ଓଡିଶା

ଜୀ-ସାର୍ଥକର ନୂଆ ଧାରାବାହିକ: ଶକ୍ତି, ସନ୍ଧ୍ୟା ରାଗିଣୀ, ତୁ ମୋ ସାଥିରେ – bajravana

[ad_1]

ଭୁବନେଶ୍ବର: ଜୀ-ସାର୍ଥକ ପକ୍ଷରୁ ତିନିଟି ନୂଆ ଧାରାବାହିକ ଶକ୍ତି, ସନ୍ଧ୍ୟା ରାଗିଣୀ ଓ ତୁ ମୋ ସାଥିରେ ଘୋଷଣା କରାଯାଇଛି। ଶକ୍ତି ଧାରାବାହିକ ହେଉଛି ଶକ୍ତି ମହାପାତ୍ର ନାମକ ଜଣେ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ। ବିଦେଶରେ ପାଠପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ଶକ୍ତି। ହେଲେ ନିଜ ପରିବାର ଏବଂ ଶିବରାଜଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଝଗଡ଼ା ମଧ୍ୟରେ ସେ ଫସିଯାଇଛି। ଗର୍ବୀ ତଥା ନିର୍ଦ୍ଦୟ ବ୍ୟବସାୟୀ ଶିବରାଜ ଶକ୍ତିକୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଯେତେବେଳେ ସେ ମନା କରେ, ସେତେବେଳେ ଶିବରାଜ ତାକୁ ହଇରାଣ କରିବାକୁ ସବୁବେଳେ ଚେଷ୍ଟା କରେ। ଏହା ସତ୍ତ୍ୱେ ଶକ୍ତି, ଯିଏ କି ହାରିବା ଶିଖିନି ବରଂ ଲଢିବା ଶିଖିଛି, ସେ ଶିବରାଜଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନିଏ। ହେଲେ କଣ ହେବ ଆଗକୁ? ଏସ୍‌ପିପି ପ୍ରଡକ୍ସନ୍‌ସର ଏହି ଧାରାବାହିକରେ ନାୟକ ନୀଲ ଥିବା ବେଳେ ନାୟିକା ହୋଇଛନ୍ତି ମିତାଲି। କେବଳ ଜୀ-ସାର୍ଥକରେ ସୋମବାରୁ ଶୁକ୍ରବାର ସନ୍ଧ୍ୟା ୮ରେ ଶକ୍ତି ପ୍ରସାରିତ ହେବ।

ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ଲିତିସା ଓ ପ୍ରିୟଙ୍କା। ଏହାର କାହାଣୀ ହେଉଛି ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ। କାରଣ ଯଶୋଦାର ବାହାଘର ମାଧବ ସହ ଠିକ ହୋଇଥିଲା ବେଳେ ଦେବକୀ ବିବାହ କରିଥିଲେ ମାଧବକୁ ଓ ସେଥିପାଇଁ ଦେବକୀକୁ ଘରୁ ବାହାର କରିଦିଆଯାଇଛି। ଯଶୋଦା ରଘୁରାଜକୁ ବିବାହ କରିଛି, ଯିଏକି ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦେବକୀଠାରୁ ଯଶୋଦାକୁ ଦୂରେଇ ରଖିଛି । ଏହା ମଧ୍ୟରେ ୨୦ ବର୍ଷ ଚାଲିଯାଇଛି, ଦେବକୀର ଝିଅ ରାଗିଣୀ, ଲଣ୍ଡନର ଜଣେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ମା’ (ଦେବକୀ) ମୃତ୍ୟୁ ପରେ ଯଶୋଦାର ପରିବାର ସହିତ ରହିବାକୁ ଆସନ୍ତି । ଯଶୋଦାର ଝିଅ ‘ସନ୍ଧ୍ୟା’ ଜଣେ ପାରମ୍ପରିକ ଚଳଣି ସହ ଘରର ବଡ଼ ମାନଙ୍କୁ ଗଭୀର ସମ୍ମାନ କରନ୍ତି । ସେ ତାଙ୍କ ମା ଉପରେ ନିର୍ଭରଶୀଳ ଏବଂ ହକି ଖେଳିବାକୁ ସ୍ବପ୍ନ ଦେଖେ । ଯଶୋଦା, ଜଣେ ସ୍ନେହୀ ମା ଏବଂ ଦ୍ୱାୟୀତ୍ୱବାନ ପତ୍ନୀ, ରାଗିଣୀଙ୍କୁ ଆପଣେଇ ନିଅନ୍ତି । ସେପଟେ କଠୋର ତଥା ପାରମ୍ପାରିକ ପିତା ରଘୁରାଜ, ଝିଅ ମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପାରିବାରିକ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି ତେବେ କଣ ଦୁଇ ଝିଅ ଏଥର ମିଶି ପାରିବେ ନା ପୁଣି କିଛି ଭୁଲ ବୁଝାମଣା ହେବ।

ବିବାହାପରେ ପ୍ରେମର ନୂଆ କାହାଣୀ ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’। ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ‘ତୁ ମୋ ସାଥିରେ’କୁ ଦର୍ଶକ ଦେଖିବେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ। ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଏହି ମେଗା ଧାରାବାହିକ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି। ଚ୍ୟାନେଲ୍‌ର ମୁଖ୍ୟ କ୍ଲଷ୍ଟର ଅଫିସର-ଇଷ୍ଟ୍‌ ସମ୍ରାଟ ଘୋଷ କହିଛନ୍ତି ଯେ ଏକ ନମ୍ବର ସାଧାରଣ ମନୋରଞ୍ଜନ ଚ୍ୟାନେଲ୍‌ ଭାବେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିପାରିଛି। ତାହାର କାରଣ ହେଉଛନ୍ତି ଆମ ଦର୍ଶକମାନଙ୍କ ଭଲ ପାଇବା ଓ ଆଶୀର୍ବାଦ । ଆମେ ଆମ ଦର୍ଶକ ମାନଙ୍କୁ ଅନୁରୋଧ କରିବୁ ଯେ ଆମ ପ୍ରତି ତାଙ୍କର ଏହି ପରି ଭଲ ପାଇବା ରହୁ ଓ ଆମ ସହିତ ରହିବେ ବୋଲି ସେ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button