ସ୍ବାମୀ ରାଗରେ ପୁଅକୁ ହତ୍ୟା ଘଟଣାରେ ଜାଣନ୍ତୁ ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା – bajravana
[ad_1]
ପାଣାଜୀ: ଗୋଆସ୍ଥିତ ଏକ ହୋଟେଲରେ ବେଙ୍ଗାଲୁରୁ ଷ୍ଟାର୍ଟ ଅପର ଜଣେ ମହିଳା ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳା ଜଣଙ୍କ ପୁଅର ମୃତଦେହ ସହିତ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଧରାପଡ଼ିଥିଲେ। ଏବେ ତାଙ୍କୁ ପୁଲିସ୍ ଧରିବା ପରେ ଗିରଫ କରିଛି। ତେବେ ଚାଲନ୍ତୁ ଜାଣିବା କିପରି ଜଣାଫଡ଼ିଲା ଏହି ମାମଲା।
ହୋଟେଲ୍ କର୍ମଚାରୀମାନେ ମହିଳାଙ୍କ ଯିବା ପରେ ରୁମ୍ ଚେକ୍ କରିବାକୁ ସେଠାରେ ରକ୍ତ ଦାଗ ଦେଖିବାକୁ ମିଳିଥିଲା। ସେଇଠୁ ସନ୍ଦେହ ଆରମ୍ଭ ହୋଇଥିଲା। ଏପଟେ ମହିଳା ଆସିବା ବେଳେ ସାଙ୍ଗରେ ନିଜ ପୁଅକୁ ଧରି ଆସିଥିବା ବେଳେ ଗଲା ବେଳେ ଏକାକୀ ଯାଇଥିଲେ।
ସନ୍ଦେହ ହେବାରୁ ହୋଟେଲ୍ କର୍ମଚାରୀ ପୁଲିସ୍ରେ ସୂଚନା ଦେଇଥିଲେ। ପୁଲିସ୍ ମହିଳାଙ୍କୁ ତାଙ୍କ ପୁଅ ବିଷୟରେ ପଚାରିଥିଲା। ମହିଳା ଜଣକ ପୁଅ ସାଙ୍ଗ ଘରକୁ ଯାଇଛି ବୋଲି କହିଥିଲେ। ହେଲେ ସେ ସାଙ୍ଗ ଘରର ଯେଉଁ ଠିକଣା ଦେଇଥିଲେ ତାହା ନକଲି ବାହାରିଲା।
ତା’ପରେ ମହିଳା ଯେଉଁ କାର୍ରେ ଯାଉଥିଲେ ପୁଲିସ୍ ସେହି ଡ୍ରାଇଭର୍ଙ୍କୁ କଲ୍ କରି ଗାଡ଼ି ସିଧା ପୁଲିସ୍ ଷ୍ଟେସନ୍କୁ ନବାକୁ କହିଥିଲା। ପୁଲିସ୍ ଷ୍ଟେସନ୍ରେ ସେମାନେ ପହଞ୍ଚିବା ପରେ ପୁଲିସ୍ ମହିଳାଙ୍କ ସୁଟ୍କେସ୍ ଦେଖିବାରୁ ସେଥିରୁ ମହିଳାଙ୍କ ୪ ବର୍ଷର ପୁଅର ମୃତଦେହ ବାହାରିଲା।
ଜାଣିବାକୁ ମିଳିଛି ଯେ ଛାଡ଼ପତ୍ର ପରେ ରବିବାର ଦିନ ନିଜ ପୁଅକୁ ଭେଟିବା ପାଇଁ ଅଦାଲତ ତାଙ୍କ ବାପାଙ୍କୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଅଦାଲତଙ୍କ ଏହି ରାୟରେ ଖୁସି ନଥିଲେ ମହିଳା। ସେଥିପାଇଁ ସେ ପୁଅର ହତ୍ୟା କରିଥିବା ସୂଚନା ରହିଛି।
[ad_2]