ସ୍ୱାସ୍ଥ୍ୟ

ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର : ଦୂର ହେବ ବିଭିନ ସମସ୍ୟା – bajravana

[ad_1]

ଭୃସଙ୍ଗ ପତ୍ରକୁ ଯେକୌଣସି ଖାଦ୍ୟରେ ପକାଇବା ଦ୍ୱାରା ଏହା ଖାଦ୍ୟର ସ୍ୱଦକୁ ଦ୍ୱିଗୁଣିତ କରିଥାଏ । ଏଥିରେ ପ୍ରଚୁର ପରିମାଣର ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ପରି ବହୁ ନ୍ୟୁଟ୍ରିଏଣ୍ଟସ ରହିଥାଏ । ଯାହା ଆମ ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ବାରା ଗ୍ୟାସ୍, ଏସିଡ଼ିଟି ଓ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପତ୍ର ହଜମକାରୀ ଏନଜାଇମକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାନ୍ତୁ । ଏହାବ୍ୟତୀତ କେଶ ଝଡ଼ିବା ଆଜିକାଲି ଏକ ବଡ଼ ସମସ୍ୟା । ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ କେଶ ଝଡ଼ିବା ବନ୍ଦ କରିଥାଏ। ପ୍ରତିଦିନ ସକାଳେ ଜଳଖିଆ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହି ପତ୍ରକୁ ଖାଲି ପେଟରେ ଚୋବାନ୍ତୁ । ଏହା ଚୁଟି ଝଡିବାରୁ ମିଳିପାରେ ମୁକ୍ତି ।

ମେଦବହୁଳତା ମଧ୍ୟ ଆଜିକା ଦିନର ବଡ ସମସ୍ୟା । ଭୃସଙ୍ଗ ପତ୍ରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ମେଟାବୋଲିଜିମ୍ ରେ ଉନ୍ନତି ଆସିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଭୃସଙ୍ଗ ପତ୍ର ପାଟି ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ବେଶ ଉପଯୋଗୀ ହୋଇଥାଏ । ଏହି ପତ୍ରକୁ ଚୋବାଇ ଦ୍ୱାରା ଦାନ୍ତରୁ ଜୀବାଣୁ ବାହାରିବା ସହ ଦାନ୍ତ କ୍ଷୟ ଦୂର ହୋଇଥାଏ ।

ଯଦି ସକାଳୁ ଉଠିବା ପରେ ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ତାହାଲେ ସକାଳୁ ଭୃସଙ୍ଗ ପତ୍ର ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ, ଯାତ୍ରା କରିବା ସମୟରେ ବାନ୍ତି ଲାଗିଲେ ଆପଣ ଏହି ପତ୍ରକୁ ଖାଇପାରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button