ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମ୍ଭାବନାର ସମ୍ଭାର – bajravana
[ad_1]
ଦୁଇ ମୌଜାରୁ ୧୧୬୪.୮୩୬ ଏକର ଜମି
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ: ସମ୍ଭାବନାର ସମ୍ଭାର ଆଣିଦେବ ନୂଆ ବିମାନବନ୍ଦର। ଭରିଦେବ ନୂଆ ଆଶା ଓ ଆକାଂକ୍ଷା। ବିଶ୍ୱ ଐତିହ୍ୟର ପ୍ରାଣନଗରୀ ପାଲଟିବ ପବିତ୍ର ଭୂମି ଶ୍ରୀକ୍ଷେତ୍ର। ସେ ଆଧ୍ୟାତ୍ମିକ ହେଉ କି ଅର୍ଥନୈତିକ ଅବା ପର୍ଯ୍ୟଟନ, ସବୁ କ୍ଷେତ୍ରରେ ବିକାଶର ବାଟ ଫିଟିବ। ଦେଶ ବିଦେଶରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିବ ଅଗଣିତ ଭକ୍ତଙ୍କ ସୁଅ। ନୂଆ ରୂପ ପାଇବା ପରେ ପୁରୀର ସ୍ବର୍ଣ୍ଣିମ ବେଳାଭୂମି, ବ୍ଲୁ-ଫ୍ଲାଗ୍ ବିଚ୍, ବ୍ଲାକ୍ ପାଗୋଡ଼ା କୋଣାର୍କ ସୂର୍ଯ୍ୟ ମନ୍ଦିର, ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ, ପଟ୍ଟଚିତ୍ରର ଅନ୍ତୁଡ଼ିଶାଳ ରଘୁରାଜପୁର ଓ ନୀଳାମ୍ବୁ ଚିଲିକାର ଝଲକ ମଧ୍ୟ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଟାଣି ଆଣିବାରେ ସକ୍ଷମ ହେବ। ଛୋଟଠୁ ବଡ଼, ସବୁ ବ୍ୟବସାୟୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ଓ ପୁରୁଷ ପୁରୁଷ ପାଇଁ ରୋଜଗାରର ଭିତ୍ତି ପଡ଼ିବ। ଏହାକୁ ନଜରରେ ରଖି ଦୂରଦୃଷ୍ଟିସମ୍ପନ୍ନ ଓ ଓଡ଼ିଶାର ନବଚିନ୍ତକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ‘ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ର ପରିକଳ୍ପନା କରିଥିଲେ।
ଏଥିପାଇଁ ପୁରୀରେ ଏକ ଅନ୍ତର୍ଜାତୀୟ ଗ୍ରିନ୍ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଯେ କେତେ ଦୂରଦୃଷ୍ଟିସଂପନ୍ନ, ତାହା ତାଙ୍କର ଏହି ଚିଠିରୁ ବାରି ହୋଇପଡ଼ିଥିଲା। ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିବା ପ୍ରତ୍ୟେକ ଧାଡ଼ି ଗୋଟିଏ ଗୋଟିଏ ବଡ଼ ପ୍ରସଙ୍ଗ ଏବଂ ଆଗାମୀ ସମୟରେ ଏହାର ପ୍ରାସଙ୍ଗିକତା ନିଶ୍ଚିତ ଭାବେ ଅନୁଭୂତ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଳାଷ ପୂରଣ ହେଲେ, ଆଗାମୀ ଦିନରେ ଏହା ପୁରୀକୁ ବିଶ୍ୱ ମାନଚିତ୍ରରେ ଏକ ନୂଆ ଓ ନିଆରା ପରିଚୟ ଦେବ। ପୁରୀକୁ ନେଇ ଚିନ୍ତା କରାଯାଇପାରୁଥିବା ଅର୍ଥନୈତିକ ପ୍ରଗତିର ବିଭିନ୍ନ ବାଟ ଖୋଲିଦେବ। ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଦର୍ଶାଇଥିଲେ ଯେ ଶ୍ରୀଜଗନ୍ନାଥ ଧାମ ହିନ୍ଦୁମାନଙ୍କ ଚାରିଧାମ ମଧ୍ୟରୁ ଅନ୍ୟତମ। ବିଶ୍ୱର କୋଣ ଅନୁକୋଣରୁ ଜଗନ୍ନାଥଙ୍କ ଭକ୍ତ ଏଠାକୁ ଆସିଥା’ନ୍ତି। ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟ ମାନ୍ୟତାପ୍ରାପ୍ତ କୋଣାର୍କ ସୂର୍ଯ୍ୟମନ୍ଦିର ପୁରୀଠାରୁ ମାତ୍ର ୩୫ କିମି ଦୂରରେ। ସେହିପରି ନିକଟରେ ଥିବା ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ। ଦେଶର ସର୍ବବୃହତ୍ ଲୁଣି ହ୍ରଦ ଚିଲିକା ଓ ଅନ୍ୟତମ ପରିବେଶ ପର୍ଯ୍ୟଟନସ୍ଥଳୀ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀର ଦୁଇ ପାର୍ଶ୍ବରେ ରହିଛି। ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଆକୃଷ୍ଟ କରିପାରୁଥିବା ରତ୍ନଗିରି ମଧ୍ୟ ପୁରୀର ନିକଟତର। ରାଜ୍ୟର ୪୮୦ କିମି ଦୀର୍ଘ ସମୁଦ୍ର ତଟରେ ପ୍ରସ୍ତାବିତ ଅନେକ ସାମୁଦ୍ରିକ ବନ୍ଦର ଅର୍ଥନୈତିକ ଦୃଷ୍ଟିରୁ ଅନେକ ମହତ୍ୱ ରଖୁଛି। ତେଣୁ ଶ୍ରୀକ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଜରୁରି ବୋଲି ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଦର୍ଶାଇଥିଲେ। ଏହାବ୍ୟତୀତ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣ ପରେ ପାରଦୀପ ବନ୍ଦର ଓ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ମଧ୍ୟ ଶ୍ରୀକ୍ଷେତ୍ର ସହ ସଡ଼କ ପଥରେ ଯୋଡ଼ି ହୋଇଯିବ। ତେଣୁ ଏହି ବିମାନବନ୍ଦର କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ, ବରଂ ଅର୍ଥନୈତିକ ଓ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ମଧ୍ୟ ଅପାର ସମ୍ଭାବନା ସୃଷ୍ଟି କରିବ।
ପୁରୀର ପ୍ରସିଦ୍ଧ ରଥଯାତ୍ରା ଦର୍ଶନ ପାଇଁ ବିଶ୍ୱର ଯେଉଁ ୧୯୨ଟି ଦେଶର ଶ୍ରୀଜଗନ୍ନାଥ ଭକ୍ତ ଅପେକ୍ଷା କରିଥାନ୍ତି, ସେମାନେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ, ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଯୁକ୍ତି ଓ ପୁରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ଦ୍ୱାରା ଚିହ୍ନଟ ହୋଇଥିବା ସିପସରୁବାଲିଠାରେ ଗ୍ରିନ୍ଫିଲ୍ଡ ବିମାନବନ୍ଦର ସ୍ଥାପନ ପାଇଁ ଅନୁମତି ଦେଇ ସାରିଛନ୍ତି। କେବଳ ବିଧିବଦ୍ଧ ମଂଜୁରି ବାକି ଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସରକାର ବିମାନବନ୍ଦର ଡିପିଆର୍ ଦାଖଲ ପ୍ରକ୍ରିୟା ଜାରି ରଖିଛନ୍ତି। ଦେଶର କିଛି ପ୍ରମୁଖ ଧାର୍ମିକ ପୀଠକୁ ଯିବା ପାଇଁ ବିମାନ ସୁବିଧା ଉପଲବ୍ଧ ରହିଛି। ମାତ୍ର ପୁରୀ ପାଇଁ ଏହା ନ ଥିବାରୁ ଅନେକ ପର୍ଯ୍ୟଟକ ପୁରୀ ଆସିପାରୁ ନଥିଲେ। ଏହି ବିମାନବନ୍ଦର ନିର୍ମାଣ ପରେ ଦେଶ ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବହୁମାତ୍ରାରେ ଆଗକୁ ବଢ଼ିବ; ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରିତ ବେଗରେ କରାଯାଇଛି। ଆବଶ୍ୟକ ମୋଟ୍ ୧୧୬୪.୮୩୬ ଏକର ଜମି ମଧ୍ୟରେ ରହିଥିବା ୬୮ଏକର ଜଙ୍ଗଲ ଜମିର ବ୍ୟବହାର ପାଇଁ ଆବଶ୍ୟକ ଅନୁମତି ମିଳିସାରିଛି।
ଘରୋଇ ଜମି ଅଧିଗ୍ରହଣ ନିୟମ ଅନୁସାରେ ଜନଶୁଣାଣି ସରିଛି ଓ କିଛି ସରକାରୀ ମାଲିକାନାରେ ଥିବା ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆ ସରିଛି। ସମ୍ଭବତଃ ଆସନ୍ତା ମାର୍ଚ୍ଚ ୨୦୨୪ ବେଳକୁ ଏହି ବିମାନବନ୍ଦର ନିର୍ମାଣ କାମ ଆରମ୍ଭ ହୋଇ ଖୁବ୍ କମ୍ ଦିନ ମଧ୍ୟରେ ଶେଷ ହେବ ବୋଲି ଆଶା ରହିଛି। ବିମାନବନ୍ଦର ପାଇଁ ସିପସୁରୁବୁଲି (ବର୍ତ୍ତମାନର ସିପସରୁବାଲି) ମୌଜାରୁ ୧୫୩.୩୭୦ ଏକର ଓ ଷଣ୍ଢପୁର ମୌଜାରୁ ୬୮.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଉଛି। ବିମାନବନ୍ଦର ପାଇଁ ସର୍ବମୋଟ୍ ୨୨୧.୪୮୦ ଏକର ବେସରକାରୀ ତଥା ବ୍ୟକ୍ତିଗତ ଜମି ଅଧିଗ୍ରହଣ ହେବ। ଏଥିରୁ ସିପସୁରୁବୁଲି ମୌଜାର ୨୯ଟି ପ୍ଲଟ୍ରୁ ୧୫୩.୩୭୦ ଏକର ଜମି ଅଧିଗ୍ରହଣ ହେବ। ବଗାୟତ-୧ କିସମର ଗୋଟିଏ ପ୍ଲଟ୍ରୁ ୧୨.୭୪୦ ଏକର, ବଗାୟତ-୩ କିସମର ୨୨ଟି ପ୍ଲଟରୁ ୧୩୯.୧୧୦ ଏକର, ଜଳାଶୟ-୨ କିସମର ଗୋଟିଏ ପ୍ଲଟରୁ ୦.୭୬୦ ଏକର ଓ ପତିତ କିସମର ୫ଟି ପ୍ଲଟରୁ ୦.୭୬୦ ଏକର ଜମି ଅଧିଗ୍ରହଣ ହେବ।
ସେହିଭଳି ଷଣ୍ଢପୁର ମୌଜାର ମୋଟ୍ ୪୧ଟି ପ୍ଲଟ୍ରୁ ୬୮.୧୧୦ ଏକର ଜମି ଅଧିଗ୍ରହଣ ହେବ। ବଗାୟତ-୨ କିସମର ୪ଟି ପ୍ଲଟ୍ରୁ ୧.୩୫୦ ଏକର, ବଗାୟତ-୩ କିସମର ୩୪ଟି ପ୍ଲଟ୍ରୁ ୬୧.୦୮୦ ଏକର, ପତିତ କିସମର ୩ଟି ପ୍ଲଟ୍ରୁ ୫.୬୮୦ ଏକର ଜମି ଅଧିଗ୍ରହଣ ହେବ। ବିମାନବନ୍ଦର ପ୍ରତିଷ୍ଠା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସାମାଜିକ ଆକଳନ ସର୍ବେକ୍ଷଣରୁ ଏହି ପ୍ରକଳ୍ପ ଦ୍ବାରା ସିପସୁରୁବୁଲି ମୌଜାର ୨୨ଟି ଓ ଷଣ୍ଢପୁର ମୌଜାର ୩୮ଟି ପରିବାର, ଏପରି ୬୦ଟି ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯଥାର୍ଥ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ପଟ୍ଟଚିତ୍ରରେ ଝଲସିବ ‘କାଞ୍ଚି ଅଭିଯାନ’
ପ୍ରଦକ୍ଷଣ ମାର୍ଗରେ ଝଲସିବ ପଦ୍ମାବତୀ-ପୁରୁଷୋତ୍ତମଙ୍କ କାହାଣୀ। ଗଜପତି ପୁରୁଷୋତ୍ତମଦେବଙ୍କ ସହ କଳା ଓ ଧଳା ଘୋଡ଼ାରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳରାମଙ୍କ କାଞ୍ଚି ଅଭିଯାନଠୁ ନେଇ କାଞ୍ଚି ବିଜୟର କଥା। ପୁରୁଷୋତ୍ତମ ଦେବଙ୍କର ପଦ୍ମାବତୀଙ୍କର ପ୍ରେମଠୁ ନେଇ ପୁରୀକୁ କାଞ୍ଚି ଗଣେଶ ଆସିବାର ଗାଥା। ବ୍ରିଟିସ୍ ଅମଳର ୫୦ ଫୁଟର ପାଣିଟାଙ୍କିରେ ଭକ୍ତ ଦେଖିବେ କାଞ୍ଚି ଅଭିଯାନର ପୌରାଣିକ ପଟ୍ଟଚିତ୍ର। ଐତିହ୍ୟ ଗ୍ରାମ ରଘୁରାଜପୁରର ପାରମ୍ପରିକ ପଟ୍ଟଚିତ୍ର କଳାରେ ଝଟକିବ ଏହି ଗୌରବମୟ ଗାଥା। ଶ୍ରୀମନ୍ଦିର ପରିକ୍ରମା କରିବା ବେଳେ ଭକ୍ତମାନେ କେବଳ ବ୍ରିଟିସ ସମୟର ବିଶାଳ ପାଣିଟାଙ୍କି ଦେଖିବେ ନାହିଁ, ବରଂ ୫୦ ଫୁଟ୍ର ପାଣି ଟାଙ୍କିରେ ମହାପ୍ରଭୁ ଓ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଗଜପତି ପୁରୁଷୋତ୍ତମ ଦେବ ଓ କାଞ୍ଚି ରାଜଜେମା ପଦ୍ମାବତୀଙ୍କ ବିବାହ କଥାବସ୍ତୁର ଅନୁଭବ ନେଇ ଫେରିବେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରର ପ୍ରତିଟି ଅଂଶରେ ମହାପ୍ରଭୁଙ୍କ ସଂସ୍କୃତିର ଛାପ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପଦକ୍ଷେପ ନିଆଯାଇଛି। ପାଣିଟାଙ୍କିର ଶୀର୍ଷରେ ମୋଟ୍ ୮ଟି ପ୍ଲଟ୍ରେ କାଞ୍ଚି ଅଭିଯାନର କଥାବସ୍ତୁର ପ୍ରତିଫଳନ ଦେଖିବାକୁ ମିଳିବ। ୧୯୩୫ ମସିହାରେ ନିର୍ମିତ ବିଶାଳ ପାଣି ଟାଙ୍କି ଫିକା ଗୋଲାପି ରଙ୍ଗରେ ଶୋଭା ପାଉଛି। ଏହି ଟାଙ୍କି ଉପରେ ପଟ୍ଟଚିତ୍ରରେ ୮ଟି କଥାବସ୍ତୁରେ ସମୁଦାୟ କାହାଣୀକୁ ଉପସ୍ଥାପନ କରାଯାଉଛି। ମହାପ୍ରଭୁଙ୍କ ପରମ ଭକ୍ତ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ଭ୍ରମଣ ବେଳେ କାଞ୍ଚି ରାଜଜେମା ପଦ୍ମାବତୀଙ୍କ ସହ ସାକ୍ଷାତ ଓ ପ୍ରେମ ସମ୍ପର୍କର ପ୍ରାରମ୍ଭିକ କଥାକୁ ଚିତ୍ରିତ କରାଯାଇଛି। ସେହିଭଳି ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କ ବ୍ୟବହାରରେ ପ୍ରୀତ ହୋଇ ତାଙ୍କ ସହ ପଦ୍ମାବତୀଙ୍କ ପ୍ରେମ ସମ୍ପର୍କକୁ ସ୍ବୀକୃତି ଦେଇ ବିବାହ ପାଇଁ ରାଜି ହେବା, ଶ୍ରୀପୁରୁଷୋତ୍ତମ ଦେବଙ୍କ ବିଷୟରେ ସତ୍ୟାସତ୍ୟ ଜାଣିବା ପାଇଁ କାଞ୍ଚି ରାଜ ପରିବାର ପକ୍ଷରୁ ଗୁପ୍ତଚରଙ୍କୁ ନିୟୋଜିତ କରିବା, ରଥ ଉପରେ ଶ୍ରୀପୁରୁଷୋତ୍ତମ ଦେବ ରଥ ଉପରେ ଛେରା ପହଁରା କରୁଥିବା ଦେଖି ଗୁପ୍ତଚର ଅସନ୍ତୋଷ ବ୍ୟକ୍ତ କରି କାଞ୍ଚିକୁ ଫେରି ଆସିବା, ଗଜପତି ଖଡ଼ିକା ମୁଠା ଧରି ଓଳାଉଥିବାରୁ ତାଙ୍କ ସହ ପଦ୍ମାବତୀଙ୍କ ବିବାହ ନକରିବା ପାଇଁ କାଞ୍ଚି ରାଜାଙ୍କୁ ଗୁପ୍ତଚର ପରାମର୍ଶ ଦେବା, କାଞ୍ଚି ରାଜା ସବୁ ଶୁଣିବା ପରେ ନିଜ ଝିଅ ତଥା ରାଜକୁମାରୀଙ୍କୁ ଶ୍ରୀପୁରୁଷୋତ୍ତମ ଦେବଙ୍କ ସହ ବିବାହ ନକରାଇବା ନିଷ୍ପତ୍ତି, ତୁରନ୍ତ କାଞ୍ଚି ରାଜା ସ୍ବୟଂମ୍ବର ପର୍ବ ଆୟୋଜନ କରିବା, ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଏହା ଶୁଣିବା ପରେ କାଞ୍ଚି ରାଜାଙ୍କ ସହ ଯୁଦ୍ଧ ଘୋଷଣା କରିବା, ଗଜପତି ପ୍ରଥମ ଯୁଦ୍ଧରେ ପରାସ୍ତ ହେବା ପରେ ମହାପ୍ରଭୁଙ୍କ ଶରଣ ପଶି ଯୁଦ୍ଧ ପାଇଁ ପୁନଃ ବାହାରିବା, ଯୁଦ୍ଧରେ ସ୍ବୟଂ ଶ୍ରୀଜଗନ୍ନାଥ ଓ ଶ୍ରୀବଳରାମ କଳା ଓ ଧଳା ଘୋଡ଼ାରେ ଯାଇ ଯୁଦ୍ଧରେ ସାମିଲ ହେବା, ଯୁଦ୍ଧରେ କାଞ୍ଚି ରାଜା ପରାସ୍ତ ହେବା ପରେ ସେଠାରୁ ପଦ୍ମାବତୀଙ୍କୁ ନେଇ ଶ୍ରୀପୁରୁଷୋତ୍ତମ ଦେବ ପୁରୁଷୋତ୍ତମ କ୍ଷେତ୍ରକୁ ଚାଲି ଆସିବା ଏବଂ ରଥଯାତ୍ରାରେ ଛେରାପହଞରା କରୁଥିବା ବେଳେ ଗଜପତିଙ୍କ ସହ ପଦ୍ମାବତୀଙ୍କ ବିବାହ ସମ୍ପନ୍ନ ହେବାର କଥାବସ୍ତୁକୁ ପଟ୍ଟଚିତ୍ରରେ ରୂପାନ୍ତର କରାଯାଉଛି।
ନିୟୋଜିତ ହୋଇଛନ୍ତି ୮ ପଟ୍ଟଚିତ୍ରଶିଳ୍ପୀ
ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣାଙ୍କ ନେତୃତ୍ବରେ ମଧୁସୂଦନ ସ୍ବାଇଁ, ଚରଣ ନାୟକ, ସୁକାନ୍ତ ମହାପାତ୍ର, ସୁରେଶ ମହାରଣା, ପୂର୍ଣ୍ଣଚନ୍ଦ୍ର ପାତ୍ର, ହେମନ୍ତ ବରାଳ, ସୁବାସ ପ୍ରଧାନ ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି। ଖରା, ବର୍ଷା, କାକରରେ ଯେପରି ଦୀର୍ଘ ସମୟ ଏହି ପଟ୍ଟଚିତ୍ର ଫିକା ନପଡ଼େ ସେନେଇ ଉଚ୍ଚ ଗୁଣମାନର ରଙ୍ଗ ବ୍ୟବହାର କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ ବେଳେ କାଞ୍ଚି ଅଭିଯାନର କାହାଣୀ ଏବଂ ମାଣିକ ଗଉଡ଼ୁଣୀର କଥାବସ୍ତୁକୁ ଭକ୍ତମାନେ ଉପଲବ୍ଧି କରିପାରିବେ।
୫୦ ଫୁଟ୍ ଉଚ୍ଚରେ ପଟ୍ଟଚିତ୍ର ପ୍ରଥମ ଅନୁଭୂତି, ସବୁ ତାଙ୍କରି ଇଚ୍ଛାରେ…
ପ୍ରଥମଥର ପାଇଁ ୫୦ ଫୁଟ୍ ଉଚ୍ଚରେ ପଟ୍ଟଚିତ୍ର ଆଙ୍କିବା ଆମ ପାଇଁ ବଡ଼ ଆହ୍ବାନ ଥିଲା। କେବଳ ମହାପ୍ରଭୁଙ୍କ କାମ ହୋଇଥିବାରୁ ସାହସ ଜୁଟାଇ ପାରିଲୁ। କାମ କରୁଥିବା କୌଣସି ପଟ୍ଟଚିତ୍ର ଶିଳ୍ପୀ ଆଜି ପର୍ଯ୍ୟନ୍ତ ଏତେ ଉଚ୍ଚରେ ପଟ୍ଟଚିତ୍ର ଆଙ୍କିନଥିଲେ। ଏବେ ବାଉଁଶ ଭାରାରେ ଚଢ଼ି ଚିତ୍ର ଆଙ୍କିବା କେବଳ ତାଙ୍କରି କୃପାରୁ ସମ୍ଭବ ହୋଇପାରୁଛି। ଐତିହାସିକ ପ୍ରକଳ୍ପରେ ଆମେ ସ୍ଥାନୀୟ ଚିତ୍ରଶିଳ୍ପୀ ଓ ସେବକ ଭାବେ ଏହି କାର୍ଯ୍ୟ ପାଇବା ସୌଭାଗ୍ୟର କଥା। ଚିତ୍ର ସ୍ଥିରୀକୃତ ହେବା ପରେ ଆମେ ଡିସେମ୍ବର ୨୪ ତାରିଖରେ କାମ ଆରମ୍ଭ କରିଥିଲୁ। ୮୦ ପ୍ରତିଶତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରରେ ଯେପରି ଟିକେ ବି ଖୁଣ ନରୁହେ ସେଥିପ୍ରତି ସମସ୍ତେ ଯତ୍ନବାନ ଅଛୁ।
ୟୁନିଭର୍ସ ମହାରଣା (ମୁଖ୍ୟ ପଟ୍ଟଚିତ୍ର ଶିଳ୍ପୀ)
ମହାପ୍ରଭୁ ସାହସ ଭରିଛନ୍ତି…
ଏହି ପ୍ରାଚୀନ ବ୍ରିଟିସ ଶାସନ ସମୟର ପାଣି ଟାଙ୍କିକୁ ରଙ୍ଗ କରିବା ସହ ପଟ୍ଟଚିତ୍ରରେ କାଞ୍ଚି ଅଭିଯାନ କଥାବସ୍ତୁ ଚିତ୍ରଣ ପାଇଁ ମୋତେ ଦାୟିତ୍ବ ଦିଆଗଲା। ମାତ୍ର ଏତେ ଉଚ୍ଚରେ କେହି ପଟ୍ଟଚିତ୍ର କାରିଗର ଚିତ୍ର ଆଙ୍କିବେ ସେ ଭରସା ପାଇନଥିଲା। କାଳେ କାମ ସମୟ ମଧ୍ୟରେ ନ ସରିବ, ସେଥିପାଇଁ ରାଜି ହେଉନଥିଲି। ମାତ୍ର ମୋତେ ବାରମ୍ବାର ନିର୍ଦ୍ଦେଶ ଆସିବାରୁ ମହାପ୍ରଭୁଙ୍କୁ ଡାକି କାମ ଆରମ୍ଭ କରିଥିଲି। ବାସ୍ତବରେ ଅସମ୍ଭବ ମନେ ହେଉଥିବା କାମ ଏବେ ସାକାର ରୂପ ନେବାକୁ ଯାଉଛି। ବାସ୍ତବରେ ଏ କାମ କରିବା ପାଇଁ ମହାପ୍ରଭୁ ହିଁ ସାହସ ଦେଇଥିଲେ। ସେଥିପାଇଁ ଅବଧି ପୂର୍ବରୁ କାମ ସରିବାକୁ ଯାଉଛି।
ସଂଜୀବ କୁମାର ମହାନ୍ତି (ଠିକାଦାର)
କାନ୍ଥ ଗାଉଛି ଗାଥା
ପୁରୀ: କଥା କହିଲାଣି କାନ୍ଥ। ମାଖି ହେଲାଣି ହଜିଯାଉଥିବା କଳା ସଂସ୍କୃତି। ଉତୁରୁଛି ଐତିହ୍ୟର ଗାଥା। ବାଦ୍ୟଠୁ ନେଇ ନୃତ୍ୟ। ପୁଣି ସମୁଦ୍ରଚର ଜୀବଙ୍କଠୁ ନେଇ ସାମୁଦ୍ରିକ ଜଳକ୍ରୀଡ଼ା। ସ୍ଥାନୀୟ କଥାବସ୍ତୁର ଅବବୋଧକୁ ଚିତ୍ରରେ ଅବତାରଣା କରୁଛନ୍ତି ଶିଳ୍ପୀବୃନ୍ଦ। ନୂଆବୋହୂ ଭଳି ସଜେଇ ହେଉଛି ସହରର କାନ୍ଥବାଡ଼। ଯେମିତି ରଙ୍ଗ-ବେରଙ୍ଗର ଶାଢ଼ି ପିନ୍ଧୁଛି ଶ୍ରୀକ୍ଷେତ୍ର। ପରିକ୍ରମା ପ୍ରକଳ୍ପର ରୂପରେଖ ସଂଦର୍ଶନ କରିବାକୁ କୋଟିକୋଟି ଓଡ଼ିଆ ପ୍ରତୀକ୍ଷା କରି ରହିଥିବା ବେଳେ ଶ୍ରୀକ୍ଷେତ୍ରକୁ ନବବଧୂ ଭଳି ସୁସଜ୍ଜିତ କରିବାକୁ କାନ୍ଥ ଚିତ୍ରକୁ ଅଗ୍ରାଧିକାର ଦିଆଯାଇଛି। ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ସଜେଇ ହେଉଥିବା ବେଳେ ସଂଲଗ୍ନ ମୁଖ୍ୟ ଗଳି ରାସ୍ତାର କାନ୍ଥକୁ ଚିତ୍ରଣ କରାଯାଉଛି। ସ୍ଥାନ ବିଶେଷରେ ଚିତ୍ର କରାଯାଇଛି। ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତଥା ବ୍ଲୁ-ଫ୍ଲାଗ୍ ବିଚ୍ କାନ୍ଥଠାରୁ ନେଇ ଆଚାର୍ଯ୍ୟ ହରିହରଛକ ପର୍ଯ୍ୟନ୍ତ କାନ୍ଥରେ ସାମୁଦ୍ରିକ ଜୀବ ଯଥା; କଙ୍କଡ଼ା, ମାଛ, କଇଁଛ, ଚିଙ୍ଗୁଡ଼ି ସମେତ ସମୁଦ୍ରର ରୂପାନ୍ତରଣ ହୋଇଛି। ସେହିଭଳି ମୋଚିସାହି ଛକରୁ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସବୁଠୁ ଆକର୍ଷଣୀୟ ସାମୁଦ୍ରିକ ଜଳକ୍ରୀଡ଼ାର ଅବତାରଣା କରାଯାଇଛି। ଜେଟ୍ ସ୍କି, ବୋଟ୍ ଚାଳନା ଉପଭୋଗ କରିବା, ଓଟ ପିଠିରେ ପର୍ଯ୍ୟଟକ ସବାର ହେବା, ବେଳାଭୂମିରେ କିଣାବିକାର ଦୃଶ୍ୟକୁ ଚିତ୍ରଣ କରାଯାଇଛି। ପିକେଡିଏଛକରୁ ଟାଉନ୍ ହଲ୍ଛକ ମଧ୍ୟରେ ୩ଟି କଥାବସ୍ତୁକୁ ରୂପ ଦିଆଯାଇଛି। ସଦାଶିବ ପରିସର ବାହ୍ୟ କାନ୍ଥରେ ଓଡ଼ିଶୀର ବିଭିନ୍ନ ମୁଦ୍ରା ଓ ଓଡ଼ିଶୀ ନୃତ୍ୟ ଶୈଳୀ ଚିତ୍ରିତ ହୋଇଛି।
ଅପର ପାର୍ଶ୍ବରେ ହଜି ଯାଉଥିବା କଳା ସଂସ୍କୃତିର ଗାଥା ବର୍ଣ୍ଣିତ ହୋଇଛି। କେନ୍ଦେରା, ଖଞ୍ଜଣି, ପଖାୱଜ, ଢୋଲ, ମୃଦଙ୍ଗ, ବଂଶୀ, ଘୁଡ଼ୁକି, ଘୋଡ଼ାନାଚ, ମୁଖା ନୃତ୍ୟ ଓ ସାହିଯାତର ନାଗା ନୃତ୍ୟ, ବାଘ ମୁଖା ନୃତ୍ୟ ଆଦି ଶୋଭାପାଉଛି। ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ବାହ୍ୟ କାନ୍ଥରେ ଶିକ୍ଷା ସମ୍ବନ୍ଧୀୟ କଥାବସ୍ତୁ ସ୍ଥାନିତ କରାଯାଇଛି। ବିଜ୍ଞାନ ଲାବୋରେଟୋରିରେ ପିଲାମାନେ ଅଭ୍ୟାସ କରିବାଠାରୁ ପୁସ୍ତକ ଓ ଅନ୍ୟ ପାଠ୍ୟ ସାମଗ୍ରୀର ଚିତ୍ର ରହିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ବାହ୍ୟ କାନ୍ଥରେ ଆୟୁର୍ବେଦ ଔଷଧ ସମ୍ବନ୍ଧୀୟ ଚେରମୂଳି ଆଦିର ଚିତ୍ର, ଯୋଗାସନ ଓ ପ୍ରାଣାୟମ୍ ଆଦିର ଚିତ୍ର ଆକର୍ଷଣୀୟ ହୋଇଛି। ସମୁଦ୍ର ନିକଟବର୍ତ୍ତୀ ସ୍ଥାନକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ଚିତ୍ରରେ ବାର୍ତ୍ତା ଦିଆଯାଇଛି। କୁକୁରର ମୁଣ୍ଡରେ ପ୍ଲାଷ୍ଟିକ ଡବା ପଶିଯିବା ପରେ ମୁଣ୍ଡରୁ ଏହି ଡବାକୁ ବାହାର କରିବା ପାଇଁ ଛଟପଟ ହେଉଥିବାର ବିକଳ ଚିତ୍ର ଶୋଭାପାଉଛି। କାନ୍ଥ ଚିତ୍ର ବାବଦରେ ମୋଟ୍ ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ୧୪ଟି ଏଜେନ୍ସି ଓ କଳାକାରଙ୍କୁ ଚୟନ କରାଯାଇଛି। ଏଥିପାଇଁ ପ୍ରାୟ ୨୦ଟି କଥାବସ୍ତୁ ଚୟନ କରାଯାଇଛି। କାନ୍ଥ ଚିତ୍ର ପାଇଁ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍, ସିଟି ରୋଡ୍, ଭିଆଇପି ରୋଡ୍, ସମୁଦ୍ର କୂଳ, ବିଧବାଶ୍ରମ ରାସ୍ତା, ଗୋପବନ୍ଧୁ ଆୟୁର୍ବେଦ କଲେଜଠାରୁ ସୁଭାଷ ବୋଷଛକ, ଷ୍ଟେସନ୍ ରୋଡ୍ ଭଳି ୩୨ଟି ସ୍ଥାନ ଚିହ୍ନଟ କରାଯାଇଛି। ପ୍ରାୟ ୨ଲକ୍ଷ ବର୍ଗଫୁଟ କାନ୍ଥକୁ ଚିତ୍ରିତ କରାଯାଉଛି।
ଭାବବିହ୍ବଳ ହେଲେ ଭକ୍ତ, ଝୋଟି, ଚିତାରେ ରଥକୁ ସ୍ବାଗତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, କୁଜଙ୍ଗ ଓ ସଦର ଅଞ୍ଚଳରେ ଅତ୍ୟନ୍ତ ଭାବବିହ୍ବଳ ପରିବେଶରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ କରାଯାଇଛି। କୁଜଙ୍ଗ ବ୍ଲକ୍ ଅଧୀନ ମହ୍ଲାସାହି ଓ ସାଇଲୋ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି। ମହ୍ଲାସାହି ଜଗନ୍ନାଥ ମଠ ନିକଟରେ ରଥ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ମହିଳାମାନେ ଛକରେ ଝୋଟି, ଚିତା ପକାଇବା ସହିତ ଅର୍ପଣ ରଥକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରତି ପରିବାରରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା। ଅନ୍ୟପଟେ ଢିଙ୍କିଆ ପଂଚାୟତରେ ବି ଅନୁରୂପ ଢଙ୍ଗରେ ରଥକୁ ସ୍ବାଗତ କରାଯାଇଥିଲା। ବିରିଡ ବ୍ଲକର ୨୧ଟି ପଂଚାୟତରେ ଆଜି ରଥ ପରିକ୍ରମା କରିଥିବା ବେଳେ ଶତାଧିକ ମହିଳା ଶୋଭାଯାତ୍ରାରେ ରଥକୁ ପାଛୋଟି ନେବା ସହିତ ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଉପସ୍ଥିତ ରହି ରଥକୁ ସ୍ବାଗତ କରିଥିଲେ।
ବାସୁଛି ତୁଳସୀ ତୁଳସୀ
ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି। ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେ ନାହିଁ। ଶ୍ରୀମନ୍ଦିରର ପ୍ରତିଟି ନୀତିକାନ୍ତିରେ ତୁଳସୀର ବ୍ୟବହାର ହୋଇଥାଏ। ଫୁଲ ମାଳ ସହିତ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି । ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି। ତୁଳସୀର ସୁଗନ୍ଧ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାର୍ଗର ପରିବେଶରେ ଭରିଦେଇଛି ଦିବ୍ୟତା ଓ ଆଧ୍ୟାତ୍ମିକତାର ଉପଲବ୍ଧି ।
କୋଟି ବ୍ରହ୍ମାଣ୍ଡ ନାୟକ କାଳିଆ ସାଆନ୍ତଙ୍କର ଫୁଲ ଶୃଙ୍ଗାରରେ ଭାରି ଶ୍ରଦ୍ଧା। ଏହି ଅବସରରେ ସାଆନ୍ତଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଫୁଲରେ ସୁସଜ୍ଜିତ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଶେଷ ଭାବରେ ଫୁଲ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ପରିକ୍ରମା ସମୟରେ ଭକ୍ତମାନଙ୍କୁ ଏକ ସୌନ୍ଦର୍ଯ୍ୟଭରା ପ୍ରାକୃତିକ ପରିବେଶ ସହିତ ଆଧ୍ୟାତ୍ମିକ ଅନୁଭବର ସ୍ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିକ୍ରମା ମାର୍ଗକୁ ଭକ୍ତଙ୍କ ପାଇଁ ଯଥାସମ୍ଭବ ସୁରମ୍ୟ ଓ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଫୁଲକୁ ଗୁରୁତ୍ବ ପୂର୍ବକ ନାନାଦି ପୁଷ୍ପଚାରା ସ୍ଥାନିତ କରାଯାଇଛି। ପରିବେଶର ଶୋଭାବର୍ଦ୍ଧନ କରିବା ଓ ମହାପ୍ରଭୁଙ୍କ ମନ୍ଦିର ଚତୁଃପାର୍ଶ୍ବକୁ ସୁଗନ୍ଧିତ ରଖିବା ପାଇଁ ବିଭିନ୍ନ କିସମର ପ୍ରାୟ ୫୦ ହଜାର ଫୁଲ ଗଛ ରୋପଣ କରାଯାଇଛି। ଅଶୋକ, କଦମ୍ବ, ମିଛିଲା ଚମ୍ପା, ଚାନ୍ଦିନୀ, କଚ୍ଛନର, ଆଲଷ୍ଟେନିଆ ସ୍କଲାରିସ୍, ସିମମ୍, ମଲସରି, ଗଲଫିମିଆ ଆଦି ଫୁଲ ଗଛ ଲଗା ଯାଇଛି। ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷିତ ବ୍ୟକ୍ତି ମାନେ ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଏହିସବୁ ଗଛର ଯତ୍ନ ନେଉଛନ୍ତି।
ଶ୍ରୀଜୀଉମାନଙ୍କ ଦୈନନ୍ଦିନ ଭୋଗ ପୂଜାରେ ଫୁଲ
ଶ୍ରୀଜୀଉମାନଙ୍କ ଦୈନନ୍ଦିନ ଭୋଗ ପୂଜାରେ ତରାଟ ଓ ଗେଣ୍ଡୁ ଫୁଲ ବ୍ୟବହାର ହୋଇଥାଏ । ସ୍ନାନ ଯାତ୍ରାରେ ମଲ୍ଲୀ, ଯୁଇ, ମରୁଆ, ଦୟଣା ଓ ତରାଟ ଫୁଲ ଲାଗି ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଅର୍ପିତ ମାଳରେ ଚମ୍ପା, ପଦ୍ମ, ଗେଣ୍ଡୁ, ସେବତୀ, ଟଗର, ତୁଳସୀ, ଦୟଣା, ମରୁଆ, ହେନା, ଜୁଇ, ମାଳତୀ ଓ ମଲ୍ଲୀ ଆଦି ଫୁଲ ବ୍ୟବହାର ହୋଇଥାଏ । ବଡ଼ସିଂହାର ବେଶରେ କାଳିଆ ସାଆନ୍ତ ଗୋଲାପର ହୃଦ-ପଦକ ଧାରଣ କରିଥାନ୍ତି।
ଜଗନ୍ନାଥଙ୍କ ମସ୍ତକର ଶୋଭା ପାଏ ପ୍ରଣତିଙ୍କ ହାତ ତିଆରି ‘ଭକ୍ତିଗଭା’
ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତ ଭାବରେ ବନ୍ଧା। କିମ୍ବଦନ୍ତୀ ଓ ପ୍ରବାଦରେ ଭକ୍ତ-ଭଗବାନଙ୍କ ସମ୍ପର୍କର ବିଭିନ୍ନ ଆଖ୍ୟାନ ରହିଛି। ମହାପ୍ରଭୁଙ୍କ ପାଇଁ ସମର୍ପିତ ସେହିଭଳି ଜଣେ ଭକ୍ତ ହେଲେ ପ୍ରଣତି ପ୍ରଧାନ। ୧୯୯୫ ମସିହାରୁ ୨୯ ବର୍ଷ ଧରି ତାଙ୍କ ହାତ ତିଆରି ପୁଷ୍ପଗଭାରେ ବଡ଼ଠାକୁରଙ୍କ ଶୃଙ୍ଗାର ହେଉଛି। ଖରା-ବର୍ଷା-ଶୀତ, ବନ୍ୟା-ବାତ୍ୟା-ମହାମାରୀ କିଛି ବି ତାଙ୍କୁ ଜଗନ୍ନାଥଙ୍କ ପାଖକୁ ଗଭା ପଠାଇବାରୁ ଅଟକାଇ ପାରିନାହିଁ। ପ୍ରଣତି କୁହନ୍ତି, ସତେ ଯେମିତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ହାତ ତିଆରି ଫୁଲଗଭାକୁ ଅପେକ୍ଷା କରି ରହିଥାନ୍ତି। ପ୍ରତିଦିନ ପ୍ରଣତିଙ୍କ ହାତ ତିଆରି ଗଭାକୁ ମସ୍ତକରେ ଧାରଣ କରିଆସୁଛନ୍ତି ମହାପ୍ରଭୁ। ଅନେକ ଥର ତାଙ୍କୁ ଭକ୍ତଙ୍କ ଭିଡ଼ ଓ ପ୍ରତିକୂଳ ପରିସ୍ଥିତିର ପରୀକ୍ଷା ଦେବାକୁ ପଡ଼ିଛି। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେପରେ ତାଙ୍କର ସବୁ ପ୍ରତିବନ୍ଧକ ହଟିଯିବ ବୋଲି ବିଶ୍ୱାସ କରନ୍ତି। ୧୯୯୫ ମସିହାରେ ସେ ବାଲେଶ୍ବରରୁ ତୀର୍ଥଯାତ୍ରୀଙ୍କ ସହ ପ୍ରଥମଥର ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ। ସେତେବେଳକୁ ତାଙ୍କ ବୟସ ୨୪ । ପ୍ରଥମ ଦର୍ଶନରେ ହିଁ ପ୍ରଭୁଙ୍କ ଚକାନୟନର ସମ୍ମୋହନୀ ଶକ୍ତିରେ ସେ ବାନ୍ଧି ହୋଇପଡ଼ିଥିଲେ । ଏଇଠୁ ଘରକୁ ଫେରିଗଲେ ସିନା, ସଂସାରର ଆଉ କୌଣସି ସ୍ଥାନରେ ତାଙ୍କର ମନ ଲାଗିଲା ନାହିଁ। ସତେ ଯେମିତି ତାଙ୍କ ଆତ୍ମା ରହିଗଲା ପୁରୀ ଧାମରେ। ଭକ୍ତି ପାଗଳିନୀ ହୋଇ ସେ ଟାଣି ହୋଇ ଆସିଥିଲେ ଶ୍ରୀକ୍ଷେତ୍ର। ଅବଶିଷ୍ଟ ଜୀବନ ପାଇଁ ସେ ପାଲଟିଲେ ପୁରୀର ବାସିନ୍ଦା । ସୁନ୍ଦରରୁ ସୁନ୍ଦରତମ ଫୁଲସବୁ ଏକାଠି କରି ଗଭା ତିଆରି କରିବା ହେଉଛି ଏବେ ତାଙ୍କର ନିତ୍ୟସାଧନା। ମହାପ୍ରଭୁଙ୍କ ମସ୍ତକରେ ପହଞ୍ଚି ପାରୁଥିବା ସେହି ଫୁଲଗଭା ହିଁ ପ୍ରଣତିଙ୍କ ସତ୍ତା ।
[ad_2]