ଅପରାଧ

ଲିୱିଷ୍ଟନ୍‌ରେ ଭୟାବହ ଗୁଳିକାଣ୍ଡ: ଅନ୍ୟୂନ ୨୨ ମୃତ, ୬୦ ଆହତ, ସନ୍ଦିଗ୍ଧ ଫେରାର – bajravana

[ad_1]

ନୂଆଦିଲ୍ଲୀ: ବୁଧବାର ରାତିରେ ଆମେରିକାର ମେନେ ଅନ୍ତର୍ଗତ ଲିୱିଷ୍ଟନ୍‌ରେ ଭୟାବହ ଗୁଳିକାଣ୍ଡ ଘଟଣାରେ ଅନ୍ୟୂନ ୨୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି ବୋଲି ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଛି।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି, ସନ୍ଦିଗ୍ଧ ଫେରାରା ହୋଇଯାଇଥିବା କହି ଆଣ୍ଡ୍ରୋସ୍‌କଗିନ୍‌ କାଉଣ୍ଟି ସେରଫ୍‌ଙ୍କ କାର୍ଯ୍ୟାଳୟ ଗୁଳି ଚଳାଇଥିବା ସନ୍ଦିଗ୍ଧଙ୍କର ୨ଟି ଫଟୋ ‘ଫେସ୍‌ବୁକ୍‌’ ପୋଷ୍ଟ୍‌ କରିଛି। ଫଟୋରେ ସନ୍ଦିଗ୍ଧ ରାଇଫଲ୍‌ ଧରି ଗୁଳି ଚଳାଉଥିବା ଦେଖାଯାଉଛି।

Image Courtesy of ABC News

ଫଟୋରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ କାଉଣ୍ଟି ସେରଫ୍‌ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛି। ସନ୍ଦିଗ୍ଧ କାର୍ଯ୍ୟକଳା କି, ବ୍ୟକ୍ତିବିଶେଷଙ୍କୁ ଦେଖିଲେ ୯୧୧କୁ ଫୋନ୍‌ କରିବା ଲାଗି ପୁଲିସ କହିଛି।

ଲିୱିଷ୍ଟନ୍‌ସ୍ଥିତ ‘ଦି ସେଣ୍ଟ୍ରାଲ୍‌ ମେନେ ମେଡିକାଲ୍‌ ସେଣ୍ଟର୍‌’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳିକାଣ୍ଡ ଓ ନରସଂହାରଜନିତ ଘଟଣାରେ ମୃତାହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସେ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନା ସହ ବୁଝାମଣା ଚାଲିଛି।

ଲିୱିଷ୍ଟନ୍‌ରେ ଗୁଳିକାଣ୍ଡ ଘଟିବାର ଅଳ୍ପ ସମୟ ପରେ ଲିଙ୍କନ୍‌ ଷ୍ଟ୍ରିଟ୍‌ସ୍ଥିତ ସ୍କିମେଞ୍ଜିସ୍‌ ବାର୍‌ ଓ ଗ୍ରିଲି ରେସ୍ତୋରାଁରେ ଆଉ ଏକ ଗୁଳିକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି।

ସେହିପରି, ଲିୱିଷ୍ଟନ୍‌ ପବ୍ଲିକ୍‌ ଇନ୍‌ଫର୍ମେସନ୍‌ ଅଫିସର୍‌ ଡେରିକ୍‌ ସେଣ୍ଟ୍‌ ଲରେଣ୍ଟ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ରାତି ପ୍ରାୟ ୮.୧୫ରେ ଆଲ୍‌ଫ୍ରେଡ୍‌ ଏ. ପ୍ଲୋରଡ୍‌ ପାର୍କୱେସ୍ଥିତ ୱାଲ୍‌ମାର୍ଟ ଡିଷ୍ଟ୍ରିବ୍ୟୁସନ୍‌ ସେଣ୍ଟର୍‌ରେ ମଧ୍ୟ ଗୁଳିକାଣ୍ଡ ଘଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button