ଖେଳ ଖବର

ଜାଦେଜା ସାଧାରଣ କ୍ୟାଚ୍ ଛାଡ଼ିଦେବାରୁ ପତ୍ନୀ ରିବାବା ଦେଲେ ଏଭଳି ପ୍ରତିକ୍ରିୟା – bajravana


ଧର୍ମଶାଳା: ଆଜି ହିମାଚଳ ପ୍ରଦେଶର ରାଜଧାନୀ ଧମର୍ଶାଳାସ୍ଥିତ ‘ଏଚ୍‌ପିସିଏ’  ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନିଉଜିଲାଣ୍ଡ୍। ମ୍ୟାଚ୍ ଆରମ୍ଭ ପୂର୍ବରୁ ‘ଟସ୍‌’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚ୍ ଆରମ୍ଭ ହେବା ପରେ ବିଶ୍ବ କ୍ରିକେଟରେ ସବୁଠୁ ଭଲ ଫିଲଡର ଭାବେ ଜଣାଶୁଣା ରବିନ୍ଦ୍ର ଜାଦେଜା କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମିତି କି ତାଙ୍କ ପତ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ମୁହଁରେ ହାତ ଦେଇଥିଲେ।

ଜାଦେଜାଙ୍କ ପତ୍ନୀ ରିବାବା ଧର୍ମଶାଳାକୁ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ବେଳେ ଫିଲଡିଂ କରୁଥିଲେ ଜାଦେଜା। ପୂର୍ବ ମ୍ୟାଚରେ ଅନେକ ବଲ କ୍ୟାଚ୍ କରି ସମସ୍ତଙ୍କୁ ଖୁସି କରାଇଥିବା ଜାଦେଜା ସାଧାରଣ କ୍ୟାଚ୍ ଛାଡ଼ିଦେବାରୁ ଉପସ୍ଥିତ ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜାଦେଜା କ୍ୟାଚ୍ ଛାଡ଼ିବା ପରେ ଉପସ୍ଥିତ ପ୍ରଶଂସକ ନିରାଶ ହେବା ସହ ତାଙ୍କ ପତ୍ନୀ ରିବାବା ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହୋଇଛି।

ରିବାବା ମଧ୍ୟ ଅନ୍ୟ ପ୍ରଶଂସକଙ୍କ ଭଳି ଆଶ୍ଚର୍ଯ୍ୟ ହୋଇ ମୁହଁରେ ହାତ ଦେଇଥିବା ଦେଖିବାକୁ ମିଳିଛି।

 




Related Articles

Leave a Reply

Your email address will not be published. Required fields are marked *

Back to top button