ଏସୀୟ ପାରା କ୍ରୀଡ଼ା: ଇତିହାସ ରଚିଲା ଭାରତ, ଏକକ ଫାଇନାଲ୍ରେ ପ୍ରମୋଦ – bajravana
[ad_1]
ହାଂଝୌ: ଏଠାରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତ ମୋଟ ୮୨ (୧୮ ସ୍ବର୍ଣ୍ଣ, ୨୩ ରୌପ୍ୟ, ୪୧ କାଂସ୍ୟ) ପଦକ ଜିତି ଇତିହାସ ରଚିଛି। ଏହା ଏସୀୟ କ୍ରୀଡ଼ାରେ ଭାରତର ସର୍ବାଧିକ ପଦକ ହାସଲ। ଗତ ସଂସ୍କରଣ (୨୦୧୮)ରେ ଭାରତ ୭୨ (୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ, ୩୩ କାଂସ୍ୟ) ପଦକ ଜିତିଥିଲା ବେଳେ ଏଥର ଏହାକୁ ଟପି ଯାଇଛି। ଗୁରୁବାର ଭାରତକୁ ୩ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୧୨ କାଂସ୍ୟ ମିଳିଥିଲା। ସିଦ୍ଧାର୍ଥ ବାବୁ ଆର୍୬ ମିଶ୍ରିତ ରାଇଫଲ ପ୍ରୋନ୍ ଏସ୍ଏଚ୍୬ ଇଭେଣ୍ଟ୍ରେ ଗେମ୍ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲେ। ଏଥିସହ ଏହି ଇଭେଣ୍ଟ୍ରୁ ଭାରତର ପ୍ୟାରିସ୍ ପାରାଲିମ୍ପିକ୍ସ ଟିକେଟ୍ ନିଶ୍ଚିତ ହୋଇଥିଲା। ପୁରୁଷ ସଟ୍ପୁଟ୍ ଏଫ୍୬୪ରେ ଭାରତକୁ ଯୁଗଳ ସଫଳତା ମିଳିଥିଲା। ସଚିନ ଖିଲାରି (୧୬.୦୩ ମିଟର) ଗେମ୍ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ ରୋହିତ ହୁଡ଼ା (୧୪.୫୬ ମିଟର) କାଂସ୍ୟ ପାଇଥିଲେ। ୧୮ତମ ସ୍ବର୍ଣ୍ଣ ତୀରନ୍ଦାଜିରୁ ଆସିଥିଲା। ଶୀତଲ ଦେବୀ ଓ ରାକେଶ କୁମାରଙ୍କୁ ନେଇ ଗଠିତ ମିଶ୍ରିତ କମ୍ପାଉଣ୍ଡ ଦଳ ଏହି ସ୍ବର୍ଣ୍ଣ ଜିତିଥିଲେ।
ଭୁବନେଶ୍ବର: ଚଳିତ ହାଂଝୌ ଏସୀୟ ପାରା କ୍ରୀଡ଼ା ବ୍ୟାଡ୍ମିଣ୍ଟନ ପୁରୁଷ ଏସ୍ଏଲ୍୩ ଏକକ ବର୍ଗର ଫାଇନାଲ୍ରେ ପହଞ୍ଚି ଅଲିମ୍ପିକ୍ ବିଜେତା ପ୍ରମୋଦ ଭଗତ ପଦକ ନିଶ୍ଚିତ କରିଛନ୍ତି। ଗୁରୁବାର ସେମିଫାଇନାଲ୍ରେ ଏହି ଓଡ଼ିଶା ଖେଳାଳି ୨୧-୧୩, ୨୧-୧୨ରେ ଥାଇଲାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ପରାସ୍ତ କରିଥିଲେ। ତେବେ ପୁରୁଷ ଯୁଗଳ ସେମିଫାଇନାଲ୍ରେ ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ପରାଜିତ ହୋଇ କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ସେମିଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି କଡ଼ା ସଂଘର୍ଷ କରି ଇଣ୍ଡୋନେସିଆ ଯୋଡ଼ି ଦ୍ବିୟୋକୋ ଓ ଫ୍ରେଡି ସେତିଆୱାନଙ୍କଠୁ ୨୨-୨୦, ୨୧-୨୩, ୧୨-୨୧ରେ ହାରି ଯାଇଥିଲେ। ଗୁରୁବାର ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ମିଶ୍ରିତ ଯୁଗଳରେ କାଂସ୍ୟ ଜିତିଥିଲେ। ଫଳରେ ପ୍ରମୋଦଙ୍କ ପଦକ ସଂଖ୍ୟା ୨ (କାଂସ୍ୟ) ରେ ପହଞ୍ଚିଛି।
[ad_2]