ଓଡିଶା

ଜୟପୁର ଦଶହରା : ପହଞ୍ଚିଲେଣି ଲାଠିଧାରୀ; ମଙ୍ଗଳବାର ବାହାରିବ ପଟୁଆର – bajravana

[ad_1]

ଜୟପୁର: ଜୟପୁରର ପ୍ରସିଦ୍ଧ ଦଶହରା ଧୁମ୍‌ଧାମ୍‌ରେ ଚାଲିଛି। ଅସନ୍ତା ୨୪ତାରିଖଦିନ ବିଜୟାଦଶମୀ ଶୋଭାଯାତ୍ରା‌ରେ ମା’କନକ ଦୁର୍ଗାଙ୍କ ସହ ଭାଗ ନେଇ ଅପରାଜିତା ପୂଜାରେ ଉପସ୍ଥିତ ରହିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପୀଠରୁ ୩୦ରୁ ଊର୍ଦ୍ଧ୍ବ ଲାଠୀ ଧାରୀ ଆସି ଜୟପୁରରେ ପହଞ୍ଚିଛନ୍ତି। ଆଉ କିଛି ଆସୁଥିବା ସୂଚନା ମିଳିଛି। ଏଥିରେ ଉମରକୋଟର ପେଣ୍ଡ୍ରାହାରିଣୀ ମା’ଙ୍କ ଲାଠି ବି ପହଚିଂଛି। ସହରରେ ସବୁ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଛି।

ସେଭଳି ଆସନ୍ତା ମଙ୍ଗଳବାର ରାତିରେ ଜୟପୁରରେ ଲାଠିଧାରୀଙ୍କ ବିଶାଳ ପଟୁଆର ବାହାରିବ। ଲାଠିଧାରୀଙ୍କ ଉପସ୍ଥିତି ଜୟପୁର ଦଶହରାର ସ୍ବତନ୍ତ୍ରତାକୁ ବଢାଇଥାଏ। ଚଳିତବର୍ଷ ମଧୢ ବିଭିନ୍ନ ଦେବୀ ପୀଠରୁ ଲାଠି ଧାରୀମାନେ ଆସିଛନ୍ତି। ପୀଠରୁ ଦେବୀଙ୍କ ପ୍ରତୀକ ଭାବେ ଏହି ଲାଠି ଧାରୀ ଆସିଛନ୍ତି। ଆସନ୍ତା ମଙ୍ଗଳବାର ସନ୍ଧ୍ୟାରେ ଏହି ଲାଠି ଧାରୀମାନଙ୍କୁ ଦଶହରା ପଡିଆରେ ସମ୍ବର୍ଧିତ କରାଯିବ। ରାତିରେ ବିଧିମତେ ପୂଜା ସରିବା ପରେ ଲାଠିଧାରୀମାନେ ଏକ ବିଶାଳ ପଟୁଆରରେ ସହର ପରିକ୍ରମା କରିବେ। ଭୋରରେ ଦଶହରା ପଡିଆରେ ଅପରାଜିତା ପୂଜା ହେବ। ସେଠାରେ ରାବଣପୋଡି ସହ ଆତସବାଜି ପ୍ରଦର୍ଶନ କରାଯିବ। ଏଥିପାଇଁ ଦଶହରା ପଡିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ମଙ୍ଗଳବାର ସନ୍ଧ୍ୟାରେ ହେବାକୁ ଥିବା ପଟୁଆରରେ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରାଯିବ।  ଆଦିବାସୀ ଲୋକନୃତ୍ୟ, ଢ଼େମସା, ଦୁରୁଆ ଆଦି ମଧ୍ୟ ଏଥିରେ ସାମିଲ ହୋଇଛି। ଏହି ଶୋଭାଯାତ୍ରା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କୁ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରାଫିକ କଟକଣା ଜାରି କରାଯାଇଛି। ସନ୍ଧ୍ୟା ସମୟରେ ସହର ଭିତରକୁ ଗାଡି ମୋଟର ନ ଛାଡିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ବିଭିନ୍ନ ସମ୍ବେଦନ ଶୀଳସ୍ଥାନ ସହ ସହରରେ  ୮ପ୍ଲାଟୁନ ପୁଲିସ୍‌ ମୁତୟନ କରାଯିବ। ଏସଡିପିଓ ହରିଶା ବି.ସି, ଥାନାଅଧିକାରୀ  ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ  ଇନ୍ସପେକ୍ଟରଙ୍କ ସମେତ ବହୁ ଅଫିସର ଓ ଟ୍ରାଫିକ ପୁଲିସ ମଧୢ ମୁତୟନ ହେବେ। ପକେଟମାର ଓ ଛିନତାଇ ରୋକିବା ପାଇଁ ସାଦା ପୋଷାକରେ ମଧୢ ପୁଲିସ୍‌ ପହରା ଦେବେ। ମହିଳା ପୁଲିସକୁ ବି ବ୍ୟାପକ ଭାବେ ନିୟୋଜିତ କରାଯାଇଛି। ସହରରେ ପାଟ୍ରୋଲି˚କୁ କଡାକଡି କରାଯିବା ସହ ଚୋରା ମଦ ଓ ଜୁଆ ରୋକିବା ପାଇଁ ସ୍ବତନ୍ତ୍ର ଧୢାନ ଦିଆଯିବ ବୋଲି ଜୟପୁର ଟାଉନଥାନା ଅଧିକାରୀ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button