ଓଡିଶା

ବଡ଼ ଅଘଟଣରୁ ବର୍ତ୍ତିଲେ ବିଏସ୍‌ଏଫ୍‌ ଯବାନ୍‌; କମ୍ବିଂ ଅପରେସନ ବେଳେ ଉଦ୍ଧାର କଲେ ୫ ଲାଣ୍ଡମାଇନ୍‌ – bajravana

[ad_1]

ଲାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିୟକାରୀ ଟିମ୍‌

କାଲିମେଳା: କମ୍ବିଂ ଅପରେସନରେ ବାହାରିଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ମଙ୍ଗଳବାର ଦିନ ନକ୍ସଲମାନଙ୍କ ଦ୍ବାରା ପ୍ରାୟୋଜିତ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ ବିଏସ୍‌ଏଫ୍‌ର ଯବାନମାନେ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଲରୁ ୫ଟି ଲାଣ୍ଡମାଇନ୍‌ ଜବତ କରିଛନ୍ତି।

ସୂଚନା ଅନୁସାରେ ନକ୍ସଲ ଦମନ ଅଭିଯାନ ପାଇଁ ୧୪୨ ବାଟାଲିୟନର ବିଏସ୍‌ଏଫ୍‌ର ଯବାନମାନେ ବାହାରିଥିଲେ। ସେମାନେ ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ଯବାନମାନେ ଉକ୍ତ ଅଂଚଳ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଲାଣ୍ଡମାଇନ୍‌ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ସେମାନେ ବୋମା ନିଷ୍କ୍ରିୟକାରୀ ଟିମଙ୍କୁ ଖବର ଦେଇଥିଲେ। ଯବାନଙ୍କ ଠାରୁ ସୂଚନା ପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଉଦ୍ଧାର କରାଯାଇଥିବା ଲାଣ୍ଡମାଇନ୍‌ ଗୁଡିକୁ ନିଷ୍କ୍ରିୟ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଉକ୍ତ ଅଂଚଳଟି ଛତିଶଗଡ଼କୁ ଲାଗି ରହିଛି। ନକ୍ସଲମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଲାଣ୍ଡମାଇନ୍‌ ଜଙ୍ଗଲରେ ପୋତି ଥିବାର ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button