ଖେଳ ଖବର

ବିଶ୍ବକପ୍‌ର ସର୍ବକନିଷ୍ଠ ଓ ବୟସ୍କ ଖେଳାଳି – bajravana

[ad_1]

ଭୁବନେଶ୍ବର: ଗୁରୁବାରଠାରୁ ଭାରତରେ ଆଇସିସି ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ‌ହୋଇଥିବାବେଳେ ଏବେ କନିଷ୍ଠ ଓ ବୟସ୍କ ଖେଳାଳିଙ୍କ ଚର୍ଚ୍ଚା ଆରମ୍ଭ ‌ହୋଇଛି। ଏମାନଙ୍କ ଉପରେ ନିଶ୍ଚିତ ପ୍ରଶଂସକଙ୍କ ବି‌ଶେଷ ନଜର ରହିବ। ଆଫଗାନିସ୍ତାନର ନୂର ଅହମ୍ମଦ ଏହି ସଂସ୍କରଣ‌ରେ ସବୁଠାରୁ କନିଷ୍ଠ ଖେଳାଳି। ତାଙ୍କ ବୟସ ଏବେ ୧୮ ବର୍ଷ ୨୭୩ ଦିନ। ସେହିଭଳି ‌ନେଦରଲାଣ୍ଡ୍ସର ୱେସଲି ବାରେସୀ ସବୁଠାରୁ ବୟସ୍କ ଖେଳାଳି ଭାବେ ୩୯ ବର୍ଷ ୧୫୩ ଦିନ ବୟସରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବେ। ଗତ ଥରର ବିଜେତା ଇଂଲଣ୍ଡ ଏଥର ସବୁଠାରୁ ବୟସ୍କ ଦଳ ଭାବେ ଟାଇଟଲ୍‌ ଡିଫେଣ୍ଡ୍ କରିବାକୁ ଆସିଛି। ଏହି ଦଳର ଖେଳାଳିଙ୍କ ହାରାହାରି ବୟସ ୩୧.୮୧ ବର୍ଷ। ସେହିଭଳି ଆଫଗାନିସ୍ତାନ ସବୁଠାରୁ କନିଷ୍ଠ ଦଳ। କାରଣ ଏହି ଏସୀୟ ଦଳର ଖେଳାଳିଙ୍କ ହାରାହାରି ବୟସ ୨୪.୯୭ ବର୍ଷ। ଆସନ୍ତୁ ଅଂଶଗ୍ରହଣକାରୀ ୧୦ ଦଳର ହାରାହାରି ବୟସ ସମ୍ପର୍କରେ ନଜର ପକାଇନେବା।

(୧) ଆଫଗାନିସ୍ତାନ (୨୪.୯୭ ବର୍ଷ)
ଆଫଗାନିସ୍ତାନ ଚଳିତ ବିଶ୍ବକପ୍‌ର ସବୁଠାରୁ କନିଷ୍ଠତମ ଦେଶ। ଏପରିକି ବୟସ୍କ ଇଂଲଣ୍ଡଠାରୁ ୭ ବର୍ଷର ବ୍ୟବଧାନ ରଖିଛି ଏହି ଏସୀୟ ଦେଶ। ଇଂଲଣ୍ଡର ବୟସ ୩୧.୮୧ କିନ୍ତୁ ଆଫଗାନିସ୍ତାନ ଖେଳାଳିଙ୍କ ହାରାହାରି ବୟସ ୨୪.୯୭। ଆଫଗାନିସ୍ତାନୀ ସ୍ପିନର୍ ନୂର ମହମ୍ମଦ କେବଳ ନିଜ ଦେଶର ନହେଁ ଚଳିତ ସଂସ୍କରଣର ମଧ୍ୟ ସର୍ବକନିଷ୍ଠ (୧୮ ବର୍ଷ ୨୭୩ ଦିନ) ଖେଳାଳି। ସେହିଭଳି ମହମ୍ମଦ ନବି (୩୮ ବର୍ଷ ୨୭୫ ଦିନ)ଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କ ବୟସ ୩୧ ବର୍ଷ ତଳେ ରହିଛି।

(୨) ଶ୍ରୀଲଙ୍କା (୨୭.୬୬ ବର୍ଷ)
୧୯୯୬ ସଂସ୍କରଣ ବିଜେତା ଶ୍ରୀଲଙ୍କା ଚଳିତ ସଂସ୍କରଣର ଦ୍ବିତୀୟ କନିଷ୍ଠ ଦଳ। ଏହି ଖେଳାଳିଙ୍କ ହାରାହାରି ବୟସ ୨୭.୬୬ ବର୍ଷ। ଦୁନିଥ‌ ୱେଲାଲଗେ (୨୦ ବର୍ଷ ୨୬୭ ଦିନ) ଏବଂ ମଥିଶା ପଥିରଣା (୨୦ ବର୍ଷ ୨୮୯ ଦିନ) ଯୁବ ବାହିନୀର ଦୁଇ କନିଷ୍ଠତମ ସଦସ୍ୟ। ବୋଲିଂ ବାହିନୀର ଏମାନେ ମଧ୍ୟ ନେତୃତ୍ବ ନେଉଛନ୍ତି। ଦଳର ସବୁଠାରୁ ବରିଷ୍ଠ ଖେଳାଳି ହେଲେ ବ୍ୟାଟର୍‌ ଦିମୁଥ କରୁଣାରତ୍ନେ (୩୫ ବର୍ଷ ୧୬୫ ଦିନ)। ତାଙ୍କ ପଛକୁ ରହିଛନ୍ତି କୁସାଲ ପେରେରା (୩୩ ବର୍ଷ ୪୭ ଦିନ)।

(୩) ବାଂଲାଦେଶ (୨୭.୮୩ ବର୍ଷ)
ବାଂଲା ଟାଇଗର୍ସ ଭାବେ ପରିଚିତ ବାଂଲାଦେଶର ସବୁଠାରୁ ବୟସ୍କ ଖେଳାଳି କିନ୍ତୁ ମହମ୍ମଦୁଲା (୩୭ ବର୍ଷ ୨୪୧ ଦିନ)। ଅଧିନାୟକ ସାକିବ୍ ଅଲ୍ ହାସନ୍ ଦଳର ଅନ୍ୟତମ ବୟସ୍କ ଖେଳାଳି (୩୬ ବର୍ଷ ୧୯୩ ଦିନ)। ତାଙ୍କ ପଛକୁ ରହିଛନ୍ତି ୱିକେଟ୍ ରକ୍ଷକ ବ୍ୟାଟର୍‌ ମୁସଫିକର ରହିମ୍‌ (୩୬ ବର୍ଷ ୧୪୭ ଦିନ)। ଉଭୟ ନିଜ ନିଜର ଚତୁର୍ଥ ବିଶ୍ବକପ୍‌ ଖେଳିବାକୁ ଆସିଛନ୍ତି। ଅଭିଜ୍ଞ ଓ ଯୁବ ଦଳ ମଧ୍ୟରେ ମଧ୍ୟ ସମନ୍ବୟ ରଖିଛି ବାଂଲାଦେଶ। ଦଳର ସବୁଠାରୁ କନିଷ୍ଠତମ ଖେଳାଳି ହେଲେ ତଞ୍ଜିମ ହାସନ୍ ସାକିବ୍ (୨୦ ବର୍ଷ ୩୪୮ ଦିନ)।

(୪) ପାକିସ୍ତାନ (୨୮.୨୨ ବର୍ଷ)
ବାବର ଆଜମଙ୍କ ନେତୃତ୍ବାଧିନ ପାକିସ୍ତାନ ଦଳ ବିଶ୍ବକପ୍‌ର ଚତୁର୍ଥ କନିଷ୍ଠ ଦେଶ। ମାତ୍ର ୩ ଜଣ ଖେଳାଳି କିନ୍ତୁ ୩୦ ବର୍ଷ ବୟସରୁ ଅଧିକ ଅଛନ୍ତି। ସେମାନେ ହେଲେ-ଫକର ଜମାନ (୩୩ ବର୍ଷ ୧୭୬ ଦିନ), ଇଫତିକାର ଅହମ୍ମଦ (୩୩ ବର୍ଷ ୩୦ ଦିନ) ଏବଂ ମହମ୍ମଦ ରିଜୱାନ (୩୧ ବର୍ଷ ୧୨୪ ଦିନ)। ୧୯୯୨ ସଂସ୍କରଣ ବିଜେତା ଏହି ଦଳର ଏଥର ସର୍ବକନିଷ୍ଠ ହେଉଛନ୍ତି ପେସ୍ ବୋଲର ମହମ୍ମଦ ୱାସିମ୍ (୨୨ ବର୍ଷ ୩୯ ଦିନ)।

(୫) ନେଦରଲାଣ୍ଡ୍ସ (୨୮.୮୭ ବର୍ଷ)
ନେଦରଲାଣ୍ଡ୍‌ସର ୱେସଲି ବାରେସୀ (୩୯ ବ‌ର୍ଷ ୧୫୩ ଦିନ) ଚଳିତ ବିଶ୍ବକପ୍‌ର ସବୁଠାରୁ ବ‌ୟୋଜ୍ୟଷ୍ଠ ଖେଳାଳି। କିନ୍ତୁ ତାଙ୍କ ଦେଶ ପଞ୍ଚମ ସ୍ଥାନରେ ରହିଛି। ଡଚ୍‌ ଖେଳାଳିଙ୍କ ହାରାହାରି ବୟସ ହେଉଛି ୨୮.୮୭ ବର୍ଷ। ଦଳର ୩ ଜଣ ଖେଳାଳି ରହିଛନ୍ତି ଯେଉଁମା‌ନଙ୍କ ବୟସ ୨୧ ବ‌ର୍ଷ ପୂର୍ଣ୍ଣ ହୋଇନାହିଁ। ଆର୍ଯ୍ୟନ ଦତ୍ତ (୨୦ ବର୍ଷ ୧୪୪ ଦିନ) ସର୍ବକନିଷ୍ଠ ଥିବାବେଳେ ସରିଜ ଅହମ୍ମଦ (୨୦ ବର୍ଷ ୧୬୫ ଦିନ) ଏବଂ ବିକ୍ରମଜିତ ସିଂହ (୨୦ ବର୍ଷ ୨୬୭ ଦିନ) ପଛକୁ ପଛ ରହିଛନ୍ତି।

(୬) ଦକ୍ଷିଣ ଆଫ୍ରିକା (୩୦.୩୫ ବର୍ଷ)
ଦକ୍ଷିଣ ଆଫ୍ରିକା ଦଳ ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତ ଆସିଛି। କେବେ ବି ବିଶ୍ବକପ୍‌ ଜିତି ପାରିନଥିବା ଏହି ହତଭାଗ୍ୟ ଦଳର ହାରାହାରି ବୟସ (୩୦.୩୫) ପାଖାପାଖି ରହିଛନ୍ତି ଅଧିକାଂଶ ଖେଳାଳି। ଅର୍ଥାତ୍ ବୟସରେ ବଡ଼ ବ୍ୟବଧାନ ନାହିଁ ଦଳୀୟ‌ ଖେଳାଳିଙ୍କ ଭିତରେ। ପ୍ରତିଯୋଗିତାରେ ଖେଳାଳିଙ୍କ ହାରାହାରି ବୟସ ରହିଛି ୨୯.୩୯ ବର୍ଷ। ରାଶି ଭାନ୍‌ ଡେର୍‌ ଡସେନ୍ (୩୪ ବର୍ଷ ୨୩୮ ଦିନ) ସବୁଠୁ ବୟୋଜ୍ୟେଷ୍ଠ ଥିବାବେଳେ ଗେରାଲ୍ଡ କୋଏତଜୀ ଅକ୍ଟୋବର ୨ ତାରିଖରେ ୨୩ତମ ଜନ୍ମଦିନ ପାଳନ କରିଛନ୍ତି।

(୭) ନ୍ୟୁଜିଲାଣ୍ଡ୍‌ (୩୧.୨୩ ବର୍ଷ)
ବୟସ୍କ ଦୃଷ୍ଟିକୋଣରୁ ଦେଖିଲେ ୪ ଦଳର ହାରିହାରି ବୟସ ୩୧ ବର୍ଷ। ନ୍ୟୁଜିଲାଣ୍ଡ୍‌ ଖେଳାଳିଙ୍କ ହାରାହାରି ବୟସ ୩୧.୨୩ ବର୍ଷ। ଟିମ୍ ସାଉଦି (୩୪ ବର୍ଷ ୨୯୬ ଦିନ) ସବୁଠାରୁ ବୟୋଜ୍ୟେଷ୍ଠ ଥିବାବେଳେ ତାଙ୍କ ନୂଆ ବଲ୍ ପାର୍ଟନର୍ ଟ୍ରେଣ୍ଟ୍‌ ବୋଲ୍ଟ (୩୪ ବର୍ଷ ୭୩ ଦିନ) ଦ୍ବିତୀୟରେ ରହିଛନ୍ତି। ରାଚୀନ୍ ରବୀନ୍ଦ୍ର ସର୍ବକନିଷ୍ଠ (୨୩ ବର୍ଷ ୩୧୯ ଦିନ) ଖେଳାଳି ଅଛନ୍ତି। ବିଶ୍ବ ବିଜେତା ଇଂଲଣ୍ଡକୁ ପଦାର୍ପଣରେ ପରାସ୍ତ କରିଛନ୍ତି।

(୮) ଭାରତ (୩୧.୨୪ ବର୍ଷ)
ଦୁଇ ଥର ବିଜେତା ଭାରତୀୟ ଦଳର ଖେଳାଳିଙ୍କ ହାରାହାରି ସବୁଠାରୁ ବୟୋଜ୍ୟେଷ୍ଠ ରବିଚନ୍ଦ୍ରନ ଅଶ୍ବିନ (୩୭ ବର୍ଷ ୧୬ ଦିନ)ଙ୍କଠାରୁ ଅଧିକ ଦୂରରେ ନାହାନ୍ତି। ଅକ୍ଷର ପଟେଲ୍‌ ଆହତ ହେବାରୁ ଶେଷ ମୁହୂର୍ତରେ ଆଶ୍ବିନ୍ ଭାରତୀୟରେ ସାମିଲ ହୋଇଥିଲେ। ବୟସ୍କ ତାଲିକାରେ ରୋହିତ ଶର୍ମା (୩୬ ବ‌ର୍ଷ ୧୫୬ ଦିନ) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦଳରୁ ସବୁଠାରୁ କନିଷ୍ଠ ଖେଳାଳି‌ ହେଲେ କନିଷ୍ଠ ବିଶ୍ବକପ୍‌ ବିଜେତା ଶୁବମନ ଗିଲ୍‌ (୨୪ ବର୍ଷ ୨୬୭ ଦିନ)।

(୯) ଅଷ୍ଟ୍ରେଲିଆ (୩୧.୭୩ ବର୍ଷ)
ଭାରତ ଭଳି ୫ ଥର ବିଜେତା ଅଷ୍ଟ୍ରେଲିଆର ବ‌ୟୋଜ୍ୟେଷ୍ଠ ଓ କନିଷ୍ଠ ଖେଳାଳିଙ୍କ ମଧ୍ୟରେ ମଧ୍ୟ ବଡ଼ ବ୍ୟବଧାନ ରହିଛି। ଡେଭିଡ୍‌ ୱାର୍ଣ୍ଣର (୩୬ ବର୍ଷ ୩୪୧ ଦିନ) ଏବଂ କାମେରନ୍ ଗ୍ରିନ୍ (୨୪ ବର୍ଷ ୧୨୨ ଦିନ) ହେଉଛନ୍ତି ପ୍ୟାଟ୍ କମିନ୍ସଙ୍କ ଦଳର ସବୁଠାରୁ ବୟସ୍କ ଓ କନିଷ୍ଠ ଖେଳାଳି। ୱାର୍ଣ୍ଣର ନିଜର ଶେଷ ବିଶ୍ବକପ୍‌ ଖେଳି‌ବେ।

(୧୦) ଇଂଲଣ୍ଡ (୩୧.୮୧ ବର୍ଷ)
ଜୋସ୍ ବଟଲରଙ୍କ ଦଳର ହାରାହାରି ବୟସ ୩୧.୮୧ ବର୍ଷ। ବିଶ୍ବକପ୍‌ ବଜାୟ ରଖିବା ଲାଗି ଭାରତ ଆସିଥିବା ଏହି ଦଳରେ ସବୁଠୁ ବୟସ୍କ ଖେଳାଳି ହେଲେ ମୋଇନ୍ ଅଲୀ (୩୬ ବ‌ର୍ଷ ୧୦୭ ଦିନ)। ହାରି ବ୍ରୁକ୍ (୨୪ ବର୍ଷ ୨୨୩ ଦିନ) ଦଳର ସର୍ବକନିଷ୍ଠ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button