ଅପରାଧ

ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର – bajravana

[ad_1]

ସୁନ୍ଦରଗଡ଼/ଦେବଗଡ଼: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ।  ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ। ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ଏବେ ଦେବଗଡ଼ ପୁଲିସ ପିହୁକୁ ଆଣିବା ଲାଗି ବଡ଼ଗାଁକୁ ଯାଉଛି।

ଅପହରଣକାରୀମାନେ ଦେବଗଡ଼ରୁ ଅପହରଣ କରି ଆଣିବା ପରେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ନାବାଳିକାକୁ ଏଠାରେ ଛାଡ଼ିଦେଇଥିବା ଅନୁମାନ କରାଯାଉଛି। ଶିଶୁଟି ବିଶେଷ କିଛି କହିପାରୁନି। ବଡ଼ଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଦେବଗଡ଼ ସହରର ଡେଲି ମାର୍କେଟ ଛକ ନିକଟରେ ଗତକାଲି ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ତେବେ ଅଭିଯୋଗ ପାଇବା ପରେ ଦେବଗଡ ଆଦର୍ଶ ଥାନା ପୁଲିସ ନିକଟରେ ଥିବା ଦୋକାନରେ ଥିବା ସିସିଟିଭିକୁ ଯାଂଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୌରାଚଂଳର ମାର୍କେଟ ଛକରେ ରହୁଥିବା‌ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ଗତକାଲି ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ଜଣ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପିହୁ ଚିନ୍ମୟ ବିଦ୍ୟାଳୟରେ ଏ‌ଲକେଜିରେ ପାଠ ପଢୁଛନ୍ତି । ତେବେ ଏନେଇ ପିହୁଙ୍କ ପରିବାର ଲୋକ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିହୁକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button