ଅପରାଧ

ଡିୟୁଟି‌ରେ ଥିବା କନଷ୍ଟେବଳଙ୍କୁ ଧକ୍କା ଦେଇ ଘୋଷାରି ନେଲେ ସେଲସ୍ସମ୍ୟାନ – bajravana

[ad_1]

ନୂଆଦିଲ୍ଲୀ: ଡିୟୁଟି କରୁଥିବା ସମୟରେ ଟ୍ରାଫିକ ପୁଲିସକୁ ଚାଳକମାନେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଚାଳକଙ୍କ ଗାଡ଼ି ଧକ୍କାରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ବି ଖବର ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ସୋମବାର ଦିନ ଲକ୍ଷ୍ନୌର ବାରା ବିରଓ୍ୱା ଛକ କ୍ରିଷ୍ଣାନଗରରେ ଗାଡ଼ି ତନଖି ଚାଲିଥିଲା। ଏହି ସମୟରେ ଭୁଲ ଦିଗରୁ ଏକ କାର୍‌ ଦ୍ରୁତ ଗତିରେ ମାଡ଼ି ଆସିଥିଲା।

ଏହି ଗାଡ଼ିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଳ ଅମିତ କୁମାର ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ ଜଣକ ଗାଡ଼ି ନଅଟକାଇ ଓଲଟା କନଷ୍ଟେବଳଙ୍କୁ ଧକ୍କା ଦେଇ କିଛିବାଟ ଘୋଷାରି ନେଇଥିଲେ।

ଏହି ଦୁର୍ଘଟଣା କନଷ୍ଟେବଳ ଅମିତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସହକର୍ମୀ ଓ କିଛି ସ୍ଥାନୀୟଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲେ ହେଁ ସେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।  ହେଲେ ଏହି ଦୁର୍ଘଟଣାର ସମସ୍ତ ଦୃଶ୍ୟ  ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା।

ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଧକ୍କା ଦେଇଥିବା ଗାଡ଼ି ଚାଳକକୁ ଗିରଫ କରିଥିଲା। ଗିରଫ ଗାଡ଼ି ଚାଳକର ନାମ ଅଭିଷେକ ଦାସ ତାଙ୍କ ବୟସ ୩୧ ବର୍ଷ । ସେ ଏକ ସୋ’ ରୁମରେ ସେଲ୍ସମେନ୍ ଭାବେ କାମ କରନ୍ତି ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button