ଉମୁରୀରେ ପାଙ୍କା ଗୁଳି ଚାଳନା; ଅଭିଯୁକ୍ତ ଗିରଫ, ଅନ୍ତରାଜ୍ୟ ଚଢ଼ଉ ପାଇଁ ଗଲା ପୁଲିସ ଟିମ୍ – bajravana
[ad_1]
ଜୟପୁର: ଦଶହରା ଦିନ ଅର୍ଦ୍ଧରାତ୍ରରେ ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀରେ ଦୁଇ ଗ୍ୟାଙ୍ଗଷ୍ଟର ମଧ୍ୟରେ ପତିଆରା ଲଢ଼େଇକୁ ନେଇ ପାଙ୍କା ଗୁଳି ଚାଳନା ହୋଇଥିଲା। ଜୟପୁର ସଦରଥାନା ପୁଲିସ ଘଟଣାସ୍ଥଳରୁ ୨ରାଉଣ୍ଡ ଖୋକା ଜବତ କରିଥିଲେ। ଏହି ମାମଲାରେ ସଦରଥାନା ପୁଲିସ ଜଣେ ଅଭିଯୁକ୍ତ ସଂଜୀବ ଖୋସ୍ଲା(୨୨)କୁ ଗିରଫ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଅପରପକ୍ଷରେ ଅନ୍ତରାଜ୍ୟକୁ ଗୋଟିଏ ପୁଲିସ ଟିମ୍ ଚଢ଼ାଉରେ ଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ୨୪ତାରିଖ ଦିନ ରାତି ସାଢ଼େ ୧୧ଟା ବେଳେ ଉମୁରୀରେ ରହୁଥିବା ଗୋଟିଏ ଗ୍ୟାଙ୍ଗର ମୁଖ୍ୟ ରଂଜିତ ବାଘ, ଗୌତମ ବାଘ, କାର୍ତ୍ତିକ ବାଘ ଓରଫ ପାମ୍ପୁଡୁଙ୍କ ସହ ସଦସ୍ୟ ମାନେ ଅନ୍ୟ ଗ୍ୟାଙ୍ଗ ସଂଜୟ ସୁନା ଓ ସୁରେନ୍ଦ୍ର ନାୟକ ଓରଫ ସିଂହଲ ଆଦି ବିରୋଧୀ ଗ୍ୟାଙ୍ଗ ଉପରେ ରହିଥିବା ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଉମୁରୀ ବସଷ୍ଟାଣ୍ଡ ନିକଟରେ ପହଚିଂଥିଲେ। ଏବଂ ସେଠାରେ ଏହି ଗ୍ୟାଙ୍ଗ ପାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ବନ୍ଧୁକ ସହ ମାରଣାସ୍ତ୍ର ସବୁ ଧରିଥିବା ପୁଲିସକୁ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହା ପରେ ଅଭିଯୋଗକାରୀ ସୁରେନ୍ଦ୍ରଙ୍କ ଘରେ ପଶି ଅନ୍ୟ ଗ୍ୟାଙ୍ଗର ମୁଖିଆ ସୁରେନ୍ଦ୍ରଙ୍କୁ ଖୋଜିଥିଲେ। ବନ୍ଧୁକ ଓମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଅଭିଯୁକ୍ତ ଗ୍ୟାଙ୍ଗର ସଦସ୍ୟ ମାନେ ଗାଡ଼ି ଗୁଡିକରେ ଘଟଣାସ୍ଥଳକୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସକୁ ଦୁଇଟି ଖୋକା ମିଳିଥିଲା।
ସଦରଥାନା ପୁଲିସ ମିଶନ ଉମୁରୀ କରିବା ସହ ଜଣେ ଅଭିଯୁକ୍ତ ସଂଜୀବଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଗୋଟିଏ ଗ୍ୟାଙ୍ଗର ମୁଖିଆଙ୍କ ସହ ମିଶି ପାଙ୍କା ଗୁଳିଚାଳନା ଓ ମାରଣାସ୍ତ୍ର ଧରି ପ୍ରଦର୍ଶନ କରି ଭୟଭୀତ କରିବା ବେଳେ ଉପସ୍ଥିତ ଥିବା ସ୍ବୀକାର କରିଥିବା କହିଛନ୍ତି ସଦରଥାନା ଅଧିକାରୀ। ପୁଲିସ ଏବେ ଅଭିଯୁକ୍ତ ମାନଙ୍କର ମୋବାଇଲ ଫୋନକୁ ଟ୍ରାକିଂ ଆରମ୍ଭ କରିବା ସହ କିଭଳି ସବୁ ଅଭିଯୁକ୍ତଙ୍କୁ ଧରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଅପରପକ୍ଷରେ ଯୁଗ୍ମକମିଟି ପୁଲିସ ଗଠନ କରି ବିଭିନ୍ନ ଆଡ୍ଡା ଉପରେ ଚଢ଼ାଉ ଜାରୀ ରଖିଛି। ଏହି କ୍ରମରେ ଗୋଟିଏ ଦଳ ଆନ୍ତଃରାଜ୍ୟକୁ ଚଢ଼ାଉ କରିବା ପାଇଁ ଯାଇଥିବା ସୂଚନା ମିଳିଛି। ପୁଲିସ ଆଇପିସିର ଦଫା ୧୨୦ବି, ୪୫୦, ୧୪୭, ୧୪୮, ୨୯୪, ୪୨୭, ୫୦୬, ୧୪୯ସହ ଆର୍ମସ ଆକ୍ଟର ୨୫ /୨୭ରେ ମାମଲା ରୁଜୁ କରି ଅଭିଯୁକ୍ତ ସଂଜୀବକୁ କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ସଦରଥାନା ଅଧିକାରୀ। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
[ad_2]