ରାଜନୀତି

ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍‌ ଆଜି – bajravana

[ad_1]

ନୂଆଦିଲ୍ଲୀ, ୨୫/୧୧ : ରାଜସ୍ଥାନ ବିଧାନସଭା ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟଗ୍ରହଣ ହେବ। ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ଆଜି ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୬ଟାରେ ଶେଷ ହେବ । ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ନିର୍ଭର କରୁଥିବାବେଳେ ବିଜେପି କଂଗ୍ରେସର ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଛି। ଭୋଟଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ରାଜ୍ୟରେ ୫୧,୭୫୬ ପୋଲିଂ ବୁଥ୍‌ ସ୍ଥାପନ ହୋଇଛି। ରାଜ୍ୟର ମୋଟ ୫୨,୫୩୮,୬୫୯ ଜଣ ଭୋଟରଙ୍କ ମଧ୍ୟରୁ ୨୭,୩୫୮,୯୬୫ ପୁରୁଷ ଏବଂ ୨୫,୧୭୯,୬୯୪ ଜଣ ମହିଳା ଭୋଟର। ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button