news

ସଂପାଦକୀୟ …………….. ରାଧା ହିଁ ଜୀବନର ଧାରା

ରାଧା ହିଁ ଜୀବନର ଧାରା

ସଂପାଦକୀୟ ……………..

ଆଜି ପବିତ୍ର ଶ୍ରୀ ରାଧାଷ୍ଠମୀ । ସମଗ୍ର ଜୀବ ଜଗତକୁ ନିର୍ଦ୍ଧିଷ୍ଟ ଧାରାରେ ପରିଚାଳନାକରିବାକୁ ଏହି ନାମ ବିଶେଷର ସୃଷ୍ଟି , ରାଧା ଶବ୍ଧର ଅର୍ଥ ଜୀବନର ଶୃଙ୍ଖଳିତ ଧାରା ।ଏହି ଧାରାରୁ ଯେତେବେଳ ମଣିଷ କିମ୍ବା ଜଗତ ବିଚ୍ୟୁତ ହୁଏ ସେତେବେଳ
ସୃଷ୍ଟିରେ ମହାପ୍ରଳୟ ଆସେ । ପରମ ପୁରୁଷ ଭଗବାନ କୃଷ୍ଠଙ୍କର ରାଧାହେଲେ ହ୍ଲାଦିନ ଶକ୍ତି । ତାଙ୍କ ବିନା ଜୀବଜଗତରେ ଶାନ୍ତି , ଶୃଙ୍ଖଳା ତଥା ନିୟମର ଧାରା ପ୍ରବାହିତ ହୁଏ ନାହିଁ । ପ୍ରତ୍ୟେକ ଜୀବ ହିଁ ରାଧାରାଣୀଙ୍କର ଅଂଶ ସଂମ୍ଭୁତ । ତେଣୁ ରାଧାରାଣୀ ହିଁ ଜୀବ ଆଉ ପରମ ପୁରୁଷ କୃଷ୍ଣ ହିଁ ପରମ । ମହାପୁରୁଷ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଶ୍ରୀ ରାଧା ଜନ୍ମ ବିଷୟରେ ତାଙ୍କ ସ୍ୱରଚିତ ବିଦଗ୍ଧ ଚିନ୍ତାମଣିରେ ଏକ ଅନନ୍ୟ ଟିପ୍ଣି ପ୍ରଦାନ କରିଛନ୍ତି । ରାଧାରାଣୀ ଖିର ସାଗରରେ ପଦ୍ମ ପତ୍ର ଉପରେ ଭାଷୁଥିବାର ବୃଷଭାନୁ ଙ୍କ ପତ୍ନୀ କିର୍ତ୍ତିଦା ଦେଖିଲେ ଓ ତାହାଙ୍କୁ ଆଣି ଲାଳନ ପାଳନ କଲେ , ବୋଲି ବ୍ରହ୍ମବୈବର୍ତ୍ତ ପୁରାଣାଦି କାବ୍ୟରେ ବର୍ଣ୍ଣୀତ ହୋଇଛି । ଅପର ପକ୍ଷରେ ରାଧାରାଣୀ ତାଙ୍କ ଜନ୍ମର ୩ ଦିନ ପର୍ଯ୍ୟନ୍ତ କୀର୍ତ୍ତୀଦାଙ୍କ ସ୍ତନରୁ କ୍ଷୀର ଖାଇ ନଥରବାର ପ୍ରମାଣ ଅଛି । ଏଠାରେ ପ୍ରଶ୍ନ ଆସେ ଯଦି ଜଣଙ୍କ ଗର୍ଭରୁ ସନ୍ତାନ ଜନ୍ମ ନହୋଇଛି ତେବେ ତାଙ୍କ ସ୍ତନରୁ କ୍ଷୀର ଆସିବ କିପରୀ ? କିନ୍ତୁ କବି ଅଭିମନ୍ୟୁ ରାଧା ଜନ୍ମ କୁ ଆଦୈାସନ୍ଦେହ ଭିତରେ ରଖି ନାହାଁନ୍ତି । ଆଉ ଗୋଟିଏ କଥା ଚିନ୍ତା କରନ୍ତୁ , ଖିର ସାଗର ହେଉ ବା ଲବଣ ସାଗର ହେଉ ସାଗର ରେ କଣ ପଦ୍ମ ଫୁଟି ପାରେ , ପଦ୍ମ କେବଳ ପଙ୍କରୁ ଫୁଟେ ତେଣୁ ତାହାର ଅନ୍ୟନାମ ପଙ୍କଜ । ଯଦିବି ଆମେ କହିବା ସେ ସାଗର ହୋଇ ପାରେ କିନ୍ତୁ ସ୍ଥିର ଜଳ ଥିଲା । ସ୍ଥିତ ଜଳରାଷୀ ହୋଇ ପାରେ କିନ୍ତୁ ସେଠାରେ ପଦ୍ମ ଫୁଟିବ କିପରୀ ? ତେଣୁ କବି ଅଭିମନ୍ୟୁ କହିଛନ୍ତି , ରାଣୀ କିତ୍ତୀଦାଙ୍କର ଗର୍ଭରୂପକ ଖିର ସାଗରରୁ ପରମା ସ୍ୱରୁପା ରାଧା ରାଣୀ ଜାତହେଲେ ।କବିଙ୍କ ଭାଷାରେ
ଉଦର ଖିର ସାଗରୁ ପରମା ମହାଲକ୍ଷ୍ମୀଙ୍କୁ ଜାତକଲେ
ଦୁର୍ବାଶା
ଜାତକ ବିଦ୍ଧି ସିଦ୍ଧିମନ୍ତ
ର ରଶ୍ମୀ ରସ ଅଗ୍ନିବୀଜ ଅଧିକା ଘେନି ରାଧିକା ନା ଦେଲେତ
ଦୁର୍ବାଶା
ଜାତକ ବିଦ୍ଧି ସିଦ୍ଧିମନ୍ତ
ସେହି ପରମା ମହାଲକ୍ଷ୍ମୀ ସ୍ୱରୂପିଣୀ ମା ରାଧାରାଣୀଙ୍କ ପବିତ୍ର ଜନ୍ମ ମହୋତ୍ସବ ଅବସରରେ ସଭିଙ୍କର ଜୀବନର ଧାରା ରଶଶିକ୍ତ ହେଉ , ଏତିକି କାମନା ।

Related Articles

Leave a Reply

Your email address will not be published. Required fields are marked *

Back to top button