କ୍ଷୁଧାମୁକ୍ତ ଭାରତ………………… ଡକ୍ଟର ପୁରୁଷୋତ୍ତମ ବିଶ୍ୱାଳ
ଧନୀ ଓ ଲକ୍ଷଲକ୍ଷ କ୍ଷୁଧାର୍ତ୍ତ ଲୋକମାନଙ୍କ ମଧ୍ୟରେ ଯେ
ପର୍ଯ୍ୟନ୍ତ ବିରାଟ ବ୍ୟବଧାନ ରହିଛି, ସେ ଯାଏ ଅହିଂସା
ଉପରେ ଆଧାରିତ ସରକାରର ପ୍ରତିଷ୍ଠା ଅସମ୍ଭବ ।’
–ମହାତ୍ମା ଗାନ୍ଧ
ଭାରତବର୍ଷ ଏକ ଐତିହ୍ୟସଂପନ୍ନ ପୁରାତନ ରାଷ୍ଟ୍ର । ଏହାର ପ୍ରାଚୀନ ସଭ୍ୟତା, ବିକଶିତ ସଂସ୍କୃତି, ଉନ୍ନତ ଲୋକକଳା ଓ ବିଶ୍ୱ ଆଧ୍ୟାତ୍ମିକତା ସମଗ୍ର ପୃଥିବୀରେ ବିଶେଷ ଭାବେ ଆଦୃତ ହୋଇପାରିଛି । ଅନୁମ ବେଳାଭୂମି, ଅପରୂ ପ୍ରାକୃତିକ ସୌନ୍ଦର୍ଯ୍ୟ, ମନଲୋଭା ପ୍ରତ୍ନତତ୍ତ୍ୱ, ନୈସର୍ଗିକ ତୀର୍ଥସ୍ଥାନ, ପବିତ୍ର ନଦନଦୀ ପରି ୂର୍ଣ୍ଣ ଭାରତବର୍ଷ ପର୍ଯ୍ୟଟନକ୍ଷେତ୍ରରେ ସାରା ବିଶ୍ୱର ମୁଖ୍ୟ ଆକର୍ଷଣ । ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ପରିଚାଳିତ ତୃଣମୂଳ ଗଣତନ୍ତ୍ରର ସଫଳ ପରୀକ୍ଷାରେ ଭାରତ ଆଜି ସାରା ବିଶ୍ୱର ପଥପ୍ରଦର୍ଶକ । ପ୍ରାକୃତିକ ବୈଭବ, ମାନବୀୟ ସଂସାଧନର ପ୍ରାଚୁର୍ଯ୍ୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଚରମ ଅଗ୍ରଗତିସତ୍ତେ୍ୱ ଦେଶରେ ଦାରିଦ୍ର୍ୟର ଅବସ୍ଥିତି ଓ ଖାଦ୍ୟାଭାବ ଦେଶର ରାଜନୀତିଜ୍ଞ, ଅର୍ଥବିଶାରଦ ଓ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଗଭୀର ଚିନ୍ତା ଓ କ୍ଷୋଭର ବିଷୟ । ଜାତୀୟ ମାନବାଧିକାର କମିଶନଙ୍କ ମତ ଅନୁସାରେ ଜଣେ ନାଗରିକର ଖାଦ୍ୟ ପାଇବାର ଅଧିକାର ହେଉଛି ଏକ ମୌଳିକ ଅଧିକାର । ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଗତ ଅନୁଚ୍ଛେଦ ୨୧ରେ ନାଗରିକର ବଞ୍ôଚବାର ଅଧିକାର ଥିବାବେଳେ ଉପଯୁକ୍ତ ଖାଦ୍ୟ ମିଳିବାର ଅଧିକାର ଏହାର ଏକ ଅବିଚ୍ଛେଦ୍ୟ ଅଂଶ । ସମ୍ବିଧାନରେ ଥିବା ରାଷ୍ଟ୍ର ପରିଚାଳନାର ନୀତି-ନିର୍ଦ୍ଦେଶ ଅନ୍ତର୍ଗତ ଅନୁଚ୍ଛେଦ ୪୭ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ରାଷ୍ଟ୍ରର ନାଗରିକମାନଙ୍କର ଜୀବନଧାରଣ ମାନ ଉନ୍ନୟନ, ପୁଷ୍ଟିସାର ଖାଦ୍ୟ ଯୋଗାଣ ବୃଦ୍ଧି ଓ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ନିମନ୍ତେ ରାଷ୍ଟ୍ର ପ୍ରଯତ୍ନ କରିବ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁସାରେ ବିଶ୍ୱର ବିକାଶଶୀଳ ଦେଶମାନଙ୍କର ପ୍ରାୟ ୮୦୦ ନିୟୁତ ଲୋକ ଓ ବିକାଶିତ ରାଷ୍ଟ୍ରମାନଙ୍କରେ ପ୍ରାୟ ୩୫ ନିୟୁତ ଲୋକ ଖାଦ୍ୟାଭାବ ଓ ପୁଷ୍ଟିହୀନତାର ଶିକାର ହେଉଛନ୍ତି । ୮୫ ନିୟୁତ ଟନ୍ରୁ ଊଦ୍ଧ୍ୱର୍ ଗହମ ଓ ଚାଉଳ ସରକାରୀ ଗୋଦାମାନଙ୍କରେ ମହଜୁଦ ହୋଇରହିଥିଲେ ମଧ୍ୟ ଭାରତର ୨୨୫, ନିୟୁତରୁ ଅଧିକ ପୁରୁଷ, ମିହିଳା, ଶିଶୁ ଏବେବି ଉପଯୁକ୍ତ ପରିମାଣର ଖାଦ୍ୟ ଅଭାବରୁ ପୁଷ୍ଟିହୀନତା ଭୋଗ କରୁଛନ୍ତି । ଏହିଭଳି ଖାଦ୍ୟାଭାବ ମଧ୍ୟରେ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କର ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ । କ୍ଷୁଧା ଚରମ ଦାରିଦ୍ର୍ୟର ପର୍ରିକାଶ ବ୍ୟତୀତ ଅନ୍ୟ କିଛି ନୁହେଁ । ସ୍ୱାଧୀନତାପ୍ରାପ୍ତିର ବାସ୍ତରି ବର୍ଷ ପରେ ବି ସରକାରୀ ତଥ୍ୟ ଅନୁସାରେ ଦେଶରେ ୨୬୦ ନିୟୁତରୁ ଅଧିକ ଦରିଦ୍ର ବାସ କରୁଛନ୍ତି, ଯେଉଁମାନଙ୍କ ସଂଖ୍ୟା ମୋଟ୍ ଲୋକସଂଖ୍ୟାର ପ୍ରାୟ ୨୪ ପ୍ରତିଶତ । ବିଭିନ୍ନ ସମୟରେ ଗବେଷକ ଓ ବେସରକାରୀ ସଂଗଠନମାନଙ୍କ ପକ୍ଷରୁ କରାଯାଉଥିବା ଗବେଷଣାରୁ ଉପଲବ୍ଧ ତଥ୍ୟ ଅନୁସାରେ ପ୍ରକୃତରେ ଦାରିଦ୍ର୍ୟର ମାତ୍ରା ସରକାରୀ ତଥ୍ୟଠାରୁ ଯଥେଷ୍ଟ ଅଧିକ । ସ୍ୱାଧୀନୋତ୍ତର କାଳରେ ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ବହୁବିଧ ଜନକଲ୍ୟାଣକାରୀ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱିତ ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ଓ କ୍ଷୁଧା ନିବାରଣ ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ‘କ୍ଷୁଧାମୁକ୍ତ ଭାରତ’ ପ୍ରତିଷ୍ଠିତ ହେବ । ସ୍ୱାଧୀନତାପ୍ରାପ୍ତି ପରେ ୧୯୫୧ ମସିହା ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା ୩୬ କୋଟି ଥିବାବେଳେ ୨୦୧୧ ମସିହା ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟା ୧୨୧ କୋଟିକୁ ବୃଦ୍ଧି ।ଇଛି । ବର୍ତ୍ତମାନ ଦେଶର ଲୋକସଂଖ୍ୟା ୧୨୨ କୋଟିରୁ ଅଧିକ ହେବ । ଆମ ଦେଶର ଲୋକସଂଖ୍ୟା ବଙ୍ଗଳାଦେଶ, ବ୍ରାଜିଲ, ଇଣ୍ଡୋନେସିଆ, ଜାପାନ, ପାକିସ୍ତାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାଭଳି ଛଅଗୋଟି ଦେଶର ସର୍ବମୋଟ୍ ଲୋକସଂଖ୍ୟା ସହିତ ପ୍ରାୟ ସମାନ । ଭାରତରେ ବିଶ୍ୱ ଭୂଖଣ୍ଡର ୨ ଦଶମିକ ୪ ପ୍ରତିଶତ ଅଞ୍ଚଳ ରହିଥିବାବେଳେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୭.୫ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି । ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର । ୨୦୧୧ ମସିହାର ଜନଗଣନା ଅନୁସାରେ ଆମ ଦେଶରେ ସଂପ୍ରତି ୬ ଲକ୍ଷ ୪୦ ହଜାର ୮୬୭ ଗୋଟି ଗ୍ରାମ ରହିଛି । ଏହି ୬ ଲକ୍ଷରୁ ଊଦ୍ଧ୍ୱର୍ ଗ୍ରାମମାନଙ୍କରେ ୮୩ କୋଟିରୁ ଊଦ୍ଧ୍ୱର୍ ଲୋକ ବାସ କରୁଛନ୍ତି, ଯେଉଁମାନଙ୍କ ସଂଖ୍ୟା ଦେଶର ମୋଟ୍ ଜନସଂଖ୍ୟାର ୬୯ ପ୍ରତିଶତ । ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ସେମାନଙ୍କର ଜୀବିକା ଅର୍ଜନ ପାଇଁ କୃଷି ଉପରେ ନିର୍ଭରଶୀଳ । ବିଶ୍ୱରେ ପ୍ରତି ଛଅଜଣଙ୍କ ମଧ୍ୟରେ ଜଣେ ଭାରତୀୟ ହୋଇଥିବାବେଳେ ବିଶ୍ୱର ପ୍ରତି ଚତୁର୍ଥ କୃଷକ ହେଉଛି ଜଣେ ଭାରତୀୟ କୃଷକ । ଭାରତରେ ଜନସଂଖ୍ୟା ଏବେ ଯେଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି, ସେହି ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ୧୬୦ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି । ସମଗ୍ର ବିଶ୍ୱରେ କ୍ଷୁଧାତୁରମାନଙ୍କ ସଂଖ୍ୟା ଭାରତବର୍ଷ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ସବୁଠାରୁ ବେଶୀ । ଦେଶର ପ୍ରତ୍ୟେକ ନାଗରିକକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ହେଉଛି ରାଷ୍ଟ୍ରର ପରମ କର୍ତ୍ତବ୍ୟ । ଯେତେବେଳେ ଗୋଟିଏ ଦେଶର ସବୁ ଲୋକ, ସବୁ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟକର ଜୀବନଧାରଣ ନିମନ୍ତେ ଆବଶ୍ୟକ ହେଉଥିବା ବିଶୁଦ୍ଧ ଓ ପୁଷ୍ଟିକର ଖାଦ୍ୟ ପାଇବାକୁ ସମର୍ଥ ହୋଇପାରିବେ । ସେତେବେଳେ ଖାଦ୍ୟ ସୁରକ୍ଷା ପ୍ରତିଷ୍ଠିତ ହୋଇପାରିଛି ବୋଲି କୁହାଯିବ । ଖାଦ୍ୟ ସୁରକ୍ଷାର ସାଧାରଣତଃ ତିନିଗୋଟି ବିଭିନ୍ନ ଦିଗ ରହିଛି । ବଜାରରେ ସବୁ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ମିଳୁଥିବା ଦରକାର । ଖାଦ୍ୟଶସ୍ୟ କ୍ରୟ କରିବା ପାଇଁ ପ୍ରତ୍ୟେକ ପରିବାରର ଆବଶ୍ୟକୀୟ କ୍ରୟଶକ୍ତି ଥିବାଆବଶ୍ୟକ । ତୃତୀୟରେ ଖାଦ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିର ଶରୀରରେ ସେହି ଖାଦ୍ୟର ଅବଶୋଷଣ ହେଉଥିବା ଏକାନ୍ତ ଦରକାର । ଆମ ଦେଶରେ ପ୍ରାୟ ୨୨୫ ନିୟୁତରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷା ପାଇବାରୁ ବଞ୍ôଚତ । ୨୦୦୮ ମସିହା କ୍ଷୁଧା ସୂଚକାଙ୍କ ଅନୁଯାୟୀ ବିଶ୍ୱର ୮୮ ଗୋଟି କ୍ଷୁଧା ପ୍ର ୀଡ଼ିତ ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ୬୬ରେ । ଦେଶର ୫୦ ପ୍ରତିଶତ ଶିଶୁ କୁପୋଷଣ ମଧ୍ୟରେ ସେମାନଙ୍କର ଶୈଶବ ଅତିବାହିତ କରୁଛନ୍ତି । ଜନ୍ମଲାଭ କରିବାର ବର୍ଷକ ମଧ୍ୟରେ ଏକ ହଜାର ଶିଶୁଙ୍କ ମଧ୍ୟରେ ପ୍ରାୟ ୫୧ ଜଣ ମୃତ୍ୟୁବରଣ କରୁଛନ୍ତି । ଶିଶୁ ମୃତ୍ୟୁହାର ଗ୍ରାମାଞ୍ଚଳମାନଙ୍କରେ ବେଶୀ ପରିମାଣରେ ଦେଖାଯାଉଛି ।
ଶାନ୍ତିବଜାର, ଧର୍ମଶାଳା, ଯାଜପୁର