news
ସଂକ୍ରମଣ ଦୂର କରେ ଚା’
ଗବେଷଣାରୁ ଜଣା ପଡ଼ିଛି ଯେ, ଚା’ ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ଦୂର ହୋଇଥାଏ । ମାତ୍ର କଫିରେ ଏହି ଗୁଣ ନଥାଏ । ବୈଜ୍ଞାନିକମାନେ କିଛି ଲୋକଙ୍କୁ ପ୍ରତିଦିନ ମାସେ ପର୍ଯ୍ୟନ୍ତ ଦୈନିକ ଚା’ ପିଇବାକୁ ଦେଇଥିଲେ । କ୍ଷୀର,ଚିନି ପକାଇବା କିମ୍ବା ନ ପକାଇବା କୌଣସି ପ୍ରତିବନ୍ଧକ ମଧ୍ୟ ନଥିଲା । ଚା’ ପିଇଥିବା ଲୋକଙ୍କ ଠାରେ ଶରୀରରେ ପୂର୍ବ ତୁଳନାରେ ୫ଗୁଣା ଆଣ୍ଟି ବ୍ୟାକ୍ଟେରିଆଲ୍ ପ୍ରୋଟିନ୍ ସୃଷ୍ଟି ହୋଇଥିଲା । କିଛି ଲୋକଙ୍କୁ କଫି ପିଇବା ପାଇଁ ଦିଆ ହୋଇଥିଲା କିନ୍ତୁ କିଛି ସୁଫଳ ମିଳିନ ଥିଲା । ଚା’ରେ ଥିବା ଏମିନୋ ଏସିଡ଼୍ ଏଲଥିୟାନାଇନ୍ ମାନବ ଶରୀରରେ ରୋଗ ସହ ଲଢ଼େଇ କରୁଥିବା ସୁରକ୍ଷା କାନ୍ଥକୁ ଆହୁରି ମଜବୁତ୍ କରେ ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି ।