ଚେକିଂ ବେଳେ ଟ୍ରାଫିକ ପୁଲିସକୁ ଧକ୍କା ଦେଲା ଏସୟୁଭି, ସିସିଟିଭିରେ କଏଦ ହେଲା ଦୃଶ୍ୟ – bajravana
[ad_1]
ନୂଆଦିଲ୍ଲୀ: ଚେକିଂ ବେଳେ ଟ୍ରାଫିକ ପୁଲିସକୁ ଧକ୍କା ଦେଲା ଏସୟୁଭି। ସିସିଟିଭିରେ କଏଦ ହେଲା ଦୃଶ୍ୟ। ଦିଲ୍ଲୀରେ ଘଟିଥିବା ଏହି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୁଲିସ କର୍ମଚାରୀଙ୍କୁ ଏସୟୁଭି ଧକ୍କା ଦେଉଥିବା ଦେଖାଯାଇଛି। ଧକ୍କା ଖାଇବା ପରେ ପୁଲିସ କର୍ମଚାରୀଜଣକ ଛିଟିକି ଯାଇ କିଛି ଦୂରରେ ପଡ଼ୁଛନ୍ତି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଚାଳକକୁ ଗିରଫ କରିଛି ପୁଲିସ। ଏହା ସହ ଆହତ ହୋଇଥିବା କନଷ୍ଟେବଳଙ୍କ ନାମ ରବି ବୋଲି ଜଣାପଡ଼ିଛି।
ପୁଲିସର ସୂଚନାନୁସାରେ, ଅକ୍ଟୋବର ୨୪ ଏବଂ ୨୫ର ମଧ୍ୟରାତ୍ରିରେ କନ୍ନୌଟ ପ୍ଲେସ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଚେକିଂ ଚାଲିଥିବା ବେଳେ କନଷ୍ଟେବଳ ରବି ଏକ କାରକୁ ଛିଡ଼ା କରି ଚେକିଂ କରୁଥିଲେ। ଏହି ସମୟରେ ପଛରୁ ଏକ କଳା ରଙ୍ଗର ସ୍କର୍ପିଓ ଆସି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଚାଳକ ଅଟକିବା ପରିବର୍ତ୍ତେ ସେଠାରୁ ଫେରାର ହୋଇଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ କନଷ୍ଟେବଳ ରବିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଏବେ ରବିଙ୍କ ଅବସ୍ଥା ସୁଧୁରୁଥିବା କହିଛନ୍ତି ଡାକ୍ତର।
#WATCH | CCTV footage shows a Delhi Police personnel hit by an SUV and thrown into the air in the Connaught Place area
The incident happened on the intervening night of 24th-25th October. Police detained the car driver and action was taken against him.
(Video source: Delhi… pic.twitter.com/5lMAD0It7g
— ANI (@ANI) October 27, 2023
ଏହା ସହ ସିସିଟିଭି ଭିଡିଓକୁ ଅଧାର କରି ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିବା ସହ ତାକୁ ଗିରଫ କରିଛି।
[ad_2]