ଓଡିଶା

ବିଶ୍ୱ ପ୍ରସିଦ୍ଧ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣରେ ଇଣ୍ଡୋନେସିଆ କରାଙ୍ଗସେମର ରିଜେଣ୍ଟ (ରାଜ୍ୟପାଳ) 

କୋଣାର୍କ,୭/୩(ଜ୍ଞାନ ବିଶ୍ୱାଳ)- ଇଣ୍ଡୋନେସିଆ ଓ ଭାରତର ସମ୍ପର୍କ କେଉଁ ପ୍ରାଚୀନ କାଳରୁ ରହି ଆସିଅଛି। ବିଶେଷକରି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରେ  ଇଣ୍ଡୋନେସିଆ ସହ ସୁସମ୍ପର୍କ ଏବେବି ଅତୁଟ ରହିଛି। ଏହି ସମ୍ପର୍କକୁ ମଜଭୁତ କରିବା ପ୍ରୟାସ ନେଇ ଇଣ୍ଡୋନେସିଆ ଭାରତ ସଙ୍ଗମ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଦେଶର କଳା, ସଂସ୍କୃତି, ପରମ୍ପରା, ବାଣିଜ୍ୟ ଓ ଭାବ ଆଦାନ ପ୍ରଦାନ ନିମନ୍ତେ ଇଣ୍ଡୋନେସିଆ ଓ ଓଡ଼ିଶାର ସମ୍ପର୍କ ଗଢି ଉଠିଛି। ଏହି ସମ୍ପର୍କକୁ ବଜାୟ ରଖିବା ନିମନ୍ତେ ଇଣ୍ଡୋନେସିଆ କରାଙ୍ଗସେମର ରିଜେଣ୍ଟ (ରାଜ୍ୟପାଳ) ଶ୍ରୀମତୀ ଇ ଗୁସ୍ତି ଆୟୁ ମାସ ସୁମତ୍ରି ଓ ତାଙ୍କ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ୩ ଦିନିଆ  କଳିଙ୍ଗ ଗ୍ରସ୍ତରେ ଆସିଛନ୍ତି। ଏହି ଅବସରରେ ଗୁରୁବାର ପୂର୍ବାହ୍ନରେ ସେମାନେ ବିଶ୍ୱ ପ୍ରସିଦ୍ଧ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣରେ ଆସି ପହଞ୍ଚିଥିଲେ। ସୁର୍ଯ୍ୟ ମନ୍ଦିର ସମ୍ମୁଖରେ ସେମାନଙ୍କୁ କଳିଙ୍ଗ ୟୁଥ ଫାଉଣ୍ଡେସନର ସମ୍ପାଦକ ସୁନୀଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପ୍ରତିନିଧି ମଣ୍ଡଳୀ ବିଶ୍ୱ ଐତିହ୍ୟ ସୁର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ପର୍ଯ୍ୟଟକ ମାନଙ୍କ ସହ ଫଟୋ ଉଠାଇ ଭାବର ଆଦାନ ପ୍ରଦାନ କରିଥିଲେ। ବିଶେଷ କରି ପ୍ରତିନିଧି ମଣ୍ଡଳୀ ସହ  ଇଣ୍ଡୋନେସିଆର ପାରମ୍ପରିକ ନୃତ୍ୟଶିଳ୍ପୀ ସମସ୍ତଙ୍କ ଆକର୍ଷଣ ପାଲଟିଥିଲେ। ପରେ ପ୍ରତିନିଧି ଦଳ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ଏହି ସମ୍ପର୍କ କାର୍ଯ୍ୟକ୍ରମରେ କଳିଙ୍ଗ ୟୁଥ ଫାଉଣ୍ଡେସନର ଅଧ୍ୟକ୍ଷ ବିଭୁ ସ୍ୱାଇଁ, ଶୁଭ୍ରାଂଶୁ ସେଠୀ, ପଞ୍ଚାନନ ଲେଙ୍କା, ସୌଭାଗ୍ୟ ନାୟକ, ଦୀପ୍ତିରଞ୍ଜନ ବିଶ୍ୱାଳ, ଜ୍ଞାନ ବିଶ୍ୱାଳ ଓ ବିଶ୍ୱଜିତ ରାଉତରାୟ ପ୍ରମୁଖ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button