ବିଭିନ୍ନ ଦାବି ନେଇ କଳାବ୍ୟାଚ ପରିଧାନ କଲେ ଅଗ୍ନିଶମ ବିଭାଗର କର୍ମଚାରୀ – bajravana
[ad_1]
ରାଇରଙ୍ଗପୁର: ୨୦୧୮ ମସିହା ସେପ୍ଟେମ୍ବର ୨୭ ରେ ଅଗ୍ନିଶମ ସେବାସଂସ୍ଥାର ଉଚ୍ଚ ପଦାଧିକାରୀ ଏବଂ କର୍ମଚାରୀମାନେ ରାଜ୍ୟସରକାରଙ୍କ ନିକଟରେ ଦରମାର ଅସଂଗତି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀମାନେ କର୍ମଚାରୀମାନଙ୍କର ଦରମାର ଅସଂଗତି ସମ୍ପର୍କରେ ଖୁବ ଶିଘ୍ର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦୀର୍ଘ ୫ ବର୍ଷ ବିତି ବିତିଯାଇଥିଲେ ମଧ୍ୟ ଅଗ୍ନିଶମ କର୍ମଚାରୀମାନଙ୍କର ଲେବେଲ ସମ୍ପର୍କରେ ସରକାର କୌଣସି ପ୍ରକାର ବିଚାର କରିନାହାନ୍ତି। ଓଡ଼ିଶା ପୁଲିସରୁ ସୃଷ୍ଟି ହୋଇ ପୁଲିସ ମାନୁଆଲ୍ ଦ୍ବାରା ପରିଚାଳିତ ଅଗ୍ନିଶମ କର୍ମଚାରୀମାନେ ସଂସ୍ଥା ଆରମ୍ଭରୁ ସମାନ ବେତନ ଏବଂ ଭରା ଦୀର୍ଘ ୨୦୧୦ ମସିହା ପର୍ଯ୍ୟନ୍ତ ସମାନଭାବେ ଓଡିଶା ପୁଲିସ କର୍ମଚାରୀମାନଙ୍କ ଭଳି ପାଇ ଆସୁଥିଲେ ଯାହା ଫଳରେ ଅଗ୍ନିଶମ କର୍ମଚାରୀମନେ କେବଳ ନିଆଁ ଲିଭା କାର୍ଯ୍ୟପାଇଁ ନିଯୁକ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହାଠାରୁ ବହୁଗୁଣରେ ଦୈବ୍ୟଦୁର୍ବିପାକ କାର୍ଯ୍ୟରେ ନିୟୋଜିତ ହେବାସହିତ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ତଥାପି ଓଡ଼ିଶା ପୁଲିସ କର୍ମଚାରୀମାନଙ୍କ ଠାରୁ ଗୋଟିଏ ଲେବେଲ କମ ରହି ଦୀର୍ଘଦିନ ଅଷତ୍ତୋଷର ସହିତ ସରକାରୀ କାର୍ଯ୍ୟ ନିର୍ବାହ କରୁଛନ୍ତି ରାଜ୍ୟ ସରକାରଙ୍କୁ ଏବଂ ଅଗ୍ନିଶମ ବିଭାଗର ଉଚ୍ଚପଦଧିକାରୀ ମହୋଦୟଙ୍କୁ ବହୁବାର ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ । ତେଣୁ ଅଗ୍ନିଶମ କର୍ମଚାରୀ ଭାବେ ନିଜର ଅସଂନ୍ତୋଷ ବ୍ୟକ୍ତ କରି କଳାବ୍ୟାଚ ପରିଧାନ କରିଛନ୍ତି। ଏଥିରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗର ବହୁ କର୍ମଚାରୀ ସାମିଲ ହୋଇଥିଲେ।
[ad_2]