ଓଡିଶା

ସହରରେ ମୁକ୍ତା ଓ ସ୍ବରେଜ ବ୍ୟବସ୍ଥା ଫେଲ୍‌; ଆର୍‌ଏମ୍‌ସି ଅଫିସ୍‌ ଘେରିଲା ବିଜେପି – bajravana

[ad_1]

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ଚାଲିଛି ଅଫିସର ରାଜ। ଦୀର୍ଘ ୧୧ ବର୍ଷ ଧରି ନିର୍ବାଚନ ହେଉ ନଥିବାରୁ ଅଫିସରମାନେ ମନଇଚ୍ଛା​ କାମ କରୁନ୍ତି। ବସ୍ତିର ବିକାଶକୁ ଆ​ଦୌ ଧ୍ୟାନ ଦିଆଯାଉନି। ବିଶ୍ବକପ୍‌ ହକିରେ ନିମ୍ନମାନର କାମ ଓ ଶହ ଶହ କୋଟିର ଦୁର୍ନୀତି ହୋଇଛି। ସ୍ବରେଜ ବ୍ୟବସ୍ଥା, ମୁକ୍ତାଯୋଜନା ଓ ପାନୀୟ ଜଳ ମିଶନ ସହରରେ ଫେଲ୍‌ ମାରିଛି। ଏମିତି ଅଭିଯୋଗ କରିଛି ଜିଲ୍ଲା ବିଜେପି। ପ୍ରତ୍ୟେକ କାମରେ ହେଉଥିବା ଦୁର୍ନୀତି ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଜିଲ୍ଲା ବିଜେପି ପକ୍ଷରୁ ଆର୍‌ଏମ୍‌ସି ଅଫିସ୍‌ ଘେରାଉ କରାଯାଇଥିଲା। ପ୍ରାୟ ୨ ହଜାରରୁ ଅଧିକ ନେତା ଓ କର୍ମୀ ଉଦିତନଗର ପ୍ୟାରେଡ ପଡ଼ିଆ ନିକଟରୁ ବିଶାଳ ରାଲିରେ ବାହାରି ଆର୍‌ଏମ୍‌ସି ଅଫିସ୍‌ ଆଗରେ ପହଞ୍ଚିଥିଲେ।

ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ରାଜ୍ୟ ଉପସଭାନେତ୍ରୀ କଳ୍ପନା ଲେଙ୍କା ସହ ଅନ୍ୟମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପରେ ଦଳର ପ୍ରତିନିଧି ଆର୍‌ଏମ୍‌ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସେମାନେ କହିଛନ୍ତି, ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡ଼ିଆ ଲୋକମାନେ ନିର୍ଯ୍ୟାତିତ ହେଉଛନ୍ତି। ଯୁବକମାନେ ପ୍ରତାରିତ ଓ ମହିଳାମାନେ ଅସୁରକ୍ଷିତ। ରାଜ୍ୟରେ ଅଣଓଡ଼ିଆ ଅଫିସ୍‌ର , ଠିକାଦାର ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଚାଲିଛି। ଓଡ଼ିଶାରେ ୫୦% ପିସି କାରବାର ଚାଲିଛି। ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଛି। ରାଜ୍ୟରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି।

ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ, ସେମାନଙ୍କର କୌଣସି ଭୂମିକା ନାହିଁ। ରାଉରକେଲାରେ ମୁକ୍ତାଯୋଜନାରେ କୋଟି କୋଟି ଟଙ୍କାର କାମ ହୋଇଛି। ଏଥିରୁ ୮୦% କାମର ନାଁ ଗନ୍ଧ ନାହିଁ। ପରିମଳ ବ୍ୟବସ୍ଥା ଓ ବସ୍ତିବାସିନ୍ଦାଙ୍କୁ ବାସଗୃହ ପ୍ରଦାନରେ ସରକାର ବିଫଳ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଜଣେ ହେଲେ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସଟିଏ ଯୋଗାଇ ଦିଆଯାଇ ନାହିଁ। ହୋଲ୍‌ଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧି ଯୋଗୁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆନ୍ଦୋଳନରେ ଅଙ୍କୁଶ ବର୍ମା, ସୂର୍ଯ୍ୟକାନ୍ତ ମହାନ୍ତି, ଭଗବାନ ରାଉତ, ପ୍ରବାଳ ରଞ୍ଜନ ବାରିକ୍‌, ରୋସନ ସାହୁ, ସସ୍ମିତା ସାହୁ, ରୀତା ସିଂହ, ସବିତା ମଣ୍ଡଳ, ସରୋଜ ଦାସ, ସୁବ୍ରତ ପଟ୍ଟନାୟକ, ହିରୋଜ ରାୟ, କେଦାର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button