ମନୋରଞ୍ଜନ

ସପ୍ତାହେ ଭିତରେ ୧୦ ହଜାର ଟଙ୍କା ରୋଜଗାର କରି ସିନେମା ହଲ୍‌ରୁ ଉଠିଗଲା ଏହି ଫିଲ୍ମ – bajravana

[ad_1]

ମୁମ୍ବାଇ: ୨୦୨୩ ମସିହା ଭାରତୀୟ ଚଳଚ୍ଚିତ୍ର, ବିଶେଷ କରି ବଲିଉଡ ପାଇଁ ବହୁତ ଭଲ ଥିଲା। କୋଭିଡ ପରେ ତେଲୁଗୁ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ର ଶିଳ୍ପଗୁଡିକର ଆଞ୍ଚଳିକ ଚଳଚ୍ଚିତ୍ର ୨୦୨୧ ଏବଂ ୨୦୨୨ରେ ବକ୍ସ ଅଫିସରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା। କିନ୍ତୁ ବଲିଉଡରେ କମ୍‌ ରୋଜଗାର ଦେଖିବାକୁ ମିଳିଥିଲା।

ହେଲେ ୨୦୨୩ରେ ‘ଜବାନ୍’, ‘ପଠାନ’, ‘ଆନିମଲ୍‌’, ‘ଗଦର ୨’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ସହିତ ଏହି ଛବି ବଦଳିଗଲା। ତେବେ ଏହାର ଅର୍ଥ ନୁହେଁ ଯେ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ସେଠାରେ ଅନେକ ଅସଫଳ ଚଳଚ୍ଚିତ୍ର ମଧ୍ୟ ଥିଲା। ସେଥିମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ଯାହା ସମଗ୍ର ଦେଶରେ ମାତ୍ର୫୦ ଟିକେଟ୍ ବିକ୍ରି କରିଥିଲା।

ସେହି ସିନେମା ହେଉଛି ‘ପଞ୍ଚ କ୍ରିତି’। ସଞ୍ଜୟ ଭର୍ଗାଭାଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଗତବର୍ଷ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।। ବୃଜେନ୍ଦ୍ର କାଲା ଏବଂ ଅନ୍ୟାନ୍ୟ କାଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ‘ଗଦର ୨’ ଓ ‘ଇଏମ୍‌ଜି ୨’ ପରି ଚଳଚ୍ଚିତ୍ର ରିଲିଜ୍‌ ସମୟରେ ପ୍ରେକ୍ଷାଳୟରେ ପଡ଼ିଥିଲା। ଦୁଇଟି ବଡ଼ ଫିଲ୍ମ ଆଗରେ ଏହି ସିନେମାଟି ସଂପୂର୍ଣ୍ଣ ମାନ୍ଦା ପଡ଼ିଗଲା।

ବଲିଉଡ ହଙ୍ଗାମା ତଥ୍ୟ ଅନୁଯାୟୀ ‘ପଞ୍ଚ କ୍ରିତି’ ପ୍ରଥମ ସପ୍ତାହରେ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରିଥିଲା, ଯାହାପରେ ପ୍ରେକ୍ଷାଳୟରୁ ଏହାକୁ ହଟାଇ ଦିଆଯାଇଥିଲା। ଫିଲ୍ମ ନିର୍ମାତା ଦାବି କରିଛନ୍ତି ଯେ ଏହା ୩୫ କୋଟି ଟଙ୍କା ବ୍ୟବସାୟ କରିଛନ୍ତି କିନ୍ତୁ ଏହାକୁ ନେଇ କୌଣସି ପ୍ରମାଣ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button