ଦେଶ ବିଦେଶ
ଯୁଦ୍ଧ ବିରାମ ଲାଗି ଇସ୍ରାଏଲ ଓ ହମାସ ମଧ୍ୟରେ ଚୁକ୍ତି – bajravana
[ad_1]
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୬ ସପ୍ତାହ ହେବ ଯୁଦ୍ଧ ଜାରୀ ରହିଛି । ଇତିମଧ୍ୟରେ ଉଭୟଙ୍କ ମଧ୍ୟରେ ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଚୁକ୍ତି ହୋଇଛି । ଚୁକ୍ତି ପରେ ଇସ୍ରାଏଲର ୨୪୦ ବନ୍ଧକଙ୍କ ମଧ୍ୟରୁ ୫୦ ଜଣଙ୍କୁ ହମାସ ଛାଡ଼ିବ । ଇସ୍ରାଏଲ ମଧ୍ୟ ଫିଲିସ୍ତାନୀ କଏଦୀଙ୍କୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି । ୬ ଘଣ୍ଟା ଧରି ହୋଇଥିବା ବୈଠକରେ ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗ ବନ୍ଧକ ଚୁକ୍ତି ପାଇଁ ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି । ଇସ୍ରାଏଲ ଯୁଦ୍ଧ କ୍ୟାବିନେଟରେ ସାମିଲ ଥିବା ଅଧିକାରୀଙ୍କ ୬ ଘଣ୍ଟା ଧରି ବୈଠକ ପରେ କତର, ମିଶ୍ର ଓ ଆମେରିକାର ଅନ୍ତରାଷ୍ଟ୍ରୀୟ ପ୍ରୟାସ ଦ୍ୱାରା ହୋଇଥିବା ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି । ହ୍ୱାଇଟ ହାଉସ ଅନୁସାରେ, ସମସ୍ତ ପକ୍ଷ ଦ୍ୱାରା ଚୁକ୍ତିକୁ ମଞ୍ଜୁରୀ ମିଳିବାର ପାଖାପାଖି ୨୪ ଘଣ୍ଟା ପରେ ବନ୍ଧକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହେବ ।
ଟାଇମ୍ସ ଅଫ୍ ଇସ୍ରାଏଲ ଅନୁସାରେ, ଇସ୍ରାଏଲ ୩୦୦ ଫିଲିସ୍ତାନୀ ବନ୍ଧକଙ୍କ ସୂଚୀ ଜାରୀ କରିଛି । ଏହି ୩୦୦ ଜଣଙ୍କ ମଧ୍ୟରୁ ମୋଟ ୨୮୭ ଲୋକଙ୍କ ବୟସ ୧୮ ବର୍ଷରୁ କମ୍ । ଏମାନଙ୍କୁ ୱେଷ୍ଟ ବ୍ୟାଙ୍କ ଏବଂ ପୂର୍ବ ୟେରୁସେଲମରେ ଦଙ୍ଗା ଓ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଇଥିଲା ।
[ad_2]