ଖେଳ ଖବର

ଓଡ଼ିଶା ରଣଜୀ ଦଳର ବଡ଼ୋଦରା ଯାତ୍ରା – bajravana

[ad_1]

କଟକ: ଚଳିତ ରଣଜୀ ଋତୁର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଘୋଷିତ ୧୫ ଜଣିଆ ଓଡ଼ିଶା ଦଳ ମଙ୍ଗଳବାର ଗୁଜରାଟର ବଡ଼ୋଦରା ଯାତ୍ରା କରିଛି। ଓଡ଼ିଶା ଶୁକ୍ରବାରଠୁ ବରୋଦା ବିପକ୍ଷରେ ଖେଳି ୨୦୨୩-୨୪ ଋତୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ବଡ଼ୋଦରାସ୍ଥିତ ମୋତିବାଙ୍ଗ କ୍ରିକେଟ୍‌ ପଡ଼ିଆରେ ଖେଳାଯିବ। ଏହି ମ୍ୟାଚ୍‌ ଖେଳିବା ପରେ ଦଳ ଦ୍ବିତୀୟ ମ୍ୟାଚ୍‌ ପାଇଁ ଇନ୍ଦୋର ଗସ୍ତ କରିବ। ପରେ ଇନ୍ଦୋରରେ ଦଳ ୧୨ରୁ ୧୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଏମରାଲ୍ଡ ହାଇଟସ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ପଡ଼ିଆର ଆରମ୍ଭ ହେବ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ‌ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ, ସହକାରୀ ପ୍ରଶିକ୍ଷକ ଅବକାଶ ଖଟୁଆ, ପ୍ରବନ୍ଧକ ସୁଜିତ ପ୍ରଧାନ ଓ ଫିଜିଓ ‌ରୋନି ଚାଟାର୍ଜୀ ଦଳ ସହିତ ଯାତ୍ରା କରିଛନ୍ତି।

ଓଡ଼ିଶା ରଣଜୀ ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ ରକ୍ଷକ), ରାଜେଶ ଧୂପର (ୱିକେଟ୍‌ ରକ୍ଷକ), ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନିଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂହ ଓ ସୁମିତ ଶର୍ମା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button