ସୁଶାନ୍ତଙ୍କୁ ଚାକିରିରୁ ତଡ଼ିଲେ ସରକାର: ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବୈପାରୀଗୁଡ଼ା ଥାନା ଅଧିକାରୀ – bajravana
[ad_1]
ଗିରଫ ହୋଇଥିଲେ, ନଗଦ ୩୭ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା
କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଦୁର୍ନୀତିଖୋର ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଆଜି ପୁଲିସ ଡିଜି ଚାକିରିରୁ ବହିଷ୍କାର କରିଛନ୍ତି। ଡିଜି ସୁନିଲ କୁମାର ବଂଶଲ ଧାରା ୩୧୧(୨)-ବି ବଳରେ ଅଭିଯୁକ୍ତ ଥାନା ଅଧିକାରୀ ଶ୍ରୀ ଶତପଥୀଙ୍କୁ ଚାକିରିରୁ ବିଦା କରିଛନ୍ତି। ଦୁର୍ନୀତି ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଆପଣେଇ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଡିଜି ଶ୍ରୀ ବଂଶଲ କହିଛନ୍ତି।
ଗତ ୨୭ ତାରିଖ ଥାନା ଅଧିକାରୀ ସୁଶାନ୍ତ ଶତପଥୀ ବୈପାରିଗୁଡ଼ାରୁ ବସ୍ ଯୋଗେ କଟକ ଫେରୁଥିଲା ବେଳେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଜୟପୁରରେ ଅଟକ ରଖିଥିଲା। ତାଙ୍କ ନିକଟରୁ ୨ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହା ପରଦିନ ଅର୍ଥାତ୍ ଗତ ୨୮ ତାରିଖ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଶ୍ରୀ ଶତପଥୀଙ୍କ ବୈପାରିଗୁଡ଼ାସ୍ଥିତ ସରକାରୀ କ୍ବାର୍ଟର୍ସ, ଥାନା ଚାମ୍ବର ଓ କଟକସ୍ଥିତ ସରକାରୀ କ୍ବାର୍ଟର୍ସ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ନଗଦ ମୋଟ୍ ୩୭ଲକ୍ଷ ୨୭ ହଜାର ଟଙ୍କା ଜବତ କରାଯାଇଥିଲା। ସେଥିମଧ୍ୟରୁ କେବଳ କଟକସ୍ଥିତ ଘରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିଲା। ଏ ନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ଅଗଷ୍ଟ ମାସରେ ତାଙ୍କୁ ବୈପାରିଗୁଡ଼ା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିଲା। ଶ୍ରୀ ଶତପଥୀଙ୍କ ନାମରେ ପୂର୍ବରୁ ତିନିଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
[ad_2]