ମନୋରଞ୍ଜନ

‘କେବିସି’ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ଅମିତାଭ ବଚ୍ଚନ – bajravana

[ad_1]

ମୁମ୍ବାଇ: ଭାରତୀୟ ସିନେମାର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଯାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ‌ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି କାରଣରୁ ବିଗ୍‌ ବିଙ୍କର ଏକ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

୮୧ ବର୍ଷୀୟ ଅମିତାଭ ହଟ୍‌ ସିଟ୍‌ରେ ବସନ୍ତି, ପ୍ରଶ୍ନ ପଚାରନ୍ତି, ଠିକ୍‌ ଉତ୍ତର ଦେଇ କୋଟି କୋଟି ‌ଟଙ୍କା ଜିତିନିଅନ୍ତି ପ୍ରତିଯୋଗୀ। ହେଲେ ସେ ୮୧ ବର୍ଷୀୟ ବ୍ୟକ୍ତି ଜଣକ କେବଳ ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରତିଯୋଗୀଙ୍କୁ ସେମାନଙ୍କ ହାଲ୍‌ଚାଲ୍‌, ଘରପରିବାର ବିଷୟରେ ବି ଭଲମନ୍ଦ ପଚାରି ବୁଝନ୍ତି। ତାଙ୍କର ଏହି ଅନ୍ଦାଜ ହିଁ ତାଙ୍କୁ କୋଟି କୋଟି ଲୋକଙ୍କ ମନର ରାଜା ବନାଇଛି।

ସେଥିପାଇଁ ତ କୁହାଯାଏ କୌନ୍ ବନେଗା କରୋଡ଼ପତି ( କେବିସି) ସୋ’ ନୁହେଁ, ଏକ ସଂପର୍କ ପରି। ଭାଇରାଲ୍‌ ହୋଇଥିବା ଭିଡିଓରେ ବିଗ୍‌ ବି ଲୁହ ଛଳ ଛଳ ଆଖିରେ କହୁଛନ୍ତି, ‘‘ଦେବୀ ଓ ସଦ୍‌ଜନ ମୁଁ ଯାଉଛି, କାଲିଠାରୁ ଏହି ମଞ୍ଚ ଆଉ ସଜା ହେବନାହିଁ।’’

ଜଣେ ପ୍ରଶଂସିକା କହୁଛନ୍ତି, ‘‘ଆମ ଭିତରୁ ଭଗବାନଙ୍କୁ କେହି ବି ଦେଖୁନୁ। ହେଲେ ଆଜି ଆମେ ଭଗବାନଙ୍କର ସବୁଠାରୁ ପ୍ରିୟ ପିଲାକୁ ଦେଖୁଛୁ।’’ ମହିଳାଙ୍କ ଏହି କଥା ବି ବିଗ୍‌ ବିଙ୍କ ଆଖିରେ ଖୁସିର ଲୁହ ଆଣିଦେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button