ମନୋରଞ୍ଜନ

ରିିଲିଜର ପ୍ରଥମ ଦିନରେ ୧୪୦କୋଟି ଟଙ୍କା ଆୟ କଲା ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ – bajravana

[ad_1]

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ବକ୍ସ ଅଫିସରେ ଧମାଲ କରୁଛି। ଦୀର୍ଘ ଦିନ ଧରି, ପ୍ରଶଂସକମାନେ ଏହି ଫିଲ୍ମକୁ ଅପେକ୍ଷା କରିଥିବାବେଳେ ଅଗ୍ରୀମ ବୁକିଂ ସମୟରେ ହିଁ ଅନୁମାନ କରାଯାଇଥିଲା ଯେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିବ। କାରଣ ଏହି ଫିଲ୍ମର ଅଗ୍ରୀମ ବୁକିଂ ଶାହାରୁଖ ଖାନଙ୍କ ‘ଯବାନ’କୁ ମଧ୍ୟ ଅତିକ୍ରମ କରିଥିଲା । କୁହାଯାଉଥିଲା ଯେ ବିଜୟଙ୍କ ଏହି ଚଳଚ୍ଚିତ୍ର ଅନେକ ବଡ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏବେ ରିଲିଜ ପ‌ରେ ଫିଲ୍ମର ଆୟକୁ ଦେଖି ଯାହା ଆଶା କରାଯାଉଥିଲା, ତାହା ହିଁ ହେବ ବୋଲି ଜଣାପଡ଼ିଛି।

ଅକ୍ଟୋବର ୧୯ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭାରତରେ ମୋଟ ୭୪କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ୱ ବକ୍ସ ଅଫିସରେ ଏହା ୬୬କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଫିଲ୍ମର ମୋଟ ଆୟ ୧୪୦କୋଟି ପାର କରିଛି।

ତାମିଲ ସିନେମାର ଶ୍ରେଷ୍ଠ ତାରକାମାନଙ୍କ ମଧ୍ୟରେ ବିଜୟ ରହିଥିଲେ ବି ଏପର୍ଯ୍ୟନ୍ତ ସେ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର କରିନଥିଲେ। ‘ଲିଓ’ ହେଉଛି ତାଙ୍କର ପ୍ରଥମ ପ୍ୟାନ୍ ଇଣ୍ଡିଆ ରିଲିଜ୍। ତେବେ ପ୍ରଥମ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ହିଁ ବିଜୟ, ବଲିଉଡର କିଙ୍ଗ ଖାନଙ୍କ ରେକର୍ଡ ଭ‌ାଙ୍ଗିଥିଲେ। ବିଜୟଙ୍କ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କିଛି ଦିନ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବାବେଳେ ଗତ ମାସରୁ ବିଦେଶରେ ବୁକିଂ ଆରମ୍ଭ ହୋଇଥିଲା। କେବଳ ଅଗ୍ରୀମ ବୁକିଂ ଦ୍ୱାରା ‘ଲିଓ’ କିଙ୍ଗ୍ ଖାନଙ୍କ ରେକର୍ଡ ଭାଙ୍ଗିଥିଲା।

ବ୍ରିଟେନରେ ଏପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ଫିଲ୍ମ ଅଧିକ ଆୟ କରିଥିଲା। ‘ପଠାନ୍’ ରିଲିଜର ପ୍ରଥମ ଦିନରେ ବ୍ରିଟେନରେ ୩କୋଟି ୨୨ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ‘ଲିଓ’ କେବଳ ଅଗ୍ରୀମ ବୁକିଂ ମାଧ୍ୟମରେ ପ୍ରଥମ ଦିନରେ ୩କୋଟି ୨୩ଲକ୍ଷ ଟଙ୍କା ସଂଗ୍ରହ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button