ବଣ୍ଟା ନୋହିଲା ‘ଭାଗବତ ଟୁଙ୍ଗୀ’ ଟଙ୍କା: ଦେଢ଼ ହଜାର ଆବେଦନ, ୨୩୨ଟିର ଆସିଛି ଅନୁଦାନ – bajravana
[ad_1]
ସଂସ୍କୃତି ବିଭାଗ ମାଗିଲା ଷ୍ଟାଟର୍ସ ରିପୋର୍ଟ, ନିର୍ବାଚନ ପାଇଁ ତରତର, ୧୫ଦିନରେ ବଣ୍ଟାହେବ ଟଙ୍କା
ଖୋର୍ଦ୍ଧା: ବର୍ଷେ କି’ ଦୁଇବର୍ଷ ନୁହେଁ, ଗଲା ପ୍ରାୟ ସାତବର୍ଷ ତଳୁ ଖୋର୍ଦ୍ଧା ଜିଲ୍ଲାକୁ ସରକାର ପଠାଇଥିଲେ ‘ଭାଗବତ ଟୁଙ୍ଗୀ’ ଅନୁଦାନ। ଇତିମଧ୍ୟରେ ଗଲା ନିର୍ବାଚନ ସରିଗଲା, ନୂଆ ନିର୍ବାଚନ ମୁଣ୍ଡ ଉପରକୁ ଆସିଲାଣି। କିନ୍ତୁ, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ ଗାଁ ଗଣ୍ଡାର ବର୍ଷର ବର୍ଷର ଭାଗବତ ଟୁଙ୍ଗୀଙ୍କୁ ଅନୁଦାନ ବାଣ୍ଟି ପାରିନାହିଁ। ସରକାରୀ ଖାତାରେ ୨୩୨ଗୋଟି ଭାଗବତ ଟୁଙ୍ଗୀର ଟଙ୍କା ଗଡ଼ୁଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ଫାଇଲ୍ ତଳେ ମୋଟ୍ ୧୫୬୬ଟି ଭାଗବତ ଟୁଙ୍ଗୀ ଦରଖାସ୍ତ ଚପି ହୋଇ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଥ୍ୟ ମୁତାବକ, ଏ ଭାଗବତ ଟୁଙ୍ଗୀ ଯୋଜନାର ପରିକଳ୍ପନା ହୋଇଥିଲା ୨୦୧୪ ମସିହାରେ। ଠିକ୍ ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବା ପାଇଁ ସରକାର ଏ ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନାର ଉଦ୍ଦେଶ୍ୟ ଥିଲା, ଗାଁ ଗଣ୍ଡା ପରମ୍ପରାରେ ତିଆରି ହୋଇଥିବା ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରିବା। ପ୍ରତ୍ୟେକ ଟୁଙ୍ଗୀକୁ ୫୦ହଜାର ଟଙ୍କାର ଅନୁଦାନ ଯୋଗାଇ ଦେବା। ଯେଉଁଥିରୁ ୪୦ହଜାର ଟଙ୍କା ଫିକ୍ସ ଡିପୋଡିଜ୍ କରାଯିବ ଏବଂ ୧୦ହଜାର ଟଙ୍କାରେ ମାଇକ୍ ସେଟ୍ ଖର୍ଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା। ସରକାର ଖୋର୍ଦ୍ଧା ଜିଲ୍ଲାକୁ ୪୩୧ଟି ଟୁଙ୍ଗୀ ବାବଦକୁ ମୋଟ୍ ଦୁଇ କୋଟି ୧୫ଲକ୍ଷ ଟଙ୍କାର ଅନୁଦାନ ପଠାଇଥିଲେ। ଏ ଯୋଜନାରୁ ଉପକୃତ ହେବା ପାଇଁ ଜିଲ୍ଲାର ମୋଟ୍ ୧୭୬୭ଟି ଭାଗବତ ଟୁଙ୍ଗୀ ଜିଲ୍ଲା ସଂସ୍କୃତି ବିଭାଗ ନିକଟରେ ଦରଖାସ୍ତ ଦେଇଥିଲେ। ସେଥିରୁ ୧୯୯ଟି ଦରଖାସ୍ତକୁ ଜିଲ୍ଲା ପ୍ରଶାସନ ମଞ୍ଜୁରୀ ଦେଇଥିବା ବେଳେ ଆହୁରି ୨୩୨ଟି ଭାଗବତ ଟୁଙ୍ଗୀର ଅନୁଦାନକୁ ସଂସ୍କୃତି ବିଭାଗ ଚାପି ରଖିଛି। ସଂସ୍କୃତି ବିଭାଗ ପାଖରେ ୧୫୬୬ଟି ଆବେଦନପତ୍ର ପଡ଼ି ରହିଛି, କିନ୍ତୁ ଭାଗବତ ଟୁଙ୍ଗୀ ଟଙ୍କା ଏଯାବତ୍ ବଣ୍ଟା ହୋଇ ପାରିଲା ନାହିଁ।
ମୁଣ୍ଡ ଉପରେ ନିର୍ବାଚନ ମାଡ଼ି ଆସୁଥିବା ବେଳେ ବିଭାଗୀୟ ନିର୍ଦ୍ଦେଶାଳୟ ଭାଗବତ ଟୁଙ୍ଗୀ ଟଙ୍କାକୁ ନେଇ ତନାଘନା ଆରମ୍ଭ କରିଛି। କାହିଁକି ଟଙ୍କା ବଣ୍ଟା ହୋଇନି ସେନେଇ ବିଭାଗରୁ ଚାପ ପଡ଼ିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ପ୍ରାୟ ସାତବର୍ଷ ହେଲା ପଡ଼ି ରହିଥିବା ଟଙ୍କାକୁ ଦୁଇ ସପ୍ତାହ ମଧ୍ୟରେ ବାଣ୍ଟିବାକୁ ଜୋର୍ ଉଦ୍ୟମ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଜିଲ୍ଲାରେ ସଂସ୍କୃତି ଅଧିକାରୀ ପଦବି ଖାଲି ପଡ଼ିଥିଲା ବୋଲି ଟଙ୍କା ବଣ୍ଟା ହୋଇପାରିନଥିଲା। ଆସନ୍ତା ୧୫ଦିନ ମଧ୍ୟରେ ଟଙ୍କା ବାଣ୍ଟିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସବୁ ବ୍ଲକ୍ ଏବଂ ପୌର ପରିଷଦରୁ ଭାଗବତ ଟୁଙ୍ଗୀର ବର୍ତ୍ତମାନର ସ୍ଥିତି ରିପୋର୍ଟ ମଗାଯାଇଛି। ସେଥିରୁ ପ୍ରାୟ ୭ଟି ବ୍ଲକ୍ର ରିପୋର୍ଟ ଆସିଗଲାଣି। ଅନ୍ୟ ତିନୋଟି ବ୍ଲକ୍ର ରିପୋର୍ଟ ଆସିଗଲେ, ଟଙ୍କା ବାଣ୍ଟି ଦିଆଯିବ ବୋଲି ଶ୍ରୀ ଦାସ ‘ସମ୍ବାଦ’କୁ କହିଛନ୍ତି।
[ad_2]