ଓଡିଶା

ଭିଜିଲାନ୍ସ ଜାଲରେ ଚକ୍ଷୁରୋଗ ବିଶେଷଜ୍ଞ: ଆଉଟଡୋରରେ ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ – bajravana

[ad_1]

ସୋନପୁର: ଭିଜିଲାନ୍ସ ଜାଲରେ ଚକ୍ଷୁରୋଗ ବିଶେଷଜ୍ଞ। ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କର। ଆଉଟଡୋରରେ ଉଲୁଣ୍ଡା ଥାନା ଜଲୋଏ ଗ୍ରାମର ହାଡୁ ପ୍ରଧାନଙ୍କ ଠାରୁ ସେ ୫୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଘଟଣାସ୍ଥଳରେ ଜଗିଥିବା ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବ କରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି।

ଅଭିଯୋଗକାରୀ ହାଡୁଙ୍କ ସମ୍ପର୍କୀୟ କାକା ଲକ୍ଷ୍ମଣ ତ୍ରିପାଠୀଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିଲେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କର। ଏବେ ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବ କରଙ୍କ ସରକାରୀ କ୍ବାର୍ଟର ଓ ବଲାଙ୍ଗୀର ସୁଦପଡ଼ାରେ ଥିବା ବାସଭବନରେ ଚଢ଼ଉ କରୁଥିବା ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button