ଅଧିନାୟକ ଭାବେ ନିଜ ସଫଳତାର ରହସ୍ୟ ଉପରୁ ପରଦା ହଟାଇଲେ ରୋହିତ – bajravana
[ad_1]
ନୂଆଦିଲ୍ଲୀ: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଦଳର ସ୍ଥିର ପ୍ରଦର୍ଶନ ସହ ଅଧିନାୟକ ରୋହିତ ଶର୍ମାଙ୍କ ସଫଳ ନେତୃତ୍ବ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିଲାଗି ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ରୋହିତ କିନ୍ତୁ ଏହାକୁ ସହଜ ଓ ସରଳ ରଖିବାକୁ ଚେଷ୍ଟା କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜ ସଫଳତାର ଏହି ମହତ୍ତ୍ବପୂର୍ଣ୍ଣ ଦିଗ ଉପରୁ ପରଦା ଉଠାଇବାକୁ ଯାଇ ସେ କହିଛନ୍ତି ଯେ ସବୁକିଛି ସାଥୀ ଖେଳାଳିଙ୍କ ସ୍ବଭାବ ଓ ଆବଶ୍ୟକତାକୁ ବୁଝିବା ଉପରେ ନିର୍ଭର କରୁଛି।
‘‘ମୁଁ ଭାବେ, ଖେଳାଳିଙ୍କ ପସନ୍ଦ, ନାପସନ୍ଦ ଓ ମନର କଥା ବୁଝିବା ଏବଂ ତାଙ୍କ ଆବଶ୍ୟକତାକୁ ଜାଣିବା ଖେଳାଳି ପରିଚାଳନାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ। କାରଣ ଏକ ଦଳଗତ କ୍ରୀଡ଼ାରେ ଜଣେ କିମ୍ବା ଦୁଇ ଜଣଙ୍କୁ ନୁହେଁ, ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବାକୁ ପଡ଼ିଥାଏ। ଏକଥା ମୁଁ ଦିନେ ଦୁଇ ଦିନ ନୁହେଁ, ବହୁ ବର୍ଷର ଅଭିଜ୍ଞତାରୁ ଶିଖିଛି। ଅନେକ ସମୟରେ ମୁଁ ନିଜକୁ ସାଥୀ ଖେଳାଳିଙ୍କ ଜାଗାରେ ରଖି ସେମାନଙ୍କର କ’ଣ ଦରକାର, ସେକଥା ଠଉରାଇବାକୁ ଚେଷ୍ଟା କରେ। ଅବଶ୍ୟ ମୁଁ ଭାଗ୍ୟଶାଳୀ ଯେ ମୋ ଚାରିପଟେ ଏବେ ବହୁ ଭଲ ଭଲ ଲୋକ ଅଛନ୍ତି। ଖେଳାଳି, ସହାୟକ କର୍ମଚାରୀ, ପ୍ରଶିକ୍ଷକ ସମସ୍ତେ ପରିସ୍ଥିତି ଓ ପରିବେଶକୁ ନିଖୁଣ ଭାବେ ବୁଝିପାରୁଛନ୍ତି। ସମସ୍ତେ ନିଜ ନିଜ ଭୂମିକା ଭଲ ଭାବରେ ଜାଣିଛନ୍ତି। ତଦାନୁଯାୟୀ କାମ ବି କରୁଛନ୍ତି। ଏହା ହିଁ ଆମ ସଫଳତାର ମନ୍ତ୍ର’’ ବୋଲି କହିଥିଲେ ରୋହିତ।
[ad_2]