ଓଡିଶା

ଘୁମୁସର ଉଦୟଗିରି ଏନ୍‌ଏସି କାଉନସିଲ ବୈଠକରେ ଯୋଗଦେଲେ ଉପବାଚସ୍ପତି – bajravana

[ad_1]

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଦେବସ୍ମୀତା ଶତପଥୀଙ୍କ ଅଧ୍ୟକ୍ଷତାରେ ନୂତନ ଅଧ୍ୟକ୍ଷାଙ୍କ ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନ ଉପସ୍ଥିତ ରହିଥିଲେ। ବୈଠକ ଆରମ୍ଭ ପୂର୍ବରୁ ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀ ଉପବାଚସ୍ପତି ଓ ନୂତନ ଅଧ୍ୟକ୍ଷାଙ୍କୁ ସ୍ଵାଗତ କରିଥିଲେ। ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ତଥା ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ଯୋଜନା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ଏମଆଇଏସ ମୁକେଶ ରଞ୍ଜନ ନାୟକ, ସିଓ କେ.ଜୀବନ ଜ୍ୟୋତି ପାତ୍ର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ  ଉପସ୍ଥିତ ଥିଲେ। ନୂତନ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ନିଜ ବକ୍ତବ୍ୟରେ ଧନ୍ୟବାଦ ଦେବା ସହ ପରିଷଦ ଅଞ୍ଚଳର ବିକାଶ କାର୍ଯ୍ୟ କରିବା ନିମନ୍ତେ ସମସ୍ତ କାଉନସିଲର ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ।

ଉପବାଚସ୍ପତି ନିଜ ଅଭିଭାଷଣରେ ନୂତନ ଅଧ୍ୟକ୍ଷାଙ୍କୁ ଏହି ଏନଏସିକୁ ଉନ୍ନତ, ସମୃଦ୍ଧ ଓ ବିକଶିତ ଏନ୍‌ଏସିରେ ପରିଣତ କରିବା ପାଇଁ ଉପଦେଶ ଦେବା ସହ ସମସ୍ତ କାଉନସିଲର ଓ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ଅଧିବେଶନ ଆରମ୍ଭ ପୂର୍ବରୁ ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ପୂର୍ବ ବିବରଣୀ ଅନୁସାରେ ହୋଇଥିବା କାମ ଓ ଅଧା ରହିଥିବା କାମ ଗୁଡ଼ିକୁ ଯାଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସମସ୍ତ ୱାର୍ଡ଼ କାଉନସିଲରମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ୱାର୍ଡ଼ ର ସମସ୍ୟା ଓ ତାର ସମାଧାନ ନିମନ୍ତେ ଆଲୋଚନା ହୋଇ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବା ନେଇ ଅଧ୍ୟକ୍ଷା ମତ ରଖିଥିଲେ।

ମୁକ୍ତା ଯୋଜନା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦେଶ କ୍ରମେ ଲିଙ୍ଗେରିୟା ୱେଷ୍ଟ ପ୍ରକ୍ରିୟା କରଣ ଓ ସହରରେ ଥିବା ସମସ୍ତ ପୋଖରୀ ଗୁଡ଼ିକୁ ଆମ ପୋଖରୀ (ମୁକ୍ତା) ଯୋଜନା ମାଧ୍ୟମରେ ପୁନରୁଦ୍ଧାର କରିବା ପାଇଁ ଆଲୋଚନାରେ ତଥ୍ୟ ରଖିଥିଲେ। ଯାହାକୁ ଉପବାଚସ୍ପତି ଏପ୍ରିଲ ମାସ ଦଣ୍ଡ ଯାତ୍ରା ପୂର୍ବରୁ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏମଆଇଏସ ମୁକେଶ ରଞ୍ଜନ ସହରର ଡ୍ରେନେଜ ମାଷ୍ଟରପ୍ଲାନ ବିଷୟରେ ତଥ୍ୟ ରଖିଥିଲେ ଏବଂ ତାହାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର ବୈଠକ କୁ ପରିଚାଳନା କରିଥିଲେ। ସମସ୍ତ କାଉନସିଲର ନିଜ ନିଜ ୱାର୍ଡ ର ସମସ୍ୟା ଏବଂ ବିକାଶ ସମ୍ପର୍କରେ ଅଧ୍ୟକ୍ଷା ଙ୍କୁ ଅବଗତ କରିବା ସହ ଯାଥା ସମ୍ଭବ ସମାଧାନ ପାଇଁ ନିବେଦନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button