ଖେଳ ଖବର

ଚର୍ଚ୍ଚାରେ ଖେଳାଳି: ଚମକିଲା ଭାରତ, ଜାଭଲିନ୍‌ରୁ ପୁଣି ଅଲିମ୍ପିକ ସ୍ବର୍ଣ୍ଣ ଆଶା – bajravana

[ad_1]

ବିଦାୟୀ ୨୦୨୩ କ୍ରୀଡ଼ା ବର୍ଷ ଅନେକ ମଧୁର ଓ ତିକ୍ତ ସମ୍ପର୍କର ଛାପ ଛାଡ଼ି ଯାଉଛି। ନୀରଜ ଚୋପ୍ରାଙ୍କୁ ବିଶ୍ବ ମୁକୁଟ ଭାରତୀୟ କ୍ରୀଡ଼ାକୁ ଶିଖରରେ ପହଞ୍ଚାଇଥିଲା। ହକି ବିଶ୍ବକପ୍‌ରୁ ଅଭିଯାନ ଆରମ୍ଭ କରିଥିବା ଭାରତ କ୍ରିକେଟ୍ ବିଶ୍ବକପ୍‌ରେ ଶେଷ କରିଥିଲା। କିନ୍ତୁ ଉଭୟ ସ୍ବପ୍ନର କପ୍‌କୁ ଘରେ ରଖିପାରି ନଥିଲା। ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ୨୦୨୩ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥିଲା। ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବାକୁ ଯାଉଥିବା ଖବର ଅନେକ କ୍ରିକେଟ୍‌ପ୍ରେମୀଙ୍କୁ ଟିକେ ଅଧିକ ଖୁସି ହେବାର ସୁଯୋଗ ଆଣିଦେଇଥିଲା। ଭାରତୀୟ କ୍ରୀଡ଼ା ମଧ୍ୟ ବହୁତ ଉଚ୍ଚକୁ ଉଠିଛି। ବିଶ୍ବନାଥନ ଆନନ୍ଦଙ୍କୁ ଗାଦିଚ୍ୟୁତ କରି ଗୁକେଶ ନୂଆ ଏକ ନମ୍ବର ହେବା ନିଶ୍ଚିତ ଭାବେ ଖେଳ ଦୁନିଆକୁ ଉତ୍ସାହ ପ୍ରଦାନ କରିଛି। ଏସବୁ ମଧ୍ୟରେ କିନ୍ତୁ ମହିଳା କୁସ୍ତିବିତ୍‌ଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣା ସାରା ଭାରତରେ ତମ୍ବିତୋଫାନ କରିଥିଲା।

ଦୁଇ ବିଶ୍ବକପ୍‌ ହାତଛଡ଼ା ଟ୍ବେଣ୍ଟି-୨୦କୁ ଅପେକ୍ଷା
ଚଳିତ ବର୍ଷ ଭାରତରେ ଦୁଇଟି ବିଶ୍ବକପ୍‌ ଆୟୋଜନ ହୋଇଥିଲା। ପ୍ରଥମେ ଭୁବନେଶ୍ବରରେ ହକି ବିଶ୍ବକପ୍‌ ଏବଂ ବର୍ଷ ଶେ‌ଷ ଆଡ଼କୁ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌। ହେଲେ କୌଣସିଥିରେ ଆୟୋଜକ ଦଳ ଟ୍ରଫି ଜିତିବାରେ ସଫଳ ହେଲା ନାହିଁ। ବିଶ୍ବକପ୍‌କୁ ନେଇ ଯେଉଁଭଳି ପରିବେଶ ପ୍ରସ୍ତୁତ କରାଗଲା ତାହାର ଫଳ କିନ୍ତୁ ମିଳିନଥିଲା। ହକିରେ ଭାରତ ନବମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତ ଲିଗ୍‌ ପର୍ଯ୍ୟାୟରୁ ଅପରାଜେୟ ଥିଲେ ମଧ୍ୟ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତ ଲଗାତାର ଜିତି ଆସୁଥିବାରୁ ଛୋଟଛୋଟ ତ୍ରୁଟି ଛପିଯାଉଥିଲା, କିନ୍ତୁ ଫାଇନାଲ୍‌ରେ ବ୍ୟାଟର ଖରାପ ସଟ୍‌ ଚୟନ କରିବା ଓ ବୋଲର ବ୍ୟୟବହୁଳ ହେବା ଭାରତକୁ କ୍ଷତିରେ ପକାଇଥିଲା। ରୋହିତ ଓ କୋହଲିଙ୍କ ପାଇଁ ଭାରତୀୟ ଦଳ ବିଶ୍ବକପ୍‌ ଜିତୁ ବୋଲି ସମସ୍ତେ ଯେଉଁ ଆଶା ରଖିଥିଲେ, ତାହା ଅଧୁରା ରହିଗଲା। ତଥାପି ଆସନ୍ତା ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଥିବାରୁ ଭାରତ ସେହି କପ୍‌କୁ ଜିତି ଟେକ ରଖୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।

ଅଷ୍ଟ୍ରେଲିଆକୁ ୩ ବିଶ୍ବକପ୍‌

ଚଳିତ ବର୍ଷ ଦୁଇଟି କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ପ୍ରଥମ ଥର ଜୁନ୍‌ରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ଏବଂ ଦ୍ବିତୀୟଟି ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ରେ ପରସ୍ପରକୁ ଭେଟିଥିଲେ। କିନ୍ତୁ ଉଭୟଥର ଅଷ୍ଟ୍ରେଲିଆ ବାଜି ମାରିନେଇଥିଲା। ଦ ଓଭାଲ୍‌ରେ ଅନୁଷ୍ଠିତ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୨୦୯ ରନ୍‌ରେ ବିଜୟୀ ହୋଇଥିଲା। ଏଥିସହିତ ଏକକାଳୀନ ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଟ୍ରଫିକୁ ମଧ୍ୟ ଅଷ୍ଟ୍ରେଲିଆ କବ୍‌ଜା କରିବାରେ ପ୍ରଥମ ଓ ଏକମାତ୍ର ଦଳ ହୋଇଛି। ଭାରତରେ ଆୟୋଜିତ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ଭାରତକୁ ହରାଇ କୋଟିକୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା। ଏଥିପୂର୍ବରୁ ଫେବ୍ରୁଆରିରେ ହୋଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା। ଏହି ବିଶ୍ବକପ୍‌ରେ ସେମିଫାଇନାଲ୍‌ରେ ଭାରତକୁ ହରାଇବା ପରେ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

କୋହଲିଙ୍କ ପଛରେ ସଚିନ

ପ୍ରତ୍ୟେକ ଶୃଙ୍ଖଳାରେ କୌଣସି ନା କୌଣସି ମାଇଲ୍‌ଖୁଣ୍ଟରେ ପହଞ୍ଚି କୋହଲି କିଂବଦନ୍ତି କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। କିନ୍ତୁ ସମସ୍ତଙ୍କ ନଜର ଥିଲା ଶତକୀୟ କୀର୍ତ୍ତମାନକୁ କୋହଲି କେବେ ଟପିବେ। ଦିନିକିଆ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଦିନିକିଆ ଶତକ ଅର୍ଜନ କରି କୋହଲି ସଚିନଙ୍କ ସମକକ୍ଷ ହୋଇଥିଲା ବେଳେ ସେମିଫାଇନାଲ୍‌ରେ ମୁମ୍ବାଇରେ ଇତିହାସ ଲେଖିଥିଲେ। ତାଙ୍କର ଆଦର୍ଶ ସଚିନ ଓ ପତ୍ନୀ ଅନୁଷ୍କାଙ୍କ ସମ୍ମୁଖରେ ଏହି ମହାନ ଖେଳାଳିଙ୍କ ଶତକୀୟ କୀର୍ତ୍ତିମାନକୁ କୋହଲି ଭାଙ୍ଗିବା ସହ ସଚିନଙ୍କୁ ସମ୍ମାନ ଜଣାଇଥିଲେ। ୧୦୬ ବଲ୍‌ରୁ କୋହଲି ଶତକ ଜମାଇବା ପରେ ପଡ଼ିଆରେ ନତମସ୍ତକ ହୋଇଯାଇଥିଲେ। ଏହାଫଳରେ ତାଙ୍କର ମୋଟ ଆନ୍ତର୍ଜାତିକ ଶତକ ସଂଖ୍ୟା ୮୦ରେ ପହଞ୍ଚିଛି। ସଚିନଙ୍କ ଶତକରେ ଶତକକୁ ଟପିବା ପାଇଁ କୋହଲିଙ୍କୁ ଆଉ ୨୦ ଶତକର ଆବଶ୍ୟକତା ରହିଛି।

ସୁପରକିଙ୍ଗ୍ସ ପଞ୍ଚମ ଥର ସୁପର୍‌

ଓଲ୍ଡ ଇଜ୍ ଗୋଲ୍ଡ ଭଳି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଆଇପିଏଲ୍‌ ଷୋଡ଼ଶ ସଂସ୍କରଣର ବିଜେତା ହୋଇ ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇପାରିଥିଲା। ଉଭୟ ଦଳ ୫ଥର ଲେଖାଏଁ ବିଜେତା ହୋଇଛନ୍ତି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ଫାଇନାଲ୍‌ରେ ସିଏସ୍‌କେ ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଶେଷ ଦୁଇ ବଲ୍‌ରେ ରବୀନ୍ଦ୍ର ଜାଡ଼େଜା ଛକା, ଚୌକା ମାରି ଚେନ୍ନାଇକୁ ଜିତାଇବା ପରେ ଭାବବିହ୍ବଳ ହୋଇ ଧୋନି ମଧ୍ୟ ତାଙ୍କୁ ଟେକି ଧରିଥିଲେ।

ଭାରତୀୟ କ୍ରୀଡ଼ା ଇତିହାସରେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ନୂଆ ନୂଆ ଅଧ୍ୟାୟ ଲେଖିଛନ୍ତି। ଗୋଟିକ ପରେ ଗୋଟିଏ ସଫଳତା ଶିଡ଼ି ଚଢୁଥିବା ନୀରଜ ବିଶ୍ବର ୧ ନମ୍ବର ଜାଭଲିନ୍‌ ଫିଙ୍ଗାଳି ହୋଇପାରିଛନ୍ତି। ଯେଉଁ ସମୟରେ କ୍ରିକେଟ୍‌, ହକି ଓ ଫୁଟବଲ୍‌ ତାରକାଙ୍କ ବିଷୟରେ ଅଧିକ ଆଲୋଚନା ହୋଇଥାଏ, ସେହି ସମୟରେ ହଠାତ୍‌ ନୀରଜଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୌଡ଼କୁଦ ଜଗତରୁ ପିଟି ଉଷା ଯେଉଁ ସୁନାମ ଅର୍ଜନ କରିଥି‌ଲେ, ତା’ଠୁ ଢେର ଅଧିକ କୀର୍ତ୍ତି ଅର୍ଜନ କରିଛନ୍ତି ନୀରଜ। ଏକାଧିକ ଡାଏମଣ୍ଡ ଲିଗ୍‌ ଜିତିବା ପରେ ବୁଦାପେଷ୍ଟ୍‌ ବିଶ୍ବ ‌ଦୌଡ଼କୁଦରେ ସେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ଓ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ଜିତି ଆଧିପତ୍ୟ ବିସ୍ତାର କରିଥିଲେ। ଏଥିସହିତ ଉଭୟ ଅଲିମ୍ପିକ୍‌ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି। ତେଣୁ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି।

ଏସୀୟ କ୍ରୀଡ଼ା ରେକର୍ଡ
ବୁଦାପେଷ୍ଟରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତ ପ୍ରଥମ ଥର ଶହେ ପଦକ ଅତିକ୍ରମ କରିଥିଲା ବେଳେ ୨୮ ସ୍ବର୍ଣ୍ଣ ଓ ୩୮ ରୌପ୍ୟ ସହ ରେକର୍ଡ ମୋଟ ୧୦୭ ପଦକ ସହ ଅଭିଯାନ ଶେଷ କରିଥିଲା। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ କିଶୋରଙ୍କ ସହ ହକିରେ ଅମିତ ରୋହି ଦାସ ଓ ଦୀପ୍‌ଗ୍ରେସ୍‌ ଏକ୍କା ପଦକ ଜିତିଥିଲେ। ଏସୀୟ ପାରା କ୍ରୀଡ଼ାରେ ମଧ୍ୟ ଭାରତ ୧୧୧ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। କେବଳ ଏତିକି ନୁହେଁ ଏସୀୟ ପାରା କ୍ରୀଡ଼ାରେ ଭାରତ ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୧୧୧ ପଦକ ତୋଳିଥିଲା। ଏହାମଧ୍ୟରେ ୨୯ ସ୍ବର୍ଣ୍ଣ, ୩୧ ରୌପ୍ୟ ଓ ୫୧ କାଂସ୍ୟ ପଦକ ସହ ଭାରତ ପଞ୍ଚମ ସ୍ଥାନରେ ରହିଥିଲା।

ଚେସ୍‌ରେ ପ୍ରଜ୍ଞାନନ୍ଦ, ଗୁକେଶଙ୍କ ଅଭ୍ୟୁଦୟ

ଭାରତୀୟ ଚେସ୍‌ରେ ଦୀର୍ଘକାଳ ଧରି ରାଜୁତି କରିଆସୁଥିବା ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍‌ ଆନନ୍ଦଙ୍କୁ ଗାଦିଚ୍ୟୁତ କରିଥିଲେ ଡି. ଗୁକେଶ। ୩୭ ବର୍ଷ ପରେ ତାଙ୍କୁ ଶୀର୍ଷ ଭାରତୀୟ ମାନ୍ୟତାରୁ ହଟାଇ ଡି. ଗୁକେଶ ନୂଆ ୧ ନମ୍ବର ଭାରତୀୟ ହୋଇଥିଲେ। ଅଗଷ୍ଟରେ ବକୁରେ ଶେଷ ହୋଇଥିବା ଫିଡ଼େ ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ଗୁକେଶ ପରାସ୍ତ ହୋଇଥିଲେ ମଧ୍ୟ ୨୭୫୮ ରେଟିଂ ପାଇଥିଲେ। ଆନନ୍ଦ ୨୭୫୪ ରେଟିଂରେ ଥିଲେ। ତଥାପି ବର୍ଷ ଶେଷ ଆଡ଼କୁ ଆନନ୍ଦ ପୁଣି ଥରେ ତାଙ୍କ ଶୀର୍ଷ ସ୍ଥାନ ବଜାୟ ରଖିପାରିଛନ୍ତି। ତେବେ ଯୁବ ବିସ୍ମୟ ଆର୍‌ ପ୍ରଜ୍ଞାନନ୍ଦ ଚେସ୍‌ ବିଶ୍ବକପ୍‌ର ଫାଇନାଲ୍‌ରେ ପହଞ୍ଚି ବିଶ୍ବର ସବୁଠୁ କମ୍‌ ବୟସ୍କ ଖେଳାଳି ହୋଇପାରିଥିଲେ। ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ବିତୀୟ ଖେଳାଳି ଭାବେ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। କିନ୍ତୁ ମାଗ୍ନସ୍‌ କାର୍ଲସେନ୍‌ଙ୍କଠୁ ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button