news

ବାତ୍ୟାର ନାମ ତିତଲି, ଜାଣନ୍ତୁ କିଏ ଏବଂ କାହିଁକି ଦେଲା ଏମିତି ନାଁ

ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇସାରିଛି ତିତ୍‌ଲି । ଫାଇଲିନ୍, ହୁଡ୍ହୁଡ୍, ଡାଏ, ତିତଲି । ଏବେ ପ୍ରଶ୍ନ ଉଠୁଛି ତାଣ୍ଡବ କରୁଥିବା ଏହି ତୋଫାନମାନଙ୍କର ନାମ କେମିତି ରଖାଯାଏ । ରିପୋର୍ଟ ମୁତାବକ, ୧୯୫୩ରୁ ଆମେରିକାର ମିୟାମି ସ୍ଥିତ ନ୍ୟାସନାଲ୍ ହରିକେନ୍ ସେଣ୍ଟର ଏବଂ ବିଶ୍ୱ ପାଣିପାଗ ସଂଗଠନଏହ (WMO) ର ଏକ ପ୍ୟାନେଲ୍ ଏହି ସାଇକ୍ଲୋନଗୁଡିକର ନାମକରଣ କରିଥାନ୍ତି । WMO ହେଉଛି ଯୁକ୍ତରାଷ୍ଟ୍ରର ଏଜେନ୍ସି ।

ତେବେ ୧୯୫୩ ପୂର୍ବରୁ ଉତ୍ତର ହିନ୍ଦ ମହାସାଗରରେ ସୃଷ୍ଟି ହେଉଥିବା କୌଣସି ବାତ୍ୟାର ନାମ ରଖାଯାଉନଥିଲା । ଏହାର କାରଣ ଥିଲା ସାଂସ୍କୃତିକ ବିଭିନ୍ନତା ଥିବା ଏହି ଅଂଚଳରେ ନାମକରଣ କରିବା ପୂର୍ବରୁ ବିଶେଷ ଧ୍ୟାନ ରଖିବା ଜରୁରୀ । ଯାହା ଫଳରେ ଲୋକଙ୍କ ଭାବନାକୁ ଆଘାତ ହୋଇ କୌଣସି ବିବାଦ ନହେଉ ।

titli (1)ହେଲେ ୨୦୦୪ରେ WMO ଅଧୀନରେ ଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ୟାନେଲକୁ ଭାଙ୍ଗି ଦିଆଯାଇଥିଲା । ଏହା ପରେ ଦେଶ ଗୁଡିକୁ ନିଜ ନିଜ କ୍ଷେତ୍ରରେ ହେଉଥିବା ବାତ୍ୟାର ନାମକୁ ନିଜେ ରଖିବା ପାଇଁ କୁହାଗଲା । ଏହା ପରେ ଭାରତ, ବାଂଲାଦେଶ, ପାକିସ୍ତାନ, ମିଆଁମାର , ମାଳଦ୍ୱୀପ, ଶ୍ରୀଲଙ୍କା , ଓମାନ, ଏବଂ ଥାଇଲ୍ୟାଣ୍ଡ ଏହି ଆଠଟି ଦେଶ ଏକ ବୈଠକରେ ଭାଗ ନେଇଥିଲେ । ଏହି ଦେଶଗୁଡିକ ୬୪ ଟି ନାମ ଥିବା ଏକ ତାଲିକା ଦେଇଥିଲେ ।

ପ୍ରତ୍ୟେକ ଦେଶ ୮ଟି ଲେଖାଏଁ ନାଁ ଭବିଷ୍ୟତର ବାତ୍ୟା ପାଇଁ ଦେଇଥିଲେ । ଅର୍ଥାତ ୮ଟି ଦେଶ ତରଫରୁ ୬୪ଟି ନାଁ ବାତ୍ୟା ପାଇଁ ଦିଆଯାଇଥିଲା । ଗୋଟିଏ ବାତ୍ୟା ପାଇଁ ଗୋଟିଏ ଦେଶର ନାଁ ବ୍ୟବହାର ହେଲା ପରେ ତା ପର ବାତ୍ୟା ପାଇଁ ପରବର୍ତୀ ଦେଶ ଗୁଡିକ ଦେଇଥିବା ନାଁ ଆସିଥାଏ । ଏହି ପରି କ୍ରମାନ୍ୱୟରେ ଚାଲିଥାଏ । ବର୍ତ୍ତମାନ ମାଡି ଆସୁଥିବା ବାତ୍ୟାର ନାମକରଣର ଭାଗ ପାକିସ୍ତାନ ଉପରେ ପଡିଥିବା ବେଳେ ପାକିସ୍ତାନ ଏହାର ନାଁ ‘ତିତଲି’ ବୋଲି ରଖିଛି । ସେହିପରି ୨୦୧୩ରେ ହୋଇଥିବା ବାତ୍ୟାର ଫାଇଲିନର ନାଁ ରଖିଥିଲା ଥାଇଲାଣ୍ଡ । ଏହାପରେ ବାତ୍ୟା ନିଲୋଫରର ନାଁ ମଧ୍ୟ ପାକିସ୍ତାନ ରଖିଥିଲା । ୮ଟି ଦେଶ ଦେଇଥିବା ନାମର ତାଲିକାର ୩୪ ତମ ନାଁ ଥିଲା ବାତ୍ୟା ହୁଡହୁଡ ।

cyclone1ସବୁ ବାତ୍ୟାର ନାମକୁ ଚୂଡାନ୍ତ ଅନୁମୋଦନ ପ୍ୟାଇଁ ଡବ୍ଲ୍ୟୁଏମଓର ଆଂଚଳିକ କ୍ରାନ୍ତିୟ ବାତ୍ୟା କମିଟିକୁ ପଠାଯାଇଥାଏ । ଏହି କମିଟି ନାମକୁ ପ୍ରତ୍ୟାଖ୍ୟାନ ବା ପରିବର୍ତ୍ତନ ମଧ୍ୟ କରିପାରିବେ । କିମ୍ବା ଯଦି ଚାହିଁବେ ନିଜେ ଏକ ନୂଆ ନାମ ଦେଇପାରିବ । ଲୋକପ୍ରିୟ ଲୋକମତ ବା ନାମ ଆଧାରରେ ମଧ୍ୟ ବାତ୍ୟାର ନାମ କରଣ ମଧ୍ୟ କରାଯାଇଥାଏ । ତେବେ ନାମ ଯେମିତି ଛୋଟ, ଅବୁଝା, ସାଂସ୍କୃତିକ ରୁପରେ ସମ୍ବେଦନଶୀଳ ଏବଂ ହିସାଂତ୍ମକ ନହୋଇଥିବ ଭାରତ ସରକାର ଏହି ସର୍ତ୍ତରେ ନାମ ପାଇଁ ପରାମର୍ଶ ମାଗିଥାନ୍ତି ।

ତଥାପି ଏତେ ସାବଧାନତା ସତ୍ବେ ବିବାଦ ହୋଇଯାଏ । ଯେମିତି ୨୦୧୩ରେ ବାତ୍ୟା ମହାସେନ୍ କୁ ନେଇ ଆପତ୍ତି କରାଯାଇଥିଲା । ଶ୍ରୀଲଙ୍କା ଦ୍ବାରା ଦିଆଯାଇଥିବା ନାମ ଉପରେ ସେହି ଦେଶର କିଛି ବର୍ଗ ବ୍ୟକ୍ତି ଆପତ୍ତି ଉଠାଇଥିଲେ । ସେମାନଙ୍କ କହିବା ଅନୁଯାୟୀ ରାଜା ମହାସେନ୍ ଶ୍ରୀଲଙ୍କାର ଶାନ୍ତି ଏବଂ ସମୃଦ୍ଧି ଆଣିଥିଲେ । ତେଣୁ କୌଣସି ପ୍ରାକୃତିକ ବିପତ୍ତିର ନାମ ତାଙ୍କ ନାମରେ ରଖିବା ଭୁଲ୍ । ଏହା ପରେ ଏହାର ନାମ ବଦଳାଇ ବିୟାରୁ ରଖାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button