ରାଜ୍ୟରେ ଅସହ୍ୟ ଶୀତ: ଜି. ଉଦୟଗିରି ସବୁଠୁ ଥଣ୍ଡା ସହର – bajravana
[ad_1]
ଭୁବନେଶ୍ବର: ଆଜି ବି ରାଜ୍ୟରେ ଅସହ୍ୟ ଶୀତ ଅନୂଭୂତ ହେଉଛି। ଆଜି ରାଜ୍ୟର ୧୦ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ପାହାଡ଼ିଆ ଅଞ୍ଚଳ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୬.୫ ଡିଗ୍ରି ରେକର୍ଡ କରାଯାଇଛି।ଏହା ହେଉଛି ସବୁଠାରୁ ଥଣ୍ଡା ଜାଗା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା pic.twitter.com/sElLYAyRmY
— Meteorological Centre, Bhubaneswar (@mcbbsr) December 19, 2023
ଏଣେ ସମତଳ ଅଞ୍ଚଳ ଭାବେ ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ୭ ଡିଗ୍ରି ଏବଂ କୋରାପୁଟ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ଥିବା। ଏଣେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ଦାରିଙ୍ଗିବାଡ଼ିରେ ୯.୫, ଅନୁଗୁଳରେ ୯.୬, ରାଉରକେଲାରେ୯.୬ ଡିଗ୍ରି ରେକର୍ଡ ହୋଇଛି। ଏହାଛଡ଼ା ଭଦ୍ରକ ଜିଲ୍ଲାର ରାଣୀତାଲରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
[ad_2]