news

ବାହାଘର ମ୍ୟୁଜିକ୍‌ ବାଜିବା କଥାରୁ ଜଣେ ମହିଳାଙ୍କୁ ଗୁଳିମାରି ହତ୍ୟା

Image result for indian marriageନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ଦିଲ୍ଲୀ ଉପନଗରୀ ମଙ୍ଗୋଲପୁରୀ ଠାରେ ଆୟୋଜିତ ବାହାଘର ଅନୁଷ୍ଠାନରେ ଗୀତ ବାଜିବା କଥାରୁ ଯୁକ୍ତିତର୍କ ଓ ପରେ ପରେ ଗୁଳିକାଣ୍ଡ ଘଟନାରେ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ଜଣେ ମହିଳା ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି।

ମୃତ ମହିଳା ହେଉଛନ୍ତି ୩୬ ବର୍ଷୀୟ ସୁନୀତା ଦେବୀ। ସେ ହେଉଛନ୍ତି ବର ସୁମିତର ମାଈଁ।

ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀମାନଙ୍କୁ ଚଣ୍ଡୀଗଡ଼ରୁ ଗିରଫ କରାଯାଇଛି। ଅପରାଧ କରିବା ପରେ ସେମାନେ ଘଟନାସ୍ଥଳରୁ ଖସି ପଳାଇ ଥିଲେ।

ଡେପୁଟି ପୁଲିସ କମିସନର୍‌ ସେଜୁ ପି କୁରୁବିଲ୍ଲା କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସୁନୀତା ଏବଂ ତାଙ୍କ ୩୯ ବର୍ଷିୟ ସ୍ୱାମୀ ସଜ୍ଜନ କୁମାର ସୁମିତର ବାହାଘରକୁ ଆସିଥିବା ବେଳେ ଦୁଇ ଭାଇ ୨୪ ବର୍ଷିୟ ଆକାଶ ଓ ୨୫ ବର୍ଷିୟ ସନ୍ଦୀପଙ୍କ ଗୀତ ବାଜିବା ଘଟନାରେ ଯୁକ୍ତିତର୍କ ହୋଇଥିଲା। ସେ ଦୁହେଁ ବି ସୁମିତଙ୍କ ପରିବାର ନିମନ୍ତ୍ରଣ ପାଇ ଆସିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ କୁମାରଙ୍କ ଉପରକୁ ଗୁଳି ଚଳାଇବାରୁ ସୁନୀତା ସେଠାକୁ ଚାଲି ଆସିଲେ ଓ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ମହିଳାଜଣକ ପଡ଼ିଯିବା ଦେଖି ଉଭୟ ବାହାଘର ପଟୁଆର ଛାଡ଼ି ପଳାଇଥିଲେ।

ସୁନୀତାଙ୍କୁ ତୁରନ୍ତ କୁରୁବିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ସୁନୀତା ଓ ସଜ୍ଜନଙ୍କର ତିନୋଟି ପିଲା ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button