ପ୍ରଭାସଙ୍କ ଏହି କାମ ପାଇଁ ଅଲଗା ରୁମ୍ ବୁକ୍ କରିଥିଲେ ପୃଥ୍ବୀରାଜ୍ – bajravana
[ad_1]
ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ କାମ ପାଇଁ ଅଲଗା ରୁମ ନେବାକୁ ବାଧ୍ୟ ହୋଇଥିଲେ ଅଭିନେତା ପୃଥ୍ବୀରାଜ ସୁକୁମାରନ। ଶୁକ୍ରବାର ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ରିଲିଜ୍ ହେବା ପରେ ଫିଲ୍ମଟି ଭଲ ଆୟ କରିବା ଆରମ୍ଭ କରିଛି। ଏମଧ୍ୟରେ ପୃଥ୍ବୀରାଜ କରିଥିବା ଖୁଲାସାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଭାସ ଥରେ ପୃଥ୍ବୀରାଜଙ୍କ ସହ ଏଭଳି କାମ କରିଥିଲେ ଯାହା ପରେ ପ୍ରଭାସଙ୍କ ସହ କାମ କରିବା କଷ୍ଟ ବୋଲି କହିଛନ୍ତି ପୃଥ୍ବୀରାଜ। ତେଲୁଗୁ ଫାବ ନାମକ ଏକ୍ସ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ଲେଖାଯାଇଛି ଯେ, ପ୍ରଭାସ, କ’ଣ ଖାଇବାକୁ ଭଲ ଲାଗେ ବୋଲି ସୁକୁମାରନଙ୍କ ଝିଅକୁ ପଚାରିଥିଲେ। ତାଙ୍କ ଝିଅର ଉତ୍ତର ଶୁଣି ପ୍ରଭାସ ପରଦିନ ଏତେଗୁଡ଼ିଏ ଜିନିଷ ଆଣିଥିଲେ ଯେ ପୃଥ୍ବୀରାଜ ସୁକୁମାରନଙ୍କୁ ରଖିବା ପାଇଁ ଏକ ଅଲଗା ରୁମ ନେବାକୁ ପଡିଥିଲା। ଏହି ପୋଷ୍ଟ ଦେଖି ଲୋକେ ପ୍ରଭାସଙ୍କ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରିଲିଜର ପ୍ରଥମ ଦିନରେ କେବଳ ଭାରତରେ ‘ସାଲାର’ ୯୫କୋଟି ଟଙ୍କା ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ‘ସାଲାର’ ସର୍ବାଧିକ ଆୟ କରିଥିବା ଜଣାପଡ଼ିଛି। ଏହି ୨ଟି ରାଜ୍ୟରେ ଫିଲ୍ମ ୭୦କୋଟି ଟଙ୍କା ଆୟ କରିଛି। ଏହା ସହ କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ଫିଲ୍ମ। ଏଠାରେ ଫିଲ୍ମଟି ଯଥାକ୍ରମେ ୧୨କୋଟି ଏବଂ ୫କୋଟି ଟଙ୍କା ଆୟ କରି ରେକର୍ଡ କରିଛି।
‘ପଠାନ’ ଭାରତରେ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିବାବେଳେ ‘ଯବାନ’ ଏବଂ ‘ଆନିମଲ’ ଯଥାକ୍ରମେ ୭୫କୋଟି ଏବଂ ୬୩କୋଟି ଟଙ୍କା ଆୟ କରିଥିଲା। ଏବେ ସାଲାର ରିଲିଜ୍ ଦିନ ହିଁ ୯୫କୋଟି ଟଙ୍କା ଆୟ କରି ୨୦୨୩ ମସିହାର ସବୁଠୁ ବଡ଼ ଓପନିଂ କରିଥିବା ଫିଲ୍ମ ହୋଇସାରିଛି। ଆଗକୁ ଫିଲ୍ମ ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।
[ad_2]