ମନୋରଞ୍ଜନ

ଫିଲ୍ମ ପ୍ରିମିୟରକୁ ରଂଗଛଡ଼ା ଜୋତା ପିନ୍ଧିଗଲେ ସଲ୍‌ମାନ: ସାଧାପଣଙ୍କୁ ପ୍ରଶଂସା କଲେ ପ୍ରଶଂସକ – bajravana

[ad_1]

ନୂଆଦିଲ୍ଳୀ: ସୁପରଷ୍ଟାର ସଲମାନ ଖାନ୍‌ ନିଜର ସାଧାସିଧା ଜୀବନଶୈଳୀ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସଲ୍‌ମାନଙ୍କ ଏକ ଭାଇରାଲ୍‌ ଫଟୋକୁ ଦେଖିବା ପରେ ଆପଣ ତାହାର ପ୍ରମାଣ ପାଇଯିବେ।

ଏକ ଫିଲ୍ମର ପ୍ରିମିୟର୍ ସମୟରେ ସଲମାନ ଖାନଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଇଭେଣ୍ଟରେ ଲୋକମାନଙ୍କ ନଜର ସିଧା ପଡ଼ିଥିଲା ସଲମାନ ଖାନଙ୍କ ଜୋତା ଉପରେ, ଯାହାକି ପୁରୁଣା ହୋଇଥିବା ବେଳେ ତାହାର ରଂଗ ବି ଛାଡ଼ି ଯାଇଥିଲା।

ବଲିଉଡର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଗଣିତ ହେଉଥିବା ସଲମାନ ଖାନ ଏପରି ଏକ ଜୋତା ପିନ୍ଧି ଏକ ଚଳଚ୍ଚିତ୍ରର ପ୍ରିମିୟରକୁ ଯିବା କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ସଲମାନ ଖାନଙ୍କ ଏହି ଜୋତାର ଚିତ୍ର ଖୀପ୍ର ଗତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଚାଲିଛି। ଲୋକମାନେ ଏଥିରେ ଭିନ୍ନ ପ୍ରତିକ୍ରିୟା ଦେବା‌ରେ ଲାଗିଛନ୍ତି।

 

ଏହି ଫଟୋ ଦର୍ଶାଉଛି ଯେ ସଲମାନ କେଉଁ ପ୍ରକାରର ପୋଷାକ କିମ୍ବା ଜୋତା ପିନ୍ଧନ୍ତୁ ନା କାହିଁକି, ତାଙ୍କର ଲୋକପ୍ରିୟତା କଦାପି କମିବ ନାହିଁ। କିଛି ଲୋକ ଏହାକୁ ଭାଇଜାନ୍‌ଙ୍କ ‘ସ୍ବାଗ’ ବୋଲି କହୁଛନ୍ତି ତ କେହି କେହି ତାଙ୍କୁ ଜଣେ ସ୍ବଚ୍ଛ ହୃଦୟର ମଣିଷ ବୋଲି କହୁଛନ୍ତି।

ଜଣେ ବ୍ୟବହାରକାରୀ ମତ ରଖିଛନ୍ତି, ‘‘ଏତେ ଧନୀ ହୋଇଯାଅ ‌ଯେ, ଛିଣ୍ଡା ଜୋତା ପିନ୍ଧିଲେ ଲୋକ ତାହାକୁ ତୁମର ସରଳତା ବୋଲି କହିବେ।’’ ଅନ୍ୟ ଜଣେ ଥଟ୍ଟାରେ ଲେଖିଛନ୍ତି, ‘‘ସେ ଶପଥ କରିଛନ୍ତି ବିବାହ ନକରିବା ପର୍ଯ୍ୟନ୍ତ ନୂଆ ଜୋତା ପିନ୍ଧିବେନି’’।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button