news

ଶୀତଦିନେ କେମିତି ନେବେ କେଶର ଯତ୍ନ

ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ।

Related imageମହିଳା ତଥା ପୁରୁଷମାନଙ୍କ କ୍ଷେତ୍ରରେ କେଶ ଝଡିବା ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି। ବଭିନ୍ନ କାରଣରୁ କେଶ ଝଡିବା ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଋତୁର ପରିବର୍ତ୍ତନ ଅନ୍ୟ ଏକ କାରଣ। ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ।

  • ଶୀତ ଋତୁରେ ସାମ୍ପୋ କରିବା ସମୟରେ କେଶକୁ ଗରମ ପାଣିରେ ଧୁଅନ୍ତୁ ନାହିଁ। ଗରମ ପାଣିରେ କେଶ ଧୋଇବା ଦ୍ୱାରା କେଶ ଡ୍ରାଏ ହୋଇ ଝଡ଼ିବାରେ ଲାଗିଥାଏ। ତେଣୁ ସାମ୍ପୋ କରିବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।
  • କେଶ ଝଡିବା ସମସ୍ୟାରୁ ରକ୍ଷାପାଇବା ପାଇଁ  ଆପଣ ଭେଣ୍ଡିର ବ୍ୟବହାର କରିପାରିବେ। ଭେଣ୍ଡିକୁ କାଟି ସେଥିରେ ଲେମ୍ବୁ ରସ ପକାଇ ଫୁଟାଇ ନିଅନ୍ତୁ। ଏହାକୁ ବ୍ୟବହାର କରି କେଶ ଧୋଇ ନିଅନ୍ତୁ। ଏହା ଦ୍ୱାରା କେଶ ମଜଭୁତ ହେବା ସହ କେଶ ଝଡ଼ିବା ଓ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ।
  • ସପ୍ତାହରେ ଅନ୍ତତଃ ଥରେ ନଡ଼ିଆ ତେଲ କିମ୍ବା ବାଦାମ ତେଲକୁ ଉଷୁମ କରି ମୁଣ୍ଡରେ ମସାଜ୍‌ କରନ୍ତୁ। ଏହା ଦ୍ୱାରା ମୁଣ୍ଡରେ ରକ୍ତ ସଞ୍ଚାଳନ ଠିକ୍‌ ରୂପେ ହୋଇଥାଏ। ଏଥିସହ କେଶ ଛଡ଼ିବା ରୋକିବାରେ ଏହା ବିଶେଷ ସାହାଯ୍ୟ କରେ।
  • ଶୀତ ଋତୁରେ କେଶକୁ ଟ୍ରିମିଂ କରିବା ଏକ ଉଚିତ ପଦକ୍ଷେପ। ଥଣ୍ଡା ପବନରେ କେଶ ଶୁଖିଲା ପଡ଼ିଯାଇଥାଏ। ଏହା ଦ୍ୱାରା କେଶ ଝଡ଼ିବା ସହ ଦୋମୁହାଁ ହୋଇଯାଇଥାଏ। ତେଣୁ ସମୟ ବ୍ୟବଧାନରେ କେଶକୁ ଟ୍ରିମିଂ କରିବା ଦରକାର।
  • କେଶକୁ ସାମ୍ପୋ କରିବାପରେ କଣ୍ଡିସନର କରିବାକୁ ପଡ଼ିଥାଏ। କିନ୍ତୁ ଶୀତ ଋତୁରେ ଭଲ କଣ୍ଡିସନର ବ୍ୟବହାର ପ୍ରତି ଧ୍ୟାନ ଦେବା ଉଚିତ। ବଜାରରେ ମିଳୁଥିବା ସାଧାରଣ କଣ୍ଡିସନର କେଶକୁ ଶୁଖିଲା କରିଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button