ଆଜି ସତୀଶ-ଆୟୁଷ ଏକକ ଫାଇନାଲ୍ – bajravana
[ad_1]
ଯୁଗଳ ମହିଳାରେ ଅଶ୍ବିନୀ-ତନିଷା, ପୁରୁଷରେ କ୍ରିଷ୍ଣା-ସାଇ, ମିଶ୍ରିତରେ ଧ୍ରୁବ-ତନିଷା ଯୋଡ଼ି
କଟକ: ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ବିଡବ୍ଲୁଏଫ୍ ସୁପର ୧୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ସମସ୍ତ ବିଭାଗ ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ପୁରୁଷ ଏକକରେ ସତୀଶ କୁମାର କରୁଣାକରନ ଓ ଆୟୁଷ ସେଠୀଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ମହିଳା ଯୁଗଳ ଫାଇନାଲ୍ରେ ଅଶ୍ବିନୀ ପୋନ୍ନାପ୍ପା ଓ ତନିଷା କ୍ରାଷ୍ଟୋ ଇଣ୍ଡୋନେସିଆର ମେଲସ୍ୟା ଓ ରାକେଲଙ୍କୁ ଭେଟିବୋ। ପୁରୁଷ ଯୁଗଳ ଫାଇନାଲ୍ରେ କ୍ରୀଷ୍ଣପ୍ରସାଦ ଗରଗା ଓ ସାଇ ପ୍ରତୀକଙ୍କ ମୁକାବିଲା ଚାଇନିଜ୍ ତାଇପେର ଲିନ୍ ବିଙ୍ଗ୍ ଓ ସୁ ଚିଙ୍ଗ୍ ହେଙ୍ଗଙ୍କ ଯୋଡି ସହିତ ହେବ। ମିଶ୍ରିତ ଯୁଗଳ ଫାଇନାଲ୍ରେ ଧ୍ରୁବ କପିଳ ଓ ତନିସା କ୍ରାଷ୍ଟୋ ସିଙ୍ଗାପୁରର ହି ୟଙ୍ଗ୍ ଓ ତାନ ୱେଇଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ପୁରୁଷ ଏକକ ସେମିଫାଇନାଲରେ ସତୀଶ ୨୧-୧୮, ୨୧-୧୪ ରେ ନିଜ ଦେଶର କିରଣ ଜର୍ଜଙ୍କୁ ଏବଂ ଆୟୁଷ ସେଠୀ ୧୯-୨୧, ୨୧-୧୪, ୨୨-୨୦ରେ ଇଣ୍ଡୋନେସିଆର ଅଲୱି ଫରହାନଙ୍କୁ ପରାସ୍ତ କରିଛନ୍ତି। ମହିଳା ଏକକ ସେମିଫାଇନାଲ୍ରେ ଜାପାନର ନୋଜିମ ଓକୁହାରା ୨୧-୧୬, ୨୧-୫ରେ ଭାରତର ଉନ୍ନତି ହୋଡ଼ାଙ୍କୁ ଏବଂ ହଂକଂର ଲିଓ ସିନ୍ ୟାନ୍ ହାପି ୧୧-୨୧, ୨୧-୧୦, ୨୪-୨୨ରେ ଡେନମାର୍କର ଲାଇନ୍ ଖ୍ରୀଷ୍ଟୋଫୋରେନ ହରାଇଛନ୍ତି।
ମିଶ୍ରିତ ଯୁଗଳ ସେମିଫାଇନାଲ୍ରେ ଧ୍ରୁବ ଓ ତନିଷା ୨୧-୧୪, ୨୧-୧୪ରେ ଡେନ୍ମାର୍କର ମାଡ୍ସ ଭେଷ୍ଟରଗାର୍ଡ ଓ ଖ୍ରୀଷ୍ଟାଇନ୍ ବସ୍ଙ୍କୁ ହରାଇଛନ୍ତି। ଅନ୍ୟ ଏକ ସେମିଫାଇନାଲରେ ସିଙ୍ଗାପୁରର ହି ୟଙ୍ଗ୍ ଓ ତାନ ୱେଇ୨୧-୧୩, ୧୯-୨୧, ୨୧-୧୨ରେ ଇଣ୍ଡୋନେସିଆର ଆଦନନ ଓ ନୀତାଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଯୁଗଳରେ କ୍ରୀଷ୍ଣ ଓ ସାଇ ୨୧-୧୭, ୧୭-୨୧, ୨୧-୧୮ରେ ଇଣ୍ଡୋନେସିଆର ଟିଜେସ୍ ଖ୍ରୀଷ୍ଟୋଫର ଡାଭିଡଙ୍କୁ ଏବଂ ଦ୍ବିତୀୟ ସେମିଫାଇନାଲ୍ରେ ଚାଇନିଜ୍ ତାଇପେର ଲିନ୍ ବିଙ୍ଗ୍ ଓ ସୁ ଚିଙ୍ଗ୍ ହେଙ୍ଗ ୨୧-୧୩, ୨୧-୧୨ରେ ଇଣ୍ଡୋନେସିଆର ମୁହୁ ପୁତ୍ର ଓ ପାତ୍ର ହରପାନଙ୍କୁ ହରାଇଛନ୍ତି। ମହିଳା ଯୁଗଳରେ ତନିସା ଓ ଅଶ୍ବିନୀ ୨୧-୧୭, ୨୧-୧୩ରେ ଇଣ୍ଡୋନେସିଆର ଆରଲ୍ୟା ନାବିଲା ଓ ଅଗ୍ନିଆ ଶ୍ରୀଙ୍କୁ ଏବଂ ଇଣ୍ଡୋନେସିଆର ମେଲସ୍ୟା ଓ ରାକେଲ ନିଜ ଦେଶର ଜେସିତା ଓ ଫେବିଙ୍କୁ ୨୨-୧୦, ୨୩-୨୧ରେ ପରାସ୍ତ କରିଛନ୍ତି।
[ad_2]