news

କଫି ପାଇଁ ମିଳିବ ମିଲ୍କ କ୍ୟାପ୍‌ସୁଲ୍‌

ଆଉ କ୍ଷୀର ଛିଣ୍ଡିଯିବାକୁ ଭୟ ନାହିଁ। ଏଣିକି ବୈଜ୍ଞାନିକମାନେ ବିକାଶ କରିଥିବା ମିଲ୍କ କ୍ୟାପ୍‌ସୁଲକୁ ଚା ବା କଫି ପାଇଁ ବ୍ୟବହାର କରାଯାଇ ପାରିବ। କ୍ଷୀର ପ୍ୟାକେଟ୍‌ ଫୁଟିଯିବା କି ଫାଟିଯିବା ଭୟ ରହୁଥିବା ବେଳେ ଏଭଳି ମିଲ୍କ କ୍ୟାପ୍‌ସୁଲ୍‌ ସେହି ଧାରଣାକୁ ବଦଳାଇ ଦେବ। ଏହାକୁ ବ୍ୟବହାର କରିବା ମଧ୍ୟ ସହଜ ବୋଲି ଗବେଷକମାନେ କହିଛନ୍ତି। କ୍ଷୀର ଥିବା ସୁଗାର କ୍ୟୁବ୍‌ ସହିତ ଏହି ମିଲ୍କ କ୍ୟାପସୁଲକୁ ତୁଳନା କରାଯାଇପାରେ। ଏ ସମ୍ପର୍କରେ ଜର୍ମାନୀର ମାର୍ଟିନ୍‌ ଲୁଥର ୟୁନିଭର୍ସିଟି ଗବେଷକ ମାର୍ଥା ଓ୍ବେଲ୍‌ନର କହନ୍ତି, ଉକ୍ତ କ୍ୟାପସୁଲ୍‌ ଚାରିପାଖରେ ଦାନା ଆକୃତିର ଦ୍ରବ୍ୟ ଗରମ ତରଳରେ ସହଜରେ ମିଳାଇଯିବ। ଏହି କ୍ୟାପ୍‌ସୁଲ୍‌ ପ୍ରସ୍ତୁତ କରିବା ପ୍ରାୟତଃ ସହଜ। ପ୍ରଥମେ କ୍ଷୀର ସହିତ ଆବଶ୍ୟକୀୟ ଚିନି ମିଶାଯାଇ ଏକ ଦ୍ରବଣ ପ୍ରସ୍ତୁତ କରାଯାଏ। ଏଥିସହିତ କ୍ୟାପସୁଲ୍‌ର ଆବରଣ ଧର୍ମ ରଖିପାରୁଥିବା ଅଣଚିନିଯୁକ୍ତ ପଦାର୍ଥ ମିଶାଇ ଏହାକୁ ଛାଞ୍ଚରେ ଢାଳି ଦିଆଯାଏ। ଗବେଷକମାନେ ଏଭଳି ବହୁ ପରୀକ୍ଷା ନିରୀକ୍ଷା କରିବା ପରେ କେଉଁ ପଦାର୍ଥ ଏବଂ କିଭଳି ଶୀତଳୀକରଣ ପ୍ରକ୍ରିୟା ସର୍ବୋତ୍ତମ ଫଳାଫଳ ଦେଉଛି ତାହା ଦେଖିଛନ୍ତି। ବର୍ତ୍ତମାନ ମିଲ୍କ କ୍ୟାପସୁଲ ପାଇଁ ଦୁଇଟି ବିକଳ୍ପ ରହିଛି। ସେଗୁଡିକ ହେଲା-ମିଠା ଏବଂ ଅଳ୍ପ ମିଠା। ଗବେଷକମାନେ ଆଉ ଏକ ସର୍କରା ମୁକ୍ତ ବିକଳ୍ପ ପ୍ରସ୍ତୁତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। କ୍ୟାପସୁଲଗୁଡିକୁ ବିଭିନ୍ନ ଆକୃତିରେ ପ୍ରସ୍ତୁତ କରାଯିବା ସହିତ ସ୍ବାଭାବିକ ତାପମାତ୍ରାରେ କିପରି ରଖାଯାଇପାରିବ ସେଥିପାଇଁ ପରୀକ୍ଷା ଚାଲିଛି। ଥରେ କ୍ଷୀରକୁ କ୍ୟାପସୁଲରେ ପରିଣତ କଲେ ଏହା ଅନୂ୍ୟନ ୩ ସପ୍ତାହ ପର୍ଯ୍ୟନ୍ତ ରହିପାରିବ। ଏତଦ୍‌ଭିନ୍ନ ଏହି ପ୍ରକ୍ରିୟା ଦ୍ୱାରା ଫଳରସକୁ କ୍ୟାପସୁଲରେ ପରିଣତ କରାଯାଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button