ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ଡିଜିପି – bajravana
[ad_1]
ଭୁବନେଶ୍ବର: ୧୯୮୮ ବ୍ୟାଚ୍ର ରାଜସ୍ଥାନ କ୍ୟାଡର୍ର ଓଡ଼ିଆ ଆଇପିଏସ୍ ଅଧିକାରୀ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନର କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ପାଇଛନ୍ତି। ରାଜସ୍ଥାନର ଡିଜି ଉମେଶ ମିଶ୍ର ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ସରକାର ତୁରନ୍ତ ମଞ୍ଜୁର କରିବା ସହ ଶ୍ରୀ ସାହୁଙ୍କୁ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ସାହୁ ଏବେ ରାଜସ୍ଥାନର ହୋମ୍ଗାର୍ଡ ଡିଜି ଭାବେ କାର୍ଯ୍ୟ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଡିଜି ଶ୍ରୀ ମିଶ୍ର ଗତ ବର୍ଷ ନିଯୁକ୍ତି ପାଇଥିଲେ। ଶ୍ରୀ ସାହୁ ତାଙ୍କ ଠାରୁ ବରିଷ୍ଠ ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦେଇଥିଲେ। ୨୦୨୪ ନଭେମ୍ବର ଯାଏ ତାଙ୍କର କାର୍ଯ୍ୟକାଳ ରହିଥିଲା। ତେବେ ରାଜସ୍ଥାନରେ ନୂଆ ସରକାର ଆସିଲା ପରେ ଶ୍ରୀ ମିଶ୍ରଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଶେଷରେ ସେ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ରାଜସ୍ଥାନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଉଥିଲା ବେଳେ ଡିଜି ବଦଳିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
[ad_2]