ସାଢ଼େ ୭ଟାରେ ନକ୍ସଲମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ମାରିଥିଲେ। ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଏହାର ଜବାବ ଦେଇଥିଲେ। କିଛି ସମୟର ଗୁଳିବିନିମୟ ପରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ଅପରେସନ ବେଳେ ୨ ଜଣ ମହିଳାଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଥିଲା। ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ।

ଅନ୍ୟ ଏକ ଘଟଣାରେ ମାଓବାଦୀମାନଙ୍କ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଏସ୍‌ଟିଏଫ୍‌ର ଜଣେ ଯବାନ ଗୁରୁତର ହୋଇଛନ୍ତି। ଚିନ୍ନାଗେଲୁର ଶିବିରରୁ ବାହାରି ଥିବା ଟିମ୍‌ ତୋୟାନାଲା ନିକଟରେ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିଲା। ଏଥିରେ ଏସ୍‌ଟିଏଫ୍‌ର ପ୍ରମୋଦ ଶର୍ମା ଗୁରୁତର ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତରିତ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button