ଓଡିଶା

ଡଙ୍ଗରରେ ଫଳୁଛି ସୁନାର ଫସଲ: ସମସ୍ତଙ୍କ ରୋଲ୍ ମଡେଲ୍ ୮୦ ବର୍ଷୀୟା ରତନୀ ମାଳି – bajravana

[ad_1]

ଜୟପୁର: ରତନୀ ମାଳି। ବୟସ ପାଖାପାଖି ୮୦ବର୍ଷ। ଅଣ୍ଟା ନଇ ଗଲାଣି ହେଲେ ଦୁର୍ବଳ ହୋଇନି ମନୋବଳ। ଡଙ୍ଗର ତାଡି ମାଟିରୁ ଫଳାଉଛନ୍ତି ସୁନାର ଫସଲ। ସରକାରୀ ସହାୟତା କିମ୍ବା ପୁଅବୋହୂଙ୍କ ଉପରେ ନିର୍ଭର ନ କରି ନିଜ ପାଇଁ ନିଜେ ଦାନା ଯୋଗାଡ଼ କରୁଛନ୍ତି ରତନୀ। ବୟସର ଅପରାହ୍‌ଣରେ ଆତ୍ମନିର୍ଭରଶୀଳତାର ରୋଲ୍ ମଡେଲ୍ ସାଜିଥିବା ରତନୀ ପୂରା ଗ୍ରାମବାସୀଙ୍କୁ ପ୍ରଭାବିତ କରିଛନ୍ତି। ଫଳରେ ମାଳିଗୁଡ଼ାର ଅଧିକାଂଶ ଗ୍ରାମବାସୀ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି।

ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତର ମାଳିଗୁଡ଼ା ଗାଁ। ଗାଁରେ ରହୁଛନ୍ତି ୨୫ ପରିବାର। ଜୟପୁର ସହର ସତୀଗୁଡ଼ା ଡ୍ୟାମର ଗୋଟି ପାର୍ଶ୍ବରେ ରହିଛି ଏହି ଗାଁ। ଡ୍ୟାମ୍‌ ତଳ ପିଚୁ ରାସ୍ତା ପରେ ଗାଁକୁ ପକ୍କ‌‌ା ରାସ୍ତା ନାହିଁ। ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଏପରିକି ଚାଷ କରିବାକୁ ଗାଁରେ ସମତଳ ଜମି ନାହିଁ। ସଭିଁଏ ଚାଷ ପାଇଁ ଡଙ୍ଗର ଉପରେ ନିର୍ଭରଶୀଳ। ଡ୍ୟାମ୍‌ର ଜଳସ୍ତରରୁ ଉପର ମୁଣ୍ଡରେ ଗାଁ ରହୁଥିବାରୁ କେନାଲ ଜଳ ଜମିକୁ ଅପହଞ୍ଚ। ଏଭଳି ସ୍ଥିତରେ ଗ୍ରାମବାସୀ ରୋଜଗାର ପନ୍ଥା ଲାଗି ଅନ୍ୟ ବିକଳ୍ପ ଚିନ୍ତା କରିବା ବଦଳରେ ଡଙ୍ଗର ତାଡ଼ି ଚାଷ ଉପଯୋଗୀ ଜମି ପ୍ରସ୍ତୁତ କରି ଚାଷକାର୍ଯ୍ୟକୁ ଆପଣାଇ ନେଇଛନ୍ତି।
ପାହାଡ଼ି ଝରଣାକୁ ନାଳ କାଟି ଆଣି ଜମି ପାଖରେ ପହଞ୍ଚାଇଛନ୍ତି। ଫଳରେ ଜମିରେ ଫୁଲକୋବି, ବନ୍ଧାକୋବି, ମୂଳା, ବିନ୍‌ସ, ଶାଗ ଭଳି ନାନା ପ୍ରକାର ପରିବା ଫଳାଇବାରେ ସଫଳ ହୋଇପାରିଛନ୍ତି ମାଳିଗୁଡ଼ାବାସୀ। ସେହିପରି କଦଳୀ ଓ ଗେଣ୍ଡୁ ଫୁଲ ଚାଷ କରି ଗ୍ରାମବାସୀ ବେଶ୍ ଲାଭ ପାଉଛନ୍ତି। ଉତ୍ପାଦିତ ପରିବାକୁ ସକାଳେ ଜୟପୁର ବଜାରରେ ବିକ୍ରି କରି ବେଶ୍ ଦି ପଇସା ଲାଭ ପାଉଛନ୍ତି ଗ୍ରାମବାସୀ। ଅପରାହ୍‌ଣରେ ଗାଁକୁ ଫେରି ପୁଣି ଚାଷକାର୍ଯ୍ୟରେ ଲାଗି ପଡ଼ୁଛନ୍ତି। ଜମି କୋଡ଼ାଖୋସା ସହ ଫସଲରେ ପାଣି ମଡ଼ାଇବା, ପରିବାର ଯତ୍ନ କାମ କରିଥାନ୍ତି। ପରିବାର ଗୁଜରାଣ ମେଣ୍ଟାଇବାରେ ସମର୍ଥ ଗ୍ରାମବାସୀ ବାର୍ଦ୍ଧକ୍ୟ ଭତ୍ତା, ଆ‌ବାସ ଗୃହ ନ ମିଳିଲେ ବି ଖୁସି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button