ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ‘ମୋ ଦଳ’ – bajravana
[ad_1]
ଭୁବନେଶ୍ୱର: ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ। ଆସନ୍ତା ୧୭ରେ ସତ୍ୟାଗ୍ରହ କରି କ୍ୟାପିଟାଲ ଥାନାରେ ଏତଲା ଦେବ ମୋ ଦଳ। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ଦାବି କରାଯାଇଛି । ମୋ ଦଳ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଚାଷୀଙ୍କ ଜମି ଫେରାଇବା ସହ ଏତେ ବଡ ଅପରାଧିକ କାର୍ଯ୍ୟକଳାପରେ ଯିଏ ଦାୟୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। କିନ୍ତୁ ସରକାର ଆଜି ଯାଏଁ ନା ଜମି ଫେରାଇଲେ ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ।
ଏମିତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ପାଟି ଖୋଲୁ ନାହାନ୍ତି କାହିଁକି ନା ସେତେବେଳର ରାଜସ୍ବ ମନ୍ତ୍ରୀ ଏବେ ବିଜେପିର ରାଜ୍ୟ ସଭାପତି। ସେତେବେଳର ମୁଖ୍ୟ ଶାସନ ସଚିବ ଏବେ କଂଗ୍ରେସର ବରିଷ୍ଠ ନେତା। ତେଣୁ ମୋ ଦଳ ପକ୍ଷରୁ କଟକରୁ ଭୁବନେଶ୍ବର ପଦଯାତ୍ରା କରି କ୍ୟାପିଟାଲ ଥାନାରେ ଏତଲା ଦେବାକୁ ଆବେଦନ କଲୁ। ହେଲେ ସରକାର ଏବଂ ପୁଲିସ ତାକୁ ଅନୁମତି ଦେବେ ନାହିଁ। ସରକାର ଜାଣି ଶୁଣି ମୋ ଦଲକୁ ଆଭିଧାନିକ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ । ଏଥିପାଇଁ ମୋ ଦଳ ସତ୍ୟାଗ୍ରହ କରିବ । ସରକାର ଯଦି ଗିରଫ କରିବେ ଜେଲ୍ ଭର ଆନ୍ଦୋଳନର ଧମକ ଦେଲା ମୋ ଦଳ |
[ad_2]