ହୋଟେଲ୍ ମାଲିକଙ୍କୁ ଆକ୍ରମଣ ମାମଲା: କନ୍ଧମାଳରୁ ଧରାପଡ଼ିଲା ଦୁର୍ଦ୍ଦାନ୍ତ ମାଲିଙ୍ଗା – bajravana
[ad_1]
ଭୁବନେଶ୍ବର: ଗତ ଦୁର୍ଗାପୂଜା ବେଳେ ରୁଚିକା ମାର୍କେଟ୍ସ୍ଥିତ ଏକ ଓୟୋ ହୋଟେଲ୍ରେ ପଶି ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଦୁର୍ଦ୍ଦାନ୍ତ ସୁବାଶିଷ ପ୍ରଧାନ ଓରଫ୍ ମାଲିଙ୍ଗା ଧରାପଡ଼ିଛି। ପ୍ରାୟ ମାସେ କାଳ ପିଛା କରିବା ପରେ ଭରତପୁର ଥାନା ପୁଲିସ ତାକୁ କନ୍ଧମାଳରୁ ଗିରଫ କରିବାରେ ସଫଳ ହୋଇଛି। ତା’ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା ଜବତ କରାଯାଇଛି। ଭିଏସ୍ଏସ୍ନଗର ଅଞ୍ଚଳରେ ରହୁଥିବା ମାଲିଙ୍ଗା ଓ ଅଭିଯୋଗକାରୀ ହୋଟେଲ୍ ମାଲିକ ସଜନ ପୂର୍ବରୁ ଗୋଟିଏ ଗୋଷ୍ଠୀର ଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଗୋଷ୍ଠୀ ବିବାଦ ଘନେଇବାରେ ଲାଗିଥିଲା।
ଅକ୍ଟୋବର ୨୪ ତାରିଖ ରାତିରେ ନୂଆପଲ୍ଲୀ ଦୁର୍ଗାମଣ୍ଡପ ନିକଟରେ ପୁଣି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ହାତାହାତିରେ ମାଲିଙ୍ଗା ଆହତ ହୋଇଥିଲା। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମାଲିଙ୍ଗା ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଭସାଣି ଦିନ ରାତିରେ ସାଜନ ଓ ତାଙ୍କ ସାନ ଭାଇ ସଫଳ ରୁଚିକାମାର୍କେଟ୍ସ୍ଥିତ ତାଙ୍କ ହୋଟେଲ୍ରେ ଥିବା ବେଳେ ମାଲିଙ୍ଗା ଗୋଷ୍ଠୀର ୧୦ରୁ ୧୫ ଯୁବକ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସେଠାରେ ପହଞ୍ଚିଥିଲେ। ହୋଟେଲ୍ରେ ଧସେଇ ପଶି ମାଲିଙ୍ଗା ଗୋଷ୍ଠୀ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ସାଜନ ଓ ସଫଳ ଆହତ ହୋଇଥିଲେ।
[ad_2]