ଆଇପିଏଲ ଖେଳିଥିବା ନେପାଳର ଏହି ଖେଳାଳି ଦୁଷ୍କର୍ମ ମାମଲାରେ ହେଲେ ଦୋଷୀସାବ୍ୟସ୍ତ – bajravana
[ad_1]
ନୂଆଦିଲ୍ଲୀ: ଆଇପିଏଲ ଖେଳିଥିବା ନେପାଳ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସନ୍ଦୀପଙ୍କ ବିରୋଧରେ ୧୮ ବର୍ଷର ଯୁବତୀକୁ ଦୁଷ୍କର୍ମ କରିଥିବାର ସଂଗୀନ ଅଭିଯୋଗ ପ୍ରମାଣିତ ହୋଇଛି। ଶୁକ୍ରବାର କାଠମାଣ୍ଡୁ ଜିଲ୍ଲା କୋର୍ଟ ସନ୍ଦୀପଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ନେପାଳର ପୂର୍ବତନ ଅଧିନାୟକ ଅଗଷ୍ଟ ୨୦୨୨ରେ କାଠମାଣ୍ଡୁର ଏକ ହୋଟେଲରେ ଜଣେ ୧୮ ବର୍ଷର ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା, ଯାହା ବର୍ତ୍ତମାନ ପ୍ରମାଣିତ ହୋଇଛି। ଯଦିଓ ସନ୍ଦୀପଙ୍କୁ କେତେ ଦିନ ଜେଲରେ ରଖାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, ଜାନୁୟାରୀ ୧୦, ୨୦୨୪ ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଏହା ନିଷ୍ପତ୍ତି ନିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବିଚାରପତି ଶିଶିର ରାଜ ଧାକାଲଙ୍କ ଖଣ୍ଡପୀଠ ଶୁକ୍ରବାର ଦିନ ଏକ ସପ୍ତାହ ଧରି ଶୁଣାଣି ଶେଷ କରି କହିଛନ୍ତି ଯେ ଅଗଷ୍ଟ ୨୦୨୨ରେ ଦୁଷ୍କର୍ମ ସମୟରେ ଯୁବତୀଜଣକ ନାବାଳିକା ନଥିଲେ | ଉଲ୍ଲେଖ ଥାଉ କି ୨୩ ବର୍ଷୀୟ ସନ୍ଦୀପ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୧ଟି ଦିନିକିଆ ଏବଂ ୫୨ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି | ସେ ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି -୨୦ ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ସନ୍ଦୀପ ଆଇପିଏଲ୍ ମଧ୍ୟ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଆଇପିଏଲରେ ଖେଳିଛନ୍ତି। ସନ୍ଦୀପ ମୋଟ ୯ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚଗୁଡିକର ୯ଟି ଇନିଂସରେ ବୋଲିଂ କରି ନେପାଳର ପୂର୍ବତନ ଅଧିନାୟକ ୧୩ଟି ୱିକେଟ୍ ନେଇଥିଲେ।
[ad_2]