ସ୍ୱାସ୍ଥ୍ୟ

ସୋୟାବିନ ଖାଉଛନ୍ତି କି, ଜାଣନ୍ତୁ ଏହାର ଫାଇଦା… – bajravana

[ad_1]

ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ସୋୟାବିନ୍ । ଏଥିରେ ବହୁମାତ୍ରାରେ ପ୍ରୋଟିନ, କ୍ୟାଲିସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ଆଦି ମିଳିଥାଏ । ଏହାକୁ ଖାଇବା ଦ୍ୱାରା ହାଡ ମଜବୁତ୍ ହେବା ସହିତ ହାର୍ଟ ମଧ୍ୟ ହେଲ୍ଦି ରହିଥାଏ । ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ସୁସ୍ଥ ରଖିବାରେ କରିଥାଏ ବେଶ୍ ସହାୟକ । ଖାସ୍ କରି ଯେଉଁମାନେ ଆମିଷ ଖାଇନଥାନ୍ତି, ସେମାନଙ୍କ ପାଇଁ ସୁସ୍ଥ ପ୍ରୋଟିନ୍ ହୋଇଥାଏ ସୋୟାବିନ୍ । ଏହାକୁ ନିୟମିତ ଖାଇବା ଦ୍ବାରା ହାଡର ଫ୍ୟାକଚର୍‌ ହେବାର ଆଶା କମ୍ ରହିଥାଏ । ଏମିତିକି ମାନସିକ ସନ୍ତୁଳନ ଠିକ୍ ରହିଥାଏ ।

ଆସନ୍ତୁ ଜାଣିବା ସୋୟାବିନ୍ ଖାଇବାର ଫାଇଦା ବିଷୟରେ…

ସୋୟାବିନ ସେବନ ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହା ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ। ହୃଦୟକୁ ଗୋଟିଏ ପ୍ରକାରର ସୁରକ୍ଷା ପ୍ରଦାନ କରିଥାଏ ସୋୟାବିନ। ସୋୟାବିନରେ ହାଇ ଫାଇବର ରହିଛି। ଗୋଟିଏ କପ ସୋୟାବିନରେ ୧୦ ଗ୍ରାମ ଫାଇବର ରହିଥାଏ। ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରଣାଳୀ ସୁସ୍ଥ ରହିଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ସୋୟାବିନକୁ ପ୍ରୋଟିନର ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଇଥାଏ । ଯଦି ଆପଣ ଜଣେ ଶାକାହାରୀ ବ୍ୟକ୍ତି ତେବେ ସୋୟାବିନରୁ ପ୍ରୋଟିନର ଭଲ ସ୍ରୋତ ପାଇପାରିବେ। ସୋୟାବିନ ରେ ଆମିନୋ ଏସିଡ ରହିଛି । ଏହା ଆପଣଙ୍କ ମାଂସପେଶୀ ଓ ହାଡକୁ ମଜବୁତ କରିଥାଏ। ସୋୟାବିନ ସେବନ ଦ୍ୱାରା କୋଲେଷ୍ଟ୍ରଲ କଣ୍ଟ୍ରୋଲ ରହିଥାଏ। ଏହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଥାଏ। ଅନେକ ଗବେଷଣାରୁ ଜଣା ପଡିଛି ଯେ ସୋୟାବିନ ଶରୀରରେ ଏଲଡିଏଲ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ। ସୋୟାବିନରେ ଆଇରନ ରହିଛି । ପ୍ରତ୍ୟେକ କପ ସୋୟାବିନରେ ପାଖାପାଖି ୯ ମିଲିଗ୍ରାମ ଆଇରନ ରହିଥାଏ । ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ସୋୟାବିନ ସେବନ ପାଇଁ କୁହାଯାଇଥାଏ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button