ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ – bajravana

[ad_1]

ନୂଆଦିଲ୍ଲୀ,୨୦/୧୨ : ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବକେୟା ପାଣ୍ଠି ଜାରି କରିବା ପାଇଁ ନିବେଦନ କରିଛି। ମମତା କହିଛନ୍ତି ଯେ କେନ୍ଦ୍ର ଉପରେ ପଶ୍ଚିମବଙ୍ଗର ୧ଲକ୍ଷ ୧୬ହଜାର କୋଟିଟଙ୍କା ବକେୟା ରହିଛି। ଆମର ସାଂସଦଙ୍କ ସମେତ ୧୦ ସଦସୀୟ ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି।

ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଏହା ଉପରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ଅଧିକାରୀଙ୍କ ମିଳିତ ବୈଠକ ହେବ ବୋଲି କହିଛନ୍ତି। କେନ୍ଦ୍ରୀୟ ଅର୍ଥ ମିଳିପାରୁନଥିବାରୁ ରାଜ୍ୟରେ ଅନେକ ଯୋଜନା ବନ୍ଦ ପଡିଥିବା ମମତା କହିଛନ୍ତି। ଏଥିରେ ହେଲଥ୍ ମିସନ ଓ ଆବାସ ଯୋଜନା ବନ୍ଦ ପଡିଥିବା ବେଳେ ଫାଇନାନ୍ସ କମିଶନ ଅର୍ଥ ମଧ୍ୟ ରାଜ୍ୟକୁ ମିଳୁନଥିବା ସେ କହିଛନ୍ତି। କେନ୍ଦ୍ରରୁ ୧୫୫ ଟିମ ପଶ୍ଚିମବଙ୍ଗ ଗସ୍ତ କରିସାରିଲେଣି, କୌଣସି ତ୍ରୁଟି ଦେଖାଯାଇ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଓ ଆମର ଅଫିସରମାନେ ପରସ୍ପର ବୈଠକ କରିବେ ଓ ବକେୟା ଅର୍ଥ କିପରି ପ୍ରଦାନ କରାଯିବ ତାହା ନିର୍ଦ୍ଧାରିତ ହେବ ବୋଲି ମମତା କହିଛନ୍ତି ।

The post ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button