‘ମୁଁ ରାତିର ନିଦ ଉଡ଼ାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି’: ଅଭିନବ ଶୁକ୍ଳା – bajravana
[ad_1]
ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲେକଙ୍କ ଘରକୁ ଖୁବଶୀଘ୍ର କୁନି ଅତିଥିଙ୍କ ଆଗମନ ହେବ। ଏଥିପାଇଁ ରୁବିନା ଓ ଅଭିନବ ଶୁକ୍ଳାଙ୍କ ପରିବାର ଜୋରସୋର ପ୍ରସ୍ତୁତି ଏବେ ଠାରୁ ଆରମ୍ଭ କରି ଦେଲେଣି। ଏହି ଖୁସି ଖବରକୁ ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ସେପ୍ଟେମ୍ବର ୧୬ ତାରିଖରେ ସେୟାର କରିଥିଲେ।
ସ୍ବାମୀଙ୍କ ସହିତ ଫଟୋ ସେୟାର କରି ରୁବିନା କ୍ୟାପସନରେ ଲେଖିଥିଲେ, ‘ବାହାଘରର ୫ବର୍ଷ ପରେ ମୋ ଜୀବନରେ ଏହି ଖୁସିର ମୁହୂର୍ତ୍ତ ଆସିଛି। କାରଣ ମୁଁ ମା’ ହେବାକୁ ଯାଉଛି। ମୋର ଆଉଗୋଟେ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭଗବାନ ମୋତେ ଆର୍ଶୀବାଦ କରନ୍ତୁ।’
ଏହି କ୍ରମରେ ବାପା ହେବାକୁ ଯାଉଥିବା ଅଭିନବ ଶୁକ୍ଳା କହିଛନ୍ତି, ‘ମୁଁ ରାତିର ନିଦ ଉଡ଼ାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। କେବେ ସେଦିନ ଆସିବ ତାହାର ଅପେକ୍ଷାରେ ରହିଛି। ଏହା ଏକ ମଜାଳିଆ ଯାତ୍ରା ବୋଲି ମୁଁ କହିବି। ମୋ ଭାଇଙ୍କର ଦୁଇଟି ସନ୍ତାନ ଅଛି। ମୁଁ ସେମାନଙ୍କ ସହିତ କିଛି ରାତି ଅନିଦ୍ରା ହୋଇ କାଟିଛି। ପିଲାଙ୍କ ସହିତ ସମୟ କାଟିବା ପାଇଁ ମୋତେ ବେଶ ଭଲ ଲାଗିଥାଏ।’
ତେବେ ରୁବିନା ଅନ୍ତସତ୍ତ୍ବା ହେବାପରେ ପ୍ରଥମଥର ପ୍ରତିକ୍ରିୟା ଦେଇ ତାଙ୍କ ବ୍ଲଗରେ ଲେଖିଥିଲେ, ‘ଏହି ସମୟକୁ ନେଇ ଭୟଭୀତ ଅଛି। ଯେତିକି ଉତ୍ସାହିତ ଅଛି ତା’ଠାରୁ ଅଧିକ ଭୟଭୀତ ବି ଅଛି। ତେବେ ଏଭଳି ମିଶାମିଶି ଅନୁଭବକୁ ବଖାଣିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଏହା ଜୀବନର ଏକ ନୂଆ ଅଧ୍ୟାୟ। ଆଗକୁ କ’ଣ ହେବ ମୁଁ କିଛି ବି ଜାଣିନାହିଁ।’
[ad_2]