ଓଡିଶା

୧୦ ଡିଗ୍ରି ତଳେ ରାଜ୍ୟର ୮ ସହର: କୋରାପୁଟ ସବୁଠାରୁ ଥଣ୍ଡା – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରି ଜାରି ରହିଛି। ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ କରାଯାଇଛି।  ଏହାବ୍ୟତୀତ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭, କେନ୍ଦୁଝରରେ ୮.୮ ଡ଼ିଗ୍ରି, ସୁନ୍ଦରଗଡ଼ରେ ୯ ଡ଼ିଗ୍ରି, କିରେଇରେ ୯.୪  ଡ଼ିଗ୍ରି, ଫୁଲବାଣୀରେ ୯.୫ ଡ଼ିଗ୍ରି ଓ ସେମିଳିଗୁଡ଼ାରେ ୯.୬ ଡ଼ିଗ୍ରି ରେକର୍ଡ କରାଯାଇଛି। ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି ୧୫.୧ ଓ ଭୁବନେଶ୍ବରରେ ୧୬ ଡିଗ୍ରି ଥିବା ଜଣାଯାଇଛି।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଏଥିସହ ପୂର୍ବାଳୀ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଅନେକ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ। ଅନ୍ୟପକ୍ଷରେ ଆକାଶ ନିର୍ମଳ ରହୁଥିବାରୁ କେତେକ ଜିଲ୍ଲାରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଏପରିକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିପାରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button